ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ଆରୋଗ୍ୟ ମାମଲା ସକ୍ରିୟ ମାମଲା ଠାରୁ 1.75 ଗୁଣ ଅଧିକ
• ସୁସ୍ଥ ଏବଂ ସକ୍ରିୟ ରୋଗୀଙ୍କ ମଧ୍ୟରେ ତଫାତ 2 ଲକ୍ଷ ଅତିକ୍ରମ କଲା
• ଜାତୀୟ ଆରୋଗ୍ୟ ହାର 62.09%କୁ ବୃଦ୍ଧି

Posted On: 09 JUL 2020 6:20PM by PIB Bhubaneshwar

ଏକ ବିଶେଷ ସଫଳତା କ୍ରମେ, କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ 2,06,588 ଅଧିକ ହୋଇଛି ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ 1.75 ଗୁଣ (ପ୍ରାୟ ଦୁଇଗୁଣ) ଅଧିକ ହୋଇଛି ଗତ 24 ଘଣ୍ଟା ମଧ୍ୟରେ, ମୋଟ 19,547 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ଆଜିସୁଦ୍ଧା ସମୁଦାୟ ଆରୋଗ୍ୟ ସଂଖ୍ୟାକୁ 4,76,377ରେ ପହଞ୍ଚାଇଛି କଣ୍ଟାକ୍ଟ ଟ୍ରେସିଂ ଏବଂ ଏକାନ୍ତବାସ  ସହିତ ସମୟାନୁଯାୟୀ ପ୍ରଭାବୀ ଢଙ୍ଗରେ ଚିକିତ୍ସା ପରିଚାଳନା ମାଧ୍ୟମରେ ନିରୀକ୍ଷଣର ଫଳାଫଳ

ବର୍ତ୍ତମାନ ଦେଶରେ ମୋଟ 2,69,789 ସକ୍ରିୟ ରୋଗୀ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି ।

ଭାରତର କୋଭିଡ-19 ଆରୋଗ୍ୟ ହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆଜି ଆରୋଗ୍ୟ ହାର 62.09 ପ୍ରତିଶତକୁ ବୃଦ୍ଧି ପାଇଛି । 

ସଂପୂର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ଭାରତକୁ ଅନ୍ୟ ଦେଶ ସହିତ ତୁଳନା କରିବା ବୋଧହୁଏ ଠିକ୍ ହେବ ନାହିଁ, ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ 195.5 ମାମଲା ରହିଛି ଯାହା ବିଶ୍ଵର ସର୍ବନିମ୍ନ କଣ୍ଟେନମେଣ୍ଟ ଏବଂ ବଫର ଜୋନରେ ଆକ୍ରମଣାତ୍ମକ ପରୀକ୍ଷଣ, ଶୀଘ୍ର ଓ ଠିକ ସମୟରେ ଚିହ୍ନଟ ତଥା ଚିକିତ୍ସା ନିୟମାବଳୀ, ଉତ୍ତମ ଆଇସିୟୁ / ହସ୍ପିଟାଲ ପରିଚାଳନା ଯୋଗୁଁ  ବିଶ୍ୱରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବନିମ୍ନ ଭାରତରେ ମିଲିୟନ ଜନସଂଖ୍ୟା ପିଛା ମୃତ୍ୟୁ ସଂଖ୍ୟା 15.31, ଯାହା ମୃତ୍ୟୁହାର 2.75%କୁ ଦର୍ଶାଏ, ଯେଉଁଠାରେ ବିଶ୍ଵରେ ଏହି ହାର 68.7 ରହିଛି

ଭାରତର ଦୈନିକ ନମୁନା ପରୀକ୍ଷା ସଂଖ୍ୟା ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି ଗତ 24 ଘଣ୍ଟା ମଧ୍ୟରେ 2,67,061 ନମୁନା ପରୀକ୍ଷା କରାଯାଇଛି ଆଜି ପର୍ଯ୍ୟନ୍ତ କୋଭିଡ-19 ଚିହ୍ନଟ ପାଇଁ ସମୁଦାୟ 1,07,40,832 ନମୁନା ପରୀକ୍ଷା କରାଯାଇସାରିଲାଣି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆଇସିଏମଆରର ମିଳିତ ପ୍ରୟାସରେ ଦେଶରେ ପରୀକ୍ଷାଗାର ସଂଖ୍ୟାରେ ଚମତ୍କାର ବୃଦ୍ଧି ଘଟିଛି, ଯାହା ସରକାରୀ ପରୀକ୍ଷାଗାର ସଂଖ୍ୟା 805କୁ ବୃଦ୍ଧି ପାଇଥିବା ବେଳେ ଘରୋଇ ସଂଖ୍ୟା 327କୁ ବୃଦ୍ଧି ପାଇ ବର୍ତ୍ତମାନ ଦେଶରେ ମୋଟ 1132ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି

  • Real-Time RT PCR based testing labs: 603 (Govt: 373 + Private: 230)
  • TrueNat based testing labs: 435 (Govt: 400 + Private: 35)
  • CBNAAT based testing labs: 94 (Govt: 33 + Private: 61)

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 



(Release ID: 1637648) Visitor Counter : 178