ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇବିଏମ ସିଇଓଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଅଗ୍ରସର ହେଉଛୁ ଯାହାଫଳରେ ଏକ ବୈଶ୍ୱିକ ପ୍ରତିଯୋଗିତାମୂଳକ ଏବଂ ବ୍ୟାଘାତ ସହନଶୀଳ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ବିକଶିତ ହୋଇପାରିବ : ପ୍ରଧାନମନ୍ତ୍ରୀ
• ଭାରତରେ ନିବେଶ କରିବା ଲାଗି ଏହା ସବୁଠୁ ଶ୍ରେଷ୍ଠ ସମୟ : ପ୍ରଧାନମନ୍ତ୍ରୀ
• ‘ଘରୁ ଥାଇ କାମ’ର ପ୍ରଯୁକ୍ତିଗତ ପରିବର୍ତ୍ତନକୁ ସୁଗମ କରିବା ଲାଗି ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ
• ଭାରତ ଏପରି ଏକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛି ଯାହା ସମନ୍ୱିତ, ପ୍ରଯୁକ୍ତି ଓ ଡାଟା ପରିଚାଳିତ ହେବା ସହିତ ଶସ୍ତା ଓ ବାଧାମୁକ୍ତ ହୋଇଥିବ : ପ୍ରଧାନମନ୍ତ୍ରୀ
• ଆତ୍ମନିର୍ଭର ଭାରତ ସଂକଳ୍ପ ପ୍ରତି ବିଶ୍ୱାସ ପ୍ରକଟ କଲେ ଆଇବିଏମ ସିଇଓ; ଭାରତରେ ଆଇବିଏମର ବ୍ୟାପକ ନିବେଶ ଯୋଜନା ବିଷୟରେ ଦେଲେ ସୂଚନା

Posted On: 20 JUL 2020 5:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମର ସିଇଓ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି ।

ଚଳିତ ବର୍ଷ ପ୍ରାରମ୍ଭରେ ଆଇବିଏମର ବୈଶ୍ୱିକ ମୁଖ୍ୟ ପଦବୀରେ ନିଯୁକ୍ତି ନିମନ୍ତେ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ ଭାରତ ସହିତ ଆଇବିଏମର ଦୃଢ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ସାରା ଦେଶରେ କମ୍ପାନୀର ବିସ୍ତୃତ ପ୍ରସାର ରହିଛି ଏବଂ 20ଟି ସହରରେ କମ୍ପାନୀରେ 1 ଲକ୍ଷରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ବ୍ୟବସାୟିକ ବାତାବରଣ ଉପରେ କୋଭିଡର ପ୍ରଭାବ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଘରୁ ଥାଇ କାମ’ ସଂସ୍କୃତିକୁ ଦେଶରେ ବ୍ୟାପକ ଭାବେ ଗ୍ରହଣ କରାଯାଉଛି ଏହି ପ୍ରଯୁକ୍ତିଗତ ପରିବର୍ତ୍ତନକୁ ସୁଗମ କରିବା ଲାଗି ଭାରତ ସରକାର ଭିତ୍ତିଭୂମି, ଯୋଗାଯୋଗ ଏବଂ ନିୟାମକ ପରିବେଶ ଯୋଗାଇ ଦେଉଛନ୍ତି ସେ ମଧ୍ୟ ଏହା ସହିତ ଜଡ଼ିତ ପ୍ରଯୁକ୍ତି ଏବଂ ଘରୁ ଥାଇ 75 ପ୍ରତିଶତ କର୍ମଚାରୀ କାମ କରିବା ଲାଗି ଆଇବିଏମ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିରେ ରହିଥିବା ଆହ୍ୱାନ ବିଷୟରେ ଆଲୋଚନା କରିଥିଲେ

ଭାରତର 200ଟି ବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପାଠ୍ୟଖସଡ଼ା ପ୍ରସ୍ତୁତ କରିବାରେ ସିବିଏସଇ ସହିତ ମିଶି ଆଇବିଏମର ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ସେ କହିଥିଲେ ଯେ ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଆଦି ବିଷୟରେ ପ୍ରାରମ୍ଭିକ ସ୍ତରରୁ ଶିକ୍ଷା ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ଯାହା ଦେଶରେ ପ୍ରଯୁକ୍ତି ମନୋଭାବକୁ ବଢ଼ାଇବାରେ ସହାୟକ ହେବ ଆଇବିଏମ ସିଇଓ କହିଥିଲେ ଯେ ଆଲଜେବ୍ରା ଭଳି ମୌଳିକ ବର୍ଗରେ ପ୍ରଯୁକ୍ତି ଏବଂ ଡାଟା ବିଷୟରେ ଶିକ୍ଷାଦାନ କରାଯିବା ଉଚିତ ଏବଂ ଏହାକୁ ଆଗ୍ରହର ସହିତ ପ୍ରାରମ୍ଭିକ ସ୍ତରରେ ଶିକ୍ଷା ଦିଆଯିବା ଉଚିତ

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ନିବେଶ କରିବା ଲାଗି ଏହା ଶ୍ରେଷ୍ଠ ସମୟ ସେ କହିଥିଲେ ଯେ ପ୍ରଯୁକ୍ତି କ୍ଷେତ୍ରରେ ଆସୁଥିବା ନିବେଶକୁ ସ୍ୱାଗତ ସମର୍ଥନ କରୁଛନ୍ତି ସେ ଉଲ୍ଲେଖ କରିଥିଲେ ଯେ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଥିବା ସମୟରେ ଭାରତରେ ଏଫଡିଆଇ ପ୍ରବାହ ବଢ଼ୁଛି ସେ କହିଥିଲେ ଯେ ଆମେ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଅଗ୍ରସର ହେଉଛୁ ଯାହାଫଳରେ ଏକ ବୈଶ୍ୱିକ ପ୍ରତିଯୋଗିତାମୂଳକ ଏବଂ ବ୍ୟାଘାତ ସହନଶୀଳ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ବିକଶିତ ହୋଇପାରିବ ଭାରତରେ ବ୍ୟାପକ ନିବେଶ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଆଇବିଏମ ସିଇଓ ସୂଚନା ଦେଇଥିଲେ । ଆତ୍ମନିର୍ଭର ଭାରତର ସଂକଳ୍ପ ପ୍ରତି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ବିଗତ 6 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବାର ପ୍ରୋତ୍ସାହନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ସେ କହିଥିଲେ ଯେ ଲୋକମାନଙ୍କୁ କିଭଳି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ତାହା ସୁନିଶ୍ଚିତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଉପକରଣ ପ୍ରସ୍ତୁତ କରିବା ଏବଂ ରୋଗ ନିରୂପଣ ବିଶ୍ଳେଷଣର ଉନ୍ନତ ମଡେଲ ବିକଶିତ କରିବା ଦିଗରେ ରହିଥିବା ସମ୍ଭାବନା ଉଜାଗର କରିବା ଉପରେ ଆଲୋକପାତ କରିଥିଲେ ସେ ଆଲୋକପାତ କରି କହିଥିଲେ ଯେ ଭାରତ ଏପରି ଏକ ସ୍ୱାସ୍ଥ୍ୟବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛି ଯାହା ସମନ୍ୱିତ, ପ୍ରଯୁକ୍ତି ଓ ଡାଟା ପରିଚାଳିତ ହେବା ସହିତ ଶସ୍ତା ଓ ବାଧାମୁକ୍ତ ହୋଇଥିବ ଏହି ସ୍ୱାସ୍ଥ୍ୟସେବା ସଂକଳ୍ପକୁ ଆଗେଇ ନେବାରେ ଆଇବିଏମ ବିଶେଷ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଆଇବିଏମର ସିଇଓ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ସଂକଳ୍ପକୁ ପ୍ରଶଂସା କରିବା ସହିତ ଆଗୁଆ ରୋଗ ନିରୂପଣ ପାଇଁ ପ୍ରଯୁକ୍ତିର ଉପଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଡାଟା ସୁରକ୍ଷା, ସାଇବର ଆକ୍ରମଣ, ଗୋପନୀୟତା ପ୍ରସଙ୍ଗରେ ଚିନ୍ତା ଏବଂ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ଆଦି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

 

**********



(Release ID: 1640007) Visitor Counter : 216