ରସାୟନ ଓ ସାର ମନ୍ତ୍ରଣାଳୟ
ପିପିଇ କିଟ୍ ଯାଞ୍ଚ ଏବଂ ପ୍ରମାଣପତ୍ର ପ୍ରଦାନ ପାଇଁ ଏନଏବିଏଲ ପକ୍ଷରୁ ସିପେଟକୁ ମିଳିଲା କ୍ଷମତା
• ଉପଲବ୍ଧି ପାଇଁ ସିପେଟକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା
ପୋଷ୍ଟ କରାଯିବା ଦିନାଙ୍କ:
19 JUL 2020 3:10PM by PIB Bhubaneswar
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ ଏକ ଅଗ୍ରଣୀ ସଂସ୍ଥା କେନ୍ଦ୍ରୀୟ ପେଟ୍ରୋ ରାସାୟନିକ ଇଂଜିନିୟରିଂ ଏବଂ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ (ସିପେଟ) କୁ ପିପିଇ କିଟର ଯାଞ୍ଚ ଏବଂ ପ୍ରମାଣପତ୍ର ଜାରି କରିବା ନିମନ୍ତେ ରାଷ୍ଟ୍ରୀୟ ପରୀକ୍ଷଣ ଏବଂ ଯାଞ୍ଚ ପରୀକ୍ଷାଗାର ବୋର୍ଡ (ଏନଏବିଏଲ) ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି ।
ପିପିଇ କିଟରେ ଆସୁଥିବା ଗ୍ଲୋବ୍ସ, କଭର ଅଲ, ଫେସ ସିଲ୍ଡ ଏବଂ ଚଷମା ତଥା ଆନ୍ତର୍ଜାତିକ ମାନକ ଅନୁରୂପ ତ୍ରିସ୍ତରୀୟ ମେଡିକାଲ ମାସ୍କ ଆଦି ସାମିଲ କରାଯାଇଛି । କୋଭିଡ-19 ମହାମାରୀ ବିରୁଦ୍ଧରେ ସଂଗ୍ରାମ ତଥା ଆତ୍ମନିର୍ଭର ଭାରତ ଦିଗରେ ସିପେଟର ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ।
ସିପେଟ: ପିପିଇ କିଟ ଯାଞ୍ଚ କରିବାର ସୁବିଧା ବିକଶିତ କରିବା ପରେ ଏହାକୁ ମାନ୍ୟତା ପ୍ରଦାନ କରିବା ପାଇଁ ଭୁବନେଶ୍ୱର ଆଇପିଇଟି କେନ୍ଦ୍ର ଏନଏଏସଏଲକୁ ଆବେଦନ କରିଥିଲା ଯାହାକୁ ମଞ୍ଜୁର କରାଯାଇଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ସିପେଟ ଭୁବନେଶ୍ୱରକୁ ଏହି ଉପଲବ୍ଧି ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଦେଶ ସେବା ସହିତ ମେକ ଇନ ଇଣ୍ଡିଆ ଉପରେ ଜୋର ଦେଇ ଏମଏସଏମଇକୁ ସାହାଯ୍ୟ କରିବା ନିମନ୍ତେ ଗତିବିଧି ତ୍ବରାନ୍ବିତ କରିବା ପାଇଁ ନିବେଦନ କରିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ/ ଆଇଏସଓର ମାର୍ଗଦର୍ଶିକା ଅନୁଯାୟୀ ସିପେଟ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଓ ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ ମହାମାରୀ ସମୟରେ ସିପେଟ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ସହଯୋଗ କରିବା ପାଇଁ ଖାସ୍ୟଶସ୍ୟ ତଥା ସାର ପ୍ୟାକେଜିଂ ଯାଞ୍ଚ କରିବା ପାଇଁ ମଧ୍ୟ ନିଜ କ୍ଷମତାର ସମ୍ପ୍ରସାରଣ କରିଛି ।
**********
(ରିଲିଜ ଆଡି: 1639845)
ପରିଦର୍ଶକ କାଉଣ୍ଟର : 315