ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି 23,600ରୁ ଅଧିକ ସଂକ୍ରମିତ

• ସକ୍ରିୟଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷରୁ ଉର୍ଦ୍ଧ୍ଵ
• ପ୍ରତି 10 ଲକ୍ଷରେ ପ୍ରାୟ 10 ହଜାର ନମୁନା ପରୀକ୍ଷା

Posted On: 19 JUL 2020 5:56PM by PIB Bhubaneshwar

କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସକ୍ରିୟ ପଦକ୍ଷେପ ଯୋଗୁଁ କୋଭିଡ-19 ସଂକ୍ରମିତ ମାମଲାଗୁଡିକ ଶୀଘ୍ର ଚିହ୍ନଟ ହୋଇପାରୁଛି ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ମାଧ୍ୟମରେ ମଧ୍ୟମ ଏବଂ ଗୁରୁତର ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା କରୋନା ରୋଗୀଙ୍କ ମଧ୍ୟରେ ଉନ୍ନତ ସୁସ୍ଥ ହାରକୁ ସୁନିଶ୍ଚିତ କରୁଛି

ଗତ 24 ଘଣ୍ଟା ମଧ୍ୟରେ 23,600 କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ସକ୍ରିୟ ରୋଗୀ ଓ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ 3,40,043କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ 6,77,422 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ଶତକଡା 62.86କୁ ବୃଦ୍ଧି ପାଇଛି ସମସ୍ତ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି

ଦେଶର ନମୁନା ପରୀକ୍ଷା ଭିତ୍ତିଭୂମି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଇସିଏମଆର ପକ୍ଷରୁ ପଞ୍ଜୀକୃତ ଚିକିତ୍ସକମାନଙ୍କୁ ନମୁନା ପରୀକ୍ଷା ସୁପାରିଶ ପାଇଁ ଅନୁମତି ଦିଆଯାଇଛି ରାପିଡ ଆଣ୍ଟିଜେନ ପଏଣ୍ଟ ଅଫ କେଆର (ପିଓସି) ସହ ବହୁଳ ଭାବେ ଗୋଲ୍ଡ ଷ୍ଟାଣ୍ଡାର୍ଡ ଆରଟିପିସିଆର ଟେଷ୍ଟ ଯୋଗୁଁ କେବଳ ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 3,58,127ଟି ନମୁନା ପରୀକ୍ଷା କରାଯାଇପାରିଛି । ଏପର୍ଯ୍ୟନ୍ତ ଦେଶରେ 1,37,91,869 ନମୁନା ପରୀକ୍ଷା କରାଯାଇଛି, ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଏହାର ହାର 9994.1 । ଏହାଛଡା ଦେଶରେ ପରୀକ୍ଷାଗାରର ସୁବିଧା ମଧ୍ୟ ବୃଦ୍ଧି ପାଉଛି । 889 ସରକାରୀ ଓ 373ଟି ଘରୋଇ ଏହିପରି ମୋଟ 1262ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1639834) Visitor Counter : 232