ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା 3,31,146

• ମୋଟ ମାମଲାର ଏକ ତୃତୀୟାଂଶ ପ୍ରକୃତ ରୋଗୀ
• ଆରୋଗ୍ୟ ସଂଖ୍ୟା 6.1 ଲକ୍ଷରୁ ଅଧିକ

Posted On: 16 JUL 2020 2:06PM by PIB Bhubaneshwar

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କୋଭିଡ-19 ପରିଚାଳନା ଯୋଗୁଁ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି ଆଜିସୁଦ୍ଧା ଦେଶରେ ପ୍ରକୃତ କରୋନା ରୋଗୀଙ୍କ ସଂଖ୍ୟା 3,31,146 ରହିଛି ଏପର୍ଯ୍ୟନ୍ତ କରୋନା ଚିହ୍ନଟ ହୋଇଥିବା ମୋଟ ରୋଗୀଙ୍କର ମଧ୍ୟରୁ ଏହି ସଂଖ୍ୟା ହେଉଛି ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ ଘରକୁ ଘର ସର୍ଭେ, ଅନ୍ୟାନ୍ୟ ପ୍ରାକ ନିୟନ୍ତ୍ରଣ କାର୍ଯ୍ୟ, ଠିକଣା ସମୟରେ ଚିହ୍ନଟ ଏବଂ ଆବଦ୍ଧାଞ୍ଚଳ ପ୍ରତି ସତର୍କ ଦୃଷ୍ଟି, ବ୍ୟାପକ ପରୀକ୍ଷା ଓ ସମୟପୋଯୋଗୀ ନିଦାନ ଓ ଏଥିପାଇଁ ଉଦ୍ଦିଷ୍ଟ ନିୟମାବଳିକୁ କଡାକଡି ପାଳନ ଯୋଗୁଁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ଏସଏଆରଆଇ/ଆଇଏଲଆଇ ମାମଲାଗୁଡିକର ଅଗ୍ରାଧିକାର ଭିତ୍ତିରେ ତଦାରଖ ଯୋଗୁଁ ଏହି ସୁସ୍ଥତା ହାର ବୃଦ୍ଧି ପାଇଛି । ନିମ୍ନରେ ଦିଆଯାଇଥିବା ରେଖା ଚିତ୍ର ଅନୁସାରେ ଜୁନ ମଧ୍ୟ ଭାଗ ସୁଦ୍ଧା ସୁସ୍ଥତା ହାର ଶତକଡା 50 ପହଞ୍ଚିଥିବା ବେଳେ ତା’ପରଠାରୁ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ସୁସ୍ଥତା ହାର ଶତକଡା 63.25ରେ ପହଞ୍ଚିଛି । ଏହିପରି ଜୁନ ମଧ୍ୟଭାଗ ସୁଦ୍ଧା ସକ୍ରିୟ ମାମଲା ଶତକଡା 45 ଭାଗ ଥିବା ବେଳେ ବର୍ତ୍ତମାନ ଏହା 34.18 ଶତକଡାକୁ ଖସି ଆସିଛି ।

କେବଳ ଗତ 24 ଘଣ୍ଟା ମଧ୍ୟରେ 20,783 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା 6,12,814କୁ ବୃଦ୍ଧି ପାଇଛି । ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 2,81,668 ଅଧିକ ।

ସେହିପରି କୋଭିଡ-19 ହସ୍ପିଟାଲ ଭିତ୍ତିଭୂମିର ଦୃଷ୍ଟିରୁ ପ୍ରଥମ ଶ୍ରେଣୀରେ 1,381ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ରହିଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ 3,100ଟି ଉତ୍ସର୍ଗୀକୃତ କୋଭିଡ ସ୍ଵାସ୍ଥ୍ୟସେବା କେନ୍ଦ୍ର ଓ ତୃତୀୟ ଶ୍ରେଣୀରେ 10,367ଟି କୋଭିଡ ସୁଧାର କେନ୍ଦ୍ର ରହିଛି । ଏହିସବୁ କେନ୍ଦ୍ରରେ ମୋଟ 46,666ଟି ଆଇସିୟୁ ଶଯ୍ୟା ରହିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵିତ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି କେବଳ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି । କେବଳ ଦୁଇଟି ରାଜ୍ୟ ଯଥା ମହାରାଷ୍ଟ୍ର ଓ ତାମିଲନାଡୁରେ ଦେଶର ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ଶତକଡା 48.15 ରହିଛନ୍ତି । ଦେଶର ମୋଟ 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ 10ଟି ରାଜ୍ୟରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ଶତକଡା 86.62 ରହିଛି । ଉତ୍ତମ ଚିକିତ୍ସା ପରିଚାଳନା ଯୋଗୁଁ କେନ୍ଦ୍ର ସରକାର ଏହିସବୁ ରାଜ୍ୟଗୁଡ଼ିକର ମୁକାବିଲାକୁ ଅଗ୍ରାଧିକାର ଦେଉଛନ୍ତି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

     

 



(Release ID: 1639179) Visitor Counter : 191