ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଶ୍ଵରେ ନିୟୁତ ପିଛା କରୋନା ସଂଖ୍ୟା ଭାରତରେ ସବୁଠାରୁ କମ

• ଦେଶରେ ଆରୋଗ୍ୟ ସଂଖ୍ୟା ପାଖାପାଖି 4.4 ଲକ୍ଷ; ଏହା ସକ୍ରିୟ ସଂଖ୍ୟାଠାରୁ 1.8 ଲକ୍ଷ ଅଧିକ
• ଜାତୀୟ ଆରୋଗ୍ୟ ହାର 61 ପ୍ରତିଶତକୁ ଅତିକ୍ରମ କଲା

Posted On: 07 JUL 2020 2:26PM by PIB Bhubaneshwar

ଗତ 6 ତାରିଖ ଦିନ ପ୍ରକାଶିତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର 168ତମ ରିପୋର୍ଟରେ ଭାରତରେ କୋଭିଡ-19 ଆରୋଗ୍ୟ ହାର ନିୟୁତ ପିଛା ସର୍ବନିମ୍ନ ଦର୍ଶାଯାଇଛି ବିଶ୍ଵରେ ଏହା ନିୟୁତ ପିଛା 1453.25 ଥିବା ବେଳେ ଭାରତରେ ଏହା 505.37 ରହିଛି ଚିଲିରେ ଏକ ନିୟୁତ ଜନସଂଖ୍ୟାରେ ଏହା 15459.8 ଥିବା ବେଳେ ପେରୁ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ସ୍ପେନରେ ଏହା ଯଥାକ୍ରମେ 9070.8, 8560.5, 7419.1 ଓ 5358.7 ଦର୍ଶାଯାଇଛି

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଭାରତରେ 1 ନିୟୁତ ଜନସଂଖ୍ୟାରେ ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହିଛି ଭାରତରେ ନିୟୁତ ପିଛା ଏହା 14.27 ହୋଇଥିବା ବେଳେ ବିଶ୍ଵରେ ଏହା 4ଗୁଣ ଅଧିକ ଅର୍ଥାତ 68.29 ହାର ରହିଛି

ଇଂଲଣ୍ଡରେ 1 ନିୟୁତ ଜନସଂଖ୍ୟାରେ କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟା 651.4 ହୋଇଥିବା ବେଳେ ସ୍ପେନ, ଇଟାଲୀ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଯଥାକ୍ରମେ 607.1, 576.6, 456.7 ଓ 391.0 ରହିଛି

ଭାରତ ଆବଶ୍ୟକତା ମୁତାବକ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ କରିବା ସହ ସଂକ୍ରମଣ ରୋକିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛି । ଏହିସବୁ ମଧ୍ୟରେ ଅମ୍ଳଜାନ ସହାୟତା, ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ଅନ୍ତର୍ଭୁକ୍ତ । ଅଦ୍ୟାବଧି (07.07.2020) ଦେଶରେ 1201ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, 2611 ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ 9909ଟି କୋଭିଡ ସେବା କେନ୍ଦ୍ରରେ ଗୁରୁତର ଠାରୁ ଆରମ୍ଭ କରି ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ଏହିସବୁ ପରିଚାଳନାଗତ ବ୍ୟବସ୍ଥା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । ଶୀଘ୍ର ରୋଗ ଚିହ୍ନଟ ସାଙ୍ଗକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗୁଁ ଦିନକୁ ଦିନ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 15,515 ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 4,39,947

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷେଧକ, ସଙ୍ଗରୋଧ ଓ ଉପଯୁକ୍ତ ପରିଚାଳନା ଫଳସ୍ଵରୂପ ନୀରବଚ୍ଛିନ୍ନ ଭାବେ ସକ୍ରିୟ ଓ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଉଛି । ଆଜି ପର୍ଯ୍ୟନ୍ତ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟା ଠାରୁ 1,80,390 ଅଧିକ ରହିଛି । ସେ ଦୃଷ୍ଟିରୁ ସୁସ୍ଥତା ହାର ଶତକଡା 61.13 ଭାଗରେ ପହଞ୍ଚିଛି ।

ବର୍ତ୍ତମାନ 2,59,557 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।   

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଉପରେ ଗୁରୁତ୍ଵାରୋପ କରାଯିବା ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦିନକୁ ପ୍ରାୟ 2 ଲକ୍ଷ ପର୍ଯ୍ୟନ୍ତ ନମୁନା ପରୀକ୍ଷଣ  କରାଯାଉଛି ଦେଶରେ ଗତ 24 ଘଣ୍ଟା ମଧ୍ୟରେ 2,41,430 ନମୁନା ପରୀକ୍ଷା କରାଯାଇଛି ଏଥିସହ ଦେଶବ୍ୟାପୀ ମୋଟ ପରୀକ୍ଷା କରାଯାଇଥିବା ନମୁନା ସଂଖ୍ୟା 1,02,11,092ରେ ପହଞ୍ଚିଛି

ସେହିପରି ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ନିୟମିତ ବୃଦ୍ଧି ଘଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 793 ସରକାରୀ ଓ 322ଟି ଘରୋଇ ଏହିପରି 1115ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

**********

 

 

 

 



(Release ID: 1637042) Visitor Counter : 223