ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା
• ଜାତୀୟ କରୋନା ସଂକ୍ରମଣ ହାର ଶତକଡା 6.73; ଅନେକ ରାଜ୍ୟରେ ଜାତୀୟ ହାର ଠାରୁ କମ ସଂକ୍ରମଣ
• କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ପରୀକ୍ଷଣ ସଂଖ୍ୟା ବୃଦ୍ଧି ଓ ସଂକ୍ରମଣ ହାର ହ୍ରାସ
Posted On:
06 JUL 2020 2:53PM by PIB Bhubaneshwar
ଦେଶରେ କୋଭିଡ-19 ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।
ସେଥିପାଇଁ କେନ୍ଦ୍ର ସରକାର ଅଧିକ ପରୀକ୍ଷଣ, ଦ୍ରୁତ ଚିହ୍ନଟିକରଣ ଏବଂ ସମୟୋଚିତ ଉପଚାର ଉପରେ ଗୁରୁତ୍ଵ ଦେଉଛନ୍ତି । ଏଥିଯୋଗୁଁ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ସେମାନଙ୍କ ପରୀକ୍ଷଣ ସାମର୍ଥ୍ୟକୁ ବୃଦ୍ଧି କରିଛନ୍ତି । ଏହି ସମନ୍ଵିତ ପଦକ୍ଷେପ ଯୋଗୁଁ ଆଜି ଦେଶରେ ସଂକ୍ରମଣ ହାର ଶତକତା 6.73 ରହିଛି । ଏ ପର୍ଯ୍ୟନ୍ତ ଯେଉଁ ରାଜ୍ୟଗୁଡିକ ଜାତୀୟ ହାର ଠାରୁ ନିମ୍ନରେ ଅଛନ୍ତି ତାହା ନିମ୍ନରେ ଦିଆଯାଇଛି ।
କ୍ରମିକ ସଂଖ୍ୟା
|
ରାଜ୍ୟ
|
ସଂକ୍ରମଣ ହାର (ଶତକଡାରେ)
|
ପ୍ରତି ମିଲିୟନରେ ପରୀକ୍ଷଣ
|
1
|
ଭାରତ(ଜାତୀୟ)
|
6.73
|
6,859
|
2
|
ପୁଡୁଚେରୀ
|
5.55
|
12,592
|
3
|
ଚଣ୍ଡିଗଡ
|
4.36
|
9,090
|
4
|
ଆସାମ
|
2.84
|
9,987
|
5
|
ତ୍ରିପୁରା
|
2.72
|
10,941
|
6
|
କର୍ଣ୍ଣାଟକ
|
2.64
|
9,803
|
7
|
ରାଜସ୍ଥାନ
|
2.51
|
10,445
|
8
|
ଗୋଆ
|
2.5
|
44,129
|
9
|
ପଞ୍ଜାବ
|
1.92
|
10,257
|
କେନ୍ଦ୍ର ସରକାରଙ୍କ ସମୁଚିତ ପଦକ୍ଷେପ ଯୋଗୁଁ ଦିଲ୍ଲୀରେ ପରୀକ୍ଷା ହାରରେ ଯଥେଷ୍ଟ ଉନ୍ନତି ଘଟିଛି । ଅଧିକରୁ ଅଧିକ ଆରଟିପିସିଆର ପରୀକ୍ଷା ହେବା ସହ ନୂତନ ରାପିଡ଼ ଆଣ୍ଟିଜେନ ପଏଣ୍ଟ ଅଫ କେର ଯୋଗୁଁ ମାତ୍ର ଅଧଘଣ୍ଟା ମଧ୍ୟରେ ଫଳାଫଳ ଜଣା ପଡୁଛି । ଭାରତ ସରକାରଙ୍କ ଏହି ତ୍ଵରିତ ପଦକ୍ଷେପ ଯୋଗୁଁ ନମୁନା ପରୀକ୍ଷଣ ଆଶାତୀତ ବୃଦ୍ଧି ପାଇଛି । ଜୁନ 1 ରୁ 5 ତାରିଖ ମଧ୍ୟରେ ଦିନକୁ 5,481ଟି ନମୁନା ପରୀକ୍ଷା ହେଉଥିବା ବେଳେ ଏହି ସଂଖ୍ୟା ଜୁଲାଇ 1 ରୁ 5 ତାରିଖ ମଧ୍ୟରେ ହାରାହାରି 18,766ରେ ପହଞ୍ଚିଛି । ଦିଲ୍ଲୀରେ ନମୁନା ପରୀକ୍ଷଣ ବୃଦ୍ଧି ଯୋଗୁଁ ସଂକ୍ରମଣ ହାର ଗତ ତିନି ସପ୍ତାହ ମଧ୍ୟରେ ଶତକଡା 30 ରୁ 10କୁ ହ୍ରାସ ପାଇଛି ।
**********
(Release ID: 1636853)
Read this release in:
Gujarati
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Tamil
,
Telugu
,
Malayalam