ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ର ଉଦ୍ଦେଶ୍ୟରେ 750 ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
• ରେୱା ପ୍ରକଳ୍ପ ଯୋଗୁଁ ବାର୍ଷିକ ପ୍ରାୟ 15 ଲକ୍ଷ ଟନ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ହ୍ରାସ ପାଇବ
• ଦେଶରେ 2022 ସୁଦ୍ଧା 175 ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୁରଣରେ ସହାୟକ ହେବ ପ୍ରକଳ୍ପ
Posted On:
09 JUL 2020 4:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ରେୱାଠାରେ 750 ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ ଆସନ୍ତାକାଲି (10.07.2020) ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
1500 ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ 500 ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର 3ଟି ୟୁନିଟରୁ 250 ମେଗାୱାଟ କରି ସୌରଶକ୍ତି ଉତ୍ପାଦିତ ହେବ । ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବିକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନିଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଆରୟୁଏମଏସଏଲକୁ ଏହି ଉଦ୍ୟାନ ଲାଗି 138 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୌର ଉଦ୍ୟାନଟି ନିର୍ମିତ ହେବା ପରେ ଏହାର ବିଭିନ୍ନ ୟୁନିଟରୁ ସୌର ଶକ୍ତି ଉତ୍ପାଦନ ଆରମ୍ଭ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିର୍ମିତ ରେୱା ସୌର ପ୍ରକଳ୍ପ ଅନ୍ୟାନ୍ୟ ରାଜ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ପାଲଟିବ । ବିଦ୍ୟୁତ ଶୁଳ୍କ ଦୃଷ୍ଟିରୁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଖୁବ ମିତବ୍ୟୟୀ । ସୌର ଶକ୍ତି ଶୁଳ୍କ 2017ରେ ୟୁନିଟ ପିଛା 4.50 ଟଙ୍କା ଥିବା ବେଳେ ରେୱା ପ୍ରକଳ୍ପରୁ ମିଳୁଥିବା ସୌର ଶକ୍ତି ୟୁନିଟ ପିଛା 2.97 ଟଙ୍କା ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ 15 ଲକ୍ଷ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ପାଇବ ।
ଉଦ୍ଭାବନ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହି ପ୍ରକଳ୍ପ ଦେଶ ଓ ଦେଶ ବାହାରେ ବେଶ ସ୍ଵୀକୃତି ଲାଭ କରିଛି । ଏହା ଉଦ୍ଭାବନ ପାଇଁ ବିଶ୍ଵ ବ୍ୟାଙ୍କ ଅଧ୍ୟକ୍ଷଙ୍କ ପୁରସ୍କାର ପାଇଛି । ଏହି ଅକ୍ଷୟ ଶକ୍ତି ପ୍ରକଳ୍ପ ଦେଶରେ ରାଜ୍ୟ ବାହାରେ ଅନ୍ୟମାନଙ୍କୁ ଶକ୍ତି ଯୋଗାଇବାରେ ଦେଶର ପ୍ରଥମ ପ୍ରକଳ୍ପ ବିବେଚିତ ହୋଇଛି । ପ୍ରକଳ୍ପରୁ ଶତକଡା 24 ଭାଗ ସୌରଶକ୍ତି ଦିଲ୍ଲୀ ମେଟ୍ରୋ ନେଉଥିବା ବେଳେ ଅବଶିଷ୍ଟ 76 ଭାଗ ମଧ୍ୟପ୍ରଦେଶ ରାଜ୍ୟର ଡ଼ିସକମ ନେଉଛି । ଏହି ରେୱା ପ୍ରକଳ୍ପ ଯୋଗୁଁ ଆଗାମୀ 2022 ସୁଦ୍ଧା ଦେଶରେ 175 ଗିଗାୱାଟ ସୌରଶକ୍ତି ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ରେୱା ପ୍ରକଳ୍ପ ବିଶେଷ ସହାୟତ ହେବ ।
**********
(Release ID: 1637607)
Visitor Counter : 306
Read this release in:
Tamil
,
Telugu
,
Kannada
,
Malayalam
,
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati