ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ଜାତୀୟ କରୋନା ସଂକ୍ରମଣ ହାର ଶତକଡା 6.73; ଅନେକ ରାଜ୍ୟରେ ଜାତୀୟ ହାର ଠାରୁ କମ ସଂକ୍ରମଣ
• କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ପରୀକ୍ଷଣ ସଂଖ୍ୟା ବୃଦ୍ଧି ଓ ସଂକ୍ରମଣ ହାର ହ୍ରାସ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2020 2:53PM by PIB Bhubaneswar

ଦେଶରେ କୋଭିଡ-19 ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

ସେଥିପାଇଁ କେନ୍ଦ୍ର ସରକାର ଅଧିକ ପରୀକ୍ଷଣ, ଦ୍ରୁତ ଚିହ୍ନଟିକରଣ ଏବଂ ସମୟୋଚିତ ଉପଚାର ଉପରେ ଗୁରୁତ୍ଵ ଦେଉଛନ୍ତି । ଏଥିଯୋଗୁଁ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ସେମାନଙ୍କ ପରୀକ୍ଷଣ ସାମର୍ଥ୍ୟକୁ ବୃଦ୍ଧି କରିଛନ୍ତି । ଏହି ସମନ୍ଵିତ ପଦକ୍ଷେପ ଯୋଗୁଁ ଆଜି ଦେଶରେ ସଂକ୍ରମଣ ହାର ଶତକତା 6.73 ରହିଛି । ଏ ପର୍ଯ୍ୟନ୍ତ ଯେଉଁ ରାଜ୍ୟଗୁଡିକ ଜାତୀୟ ହାର ଠାରୁ ନିମ୍ନରେ ଅଛନ୍ତି ତାହା ନିମ୍ନରେ ଦିଆଯାଇଛି ।

କ୍ରମିକ ସଂଖ୍ୟା

ରାଜ୍ୟ

ସଂକ୍ରମଣ ହାର (ଶତକଡାରେ)

ପ୍ରତି ମିଲିୟନରେ ପରୀକ୍ଷଣ

1

ଭାରତ(ଜାତୀୟ)

6.73

6,859

2

ପୁଡୁଚେରୀ

5.55

12,592

3

ଚଣ୍ଡିଗଡ

4.36

9,090

4

ଆସାମ

2.84

9,987

5

ତ୍ରିପୁରା

2.72

10,941

6

କର୍ଣ୍ଣାଟକ

2.64

9,803

7

ରାଜସ୍ଥାନ

2.51

10,445

8

ଗୋଆ

2.5

44,129

9

ପଞ୍ଜାବ

1.92

10,257

କେନ୍ଦ୍ର ସରକାରଙ୍କ ସମୁଚିତ ପଦକ୍ଷେପ ଯୋଗୁଁ ଦିଲ୍ଲୀରେ ପରୀକ୍ଷା ହାରରେ ଯଥେଷ୍ଟ ଉନ୍ନତି ଘଟିଛି । ଅଧିକରୁ ଅଧିକ ଆରଟିପିସିଆର ପରୀକ୍ଷା ହେବା ସହ ନୂତନ ରାପିଡ଼ ଆଣ୍ଟିଜେନ ପଏଣ୍ଟ ଅଫ କେର ଯୋଗୁଁ ମାତ୍ର ଅଧଘଣ୍ଟା ମଧ୍ୟରେ ଫଳାଫଳ ଜଣା ପଡୁଛି । ଭାରତ ସରକାରଙ୍କ ଏହି ତ୍ଵରିତ ପଦକ୍ଷେପ ଯୋଗୁଁ ନମୁନା ପରୀକ୍ଷଣ ଆଶାତୀତ ବୃଦ୍ଧି ପାଇଛି । ଜୁନ 1 ରୁ 5 ତାରିଖ ମଧ୍ୟରେ ଦିନକୁ 5,481ଟି ନମୁନା ପରୀକ୍ଷା ହେଉଥିବା ବେଳେ ଏହି ସଂଖ୍ୟା ଜୁଲାଇ 1 ରୁ 5 ତାରିଖ ମଧ୍ୟରେ ହାରାହାରି 18,766ରେ ପହଞ୍ଚିଛି । ଦିଲ୍ଲୀରେ ନମୁନା ପରୀକ୍ଷଣ ବୃଦ୍ଧି ଯୋଗୁଁ ସଂକ୍ରମଣ ହାର ଗତ ତିନି ସପ୍ତାହ ମଧ୍ୟରେ ଶତକଡା 30 ରୁ 10କୁ ହ୍ରାସ ପାଇଛି ।

 

**********


(ରିଲିଜ ଆଡି: 1636853) ପରିଦର୍ଶକ କାଉଣ୍ଟର : 280