ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଚାର୍ଯ୍ୟ ଶ୍ରୀ ପୁରୁଷୋତ୍ତମପ୍ରିୟଦାସଜୀ ସ୍ୱାମୀଶ୍ରୀ ମହାରାଜଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
16 JUL 2020 10:51AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ଶ୍ରୀ ପୁରୁଷୋତ୍ତମପ୍ରିୟ ଦାସଜୀ ସ୍ୱାମୀ ଶ୍ରୀମହାରାଜଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ,
ସମାଜ ପ୍ରତି ଉଲ୍ଲେଖନୀୟ ଓ ନିଷ୍ଠାପର ସେବା ପାଇଁ ଆଚାର୍ଯ୍ୟ ଶ୍ରୀ ପୁରୁଷୋତ୍ତମପ୍ରିୟ ଦାସଜୀ ସ୍ୱାମୀଶ୍ରୀ ମହାରାଜ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ମାନବଜାତିର କଷ୍ଟକୁ ଦୂର କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ସେ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଅଗଣିତ ଲୋକଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବେ ।
ଆଚାର୍ଯ୍ୟ ଶ୍ରୀ ପୁରୁଷୋତ୍ତମପ୍ରିୟ ଦାସଜୀ ସ୍ୱାମୀଶ୍ରୀ ମହାରାଜ ଥିଲେ ଅସୀମ ଜ୍ଞାନର ଭଣ୍ଡାର । ସାମୁଦାୟିକ ସେବା, ଶିକ୍ଷା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି । ସେଥିପାଇଁ ସେ ମଧ୍ୟ ଚିର ସ୍ମରଣୀୟ । ଅନେକ ଥର ତାଙ୍କ ସହ ଆଲୋଚନାର ସୁଯୋଗ ମୋତେ ମିଳିଥିଲା ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ । ଓମ ଶାନ୍ତି ।
**********
(Release ID: 1639170)
Visitor Counter : 191
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam