ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ସୁସ୍ଥ ହେଲେଣି 4 ଲକ୍ଷରୁ ଅଧିକ
• ସକ୍ରିୟ ରୋଗୀଙ୍କଠାରୁ ସୁସ୍ଥ ହୋଇଥିବା ସଂଖ୍ୟା ପାଖାପାଖି 1.65 ଲକ୍ଷ ଅଧିକ

प्रविष्टि तिथि: 05 JUL 2020 1:43PM by PIB Bhubaneshwar

କୋଭିଡ-19ର ଆବଦ୍ଧ ଏବଂ ପରିଚାଳନା ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସାମୁହିକ ପ୍ରୟାସ ଯୋଗୁଁ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆଜିସୁଦ୍ଧା ଆରୋଗ୍ୟ ଲାଭ କରିଥିବା ସଂଖ୍ୟା 4,09,082କୁ ବୃଦ୍ଧି ପାଇଛି ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 14,856 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି

ଆଜିପର୍ଯ୍ୟନ୍ତ ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 1,64,268 ଅଧିକ । ଏହାଦ୍ଵାରା ଦେଶର କୋଭିଡ-19 ସଂକ୍ରମିତଙ୍କ ଆରୋଗ୍ୟ ହାର 60.77 ପ୍ରତିଶତରେ ପହଞ୍ଚିଛି । 

ବର୍ତ୍ତମାନ ଦେଶରେ ରହିଥିବା ସମସ୍ତ 2,44,814 ସକ୍ରିୟ ରୋଗୀ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି ।

ଜାତୀୟ ହାରଠାରୁ ଅଧିକ ଆରୋଗ୍ୟ ହାର ରହିଥିବା 21ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ତାଲିକା ନିମ୍ନଲିଖିତ ଅଟେ:

କ୍ରମିକ ସଂଖ୍ୟା

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ଆରୋଗ୍ୟ ହାର

1

ଚଣ୍ଡିଗଡ

85.9%

2

ଲଦାଖ

82.2%

3

ଉତ୍ତରାଖଣ୍ଡ

80.9%

4

ଛତିଶଗଡ

80.6%

5

ରାଜସ୍ଥାନ

80.1%

6

ମିଜୋରାମ

79.3%

7

ତ୍ରିପୁରା

77.7%

8

ମଧ୍ୟପ୍ରଦେଶ

76.9%

9

ଝାଡଖଣ୍ଡ

74.3%

10

ବିହାର

74.2%

11

ହରିୟାଣା

74.1%

12

ଗୁଜରାଟ

71.9%

13

ପଞ୍ଜାବ

70.5%

14

ଦିଲ୍ଲୀ

70.2%

15

ମେଘାଳୟ

69.4%

16

ଓଡିଶା

69.0%

17

ଉତ୍ତର ପ୍ରଦେଶ

68.4%

18

ହିମାଚଳ ପ୍ରଦେଶ

67.3%

19

ପଶ୍ଚିମବଙ୍ଗ

66.7%

20

ଆସାମ

62.4%

21

ଜମ୍ମୁ ଓ କଶ୍ମୀର

62.4%

 

ଦେଶରେ ପରୀକ୍ଷାଗାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଦେଶରେ ମୋଟ 1100ଟି ପରୀକ୍ଷାଗାର ରହିଛି ସେଥିମଧ୍ୟରୁ 786ଟି ସରକାରୀ ଥିବା ବେଳେ 314ଟି ବେସରକାରୀ

   Real-Time RT PCR based testing labs: 591 (Govt: 368 + Private: 223)

   TrueNat based testing labs: 417 (Govt: 385 + Private: 32)

   CBNAAT based testing labs: 92 (Govt: 33 + Private: 59)

ପରୀକ୍ଷା, ଚିହ୍ନଟ, ଚିକିତ୍ସାରଣନୀତିକୁ ଗୁରୁତ୍ଵ ଦେବା ସହିତ କୋଭିଡ-19 ପରୀକ୍ଷଣର ଅସୁବିଧାକୁ ଦୂର କରିବା ପାଇଁ ନିକଟରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ପ୍ରତିଦିନ ପରୀକ୍ଷିତ ନମୁନାଗୁଡ଼ିକରେ କ୍ରମାଗତ ବୃଦ୍ଧି ଘଟିଚାଲିଛି ବିଗତ 24 ଘଣ୍ଟା ମଧ୍ୟରେ 2,48,934 ନମୁନା ପରୀକ୍ଷା କରାଯାଇଛି ଆଜିସୁଦ୍ଧା ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା 97,89,066କୁ ପହଞ୍ଚିଛି

 ‘ସାଧାରଣ ଚିକିତ୍ସା ଏବଂ ସ୍ୱତନ୍ତ୍ର ମାନସିକ ସ୍ୱାସ୍ଥ୍ୟ ସେବା ସେଟିଂ” ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶିକା ଜାରି କରିଛି ଏହା ଏହି ଲିଙ୍କ ମାଧ୍ୟମରେ ଉପଲବ୍ଧ ହୋଇପାରିବ :

https://www.mohfw.gov.in/pdf/MentalHealthIssuesCOVID19NIMHANS.pdf

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 


(रिलीज़ आईडी: 1636694) आगंतुक पटल : 275
इस विज्ञप्ति को इन भाषाओं में पढ़ें: Marathi , English , Urdu , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam