ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ କୃଷି ଗବେଷଣା ପରିଷଦର କାର୍ଯ୍ୟ ପ୍ରଗତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 04 JUL 2020 6:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ଭାରତୀୟ କୃଷି ଗବେଷଣା ପରିଷଦର ଦେଶରେ କୃଷି ଗବେଷଣା, ସଂପ୍ରସାରଣ ଏବଂ ଶିକ୍ଷା କାର୍ଯ୍ୟକ୍ରମ ପ୍ରଗତି ସଂପର୍କରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଏହି ଅବସରରେ କୃଷି, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମନ୍ତ୍ରୀ, କୃଷି ମନ୍ତ୍ରଣାଳୟର ଉଭୟ ରାଷ୍ଟ୍ର ମନ୍ତ୍ରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସେମାନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କୃଷି, ଗୋପ୍ରଜନନ ଏବଂ ଦୁଗ୍ଧ ବିକାଶ ତଥା ମତ୍ସ୍ୟଚାଷ ବିଭାଗର ବରିଷ୍ଠ ପଦାଥିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଭାରତୀୟ କୃଷି ଗବେଷଣା ପରିଷଦର ମହା ନିର୍ଦ୍ଦେଶକ ତଥା କୃଷି ଗବେଷଣା ଓ ସଂପ୍ରସାରଣ ବିଭାଗର ସଚିବ ଡକ୍ଟର ତ୍ରିଲୋଚନ ମହାପାତ୍ର ଏବେ କୃଷିକ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅଗ୍ରାଧିକାର ଭିତ୍ତିକ କାର୍ଯ୍ୟକ୍ରମ, ସେଗୁଡ଼ିକର କାର୍ଯ୍ୟପ୍ରଗତି ତଥା ବିଭିନ୍ନ ସମସ୍ୟାବଳୀ ଉପସ୍ଥାପନ କରିଥିଲେ । 2014 ଠାରୁ, ଆଇସିଏଆରର ବିଭିନ୍ନ କେନ୍ଦ୍ର ପକ୍ଷରୁ କରାଯାଉଥିବା ଗବେଷଣା ଆଧାରରେ, ନୂତନ କିଷମର କ୍ଷେତ୍ର ଶସ୍ୟ (1434), ଉଦ୍ୟାନ କୃଷି ଶସ୍ୟ (462) ଏବଂ ଜଳବାୟୁ ପରିବର୍ତ୍ତନ ସହନଶୀଳ କିଷମର (1121) ଶସ୍ୟର ବିକାଶ ଘଟାଯାଇପାରିଛି । ମଲିକୁଲାର ବ୍ରିଡ଼ିଂ ପଦ୍ଧତି ପ୍ରୟୋଗ କରାଯାଇ ଏହିସବୁ କିଷମର ଶସ୍ୟ ବିହନର ବିକାଶ ଘଟାଯାଇଛି ଯାହାକି ବିବିଧ ପ୍ରକାର ବାହ୍ୟ କୁପ୍ରଭାବକୁ ସହ୍ୟ କରିପାରିବ । ଏଚଡ଼ି 3226 କିଷମର ଗହମ ଏବଂ ଆର୍କାବେଡ଼ କିଷମର ଟମାଟୋ ଯଥାକ୍ରମେ ସାତ ପ୍ରକାର ଓ ଚାରି ପ୍ରକାର ରୋଗକୁ ସହ୍ୟ କରି ସ୍ୱାଭାବିକ ଭାବେ ଅଧିକ ଅମଳ କରିବାକୁ ସକ୍ଷମ ।

ସେହିଭଳି ବ୍ୟବସାୟିକ ପ୍ରୋସେସିଂ କିଷମର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପ୍ରୋସେସିଂ ଟ୍ରେଟ୍‌ ଯଥା, ଆର୍କଭିସେସ୍‌, ଆର୍କଅଲେଶା ଏବଂ ଆର୍କଯୋଜୀର ବିକାଶ ଘଟାଯାଇଛି । ଦେଶର ବିଭିନ୍ନ କୃଷି ଜଳବାୟୁ କ୍ଷେତ୍ର ପାଇଁ ଆବଶ୍ୟକ କିଷମର ଏଭଳି ବିକାଶ ସଂପର୍କରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କୁ ଯେଭଳି ଉତ୍ତମ ଫସଲ ଓ ଲାଭ ମିଳିପାରିବ ସେ ଦିଗରେ ଥିବା ଆବଶ୍ୟକତାକୁ ପୂରଣ କରାଯିବା ଜରୁରି ।

କରନ-4 କିଷମର ଆଖୁର ବିକାଶ ଘଟାଯିବା ପରେ ତାହା ଚିନିର ଉତ୍ପାଦନ ବୃଦ୍ଧି ଘଟାଇପାରିଛି ଏବଂ ଉତ୍ତର ପ୍ରଦେଶର କୃଷକମାନେ ଯେଉଁ ପାରମ୍ପରିକ କିଷମର ଆଖୁ ଚାଷ କରୁଥିଲେ ଏବେ ସେମାନେ ତାହା ଛାଡ଼ି ଏଭଳି ଅଧିକ ଅମଳକ୍ଷମ ଆଖୁ ଚାଷ କରୁଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ ଆଖୁ ଏବଂ ଅନ୍ୟାନ୍ୟ କୃଷି ଉତ୍ପାଦରୁ ବାୟୋ ଇଥାନୋଲ ଉତ୍ପାଦନ ବୃଦ୍ଧି ସକାଶେ ଅନୁସନ୍ଧାନ ଓ ପ୍ରୟାସ କରାଯିବା ଉଚିତ ।

ଦେଶକୁ କୁପୋଷ ମୁକ୍ତ ଭାରତଭାବେ ଗଢ଼ିବା ସକାଶେ 70ଟି ବାୟୋ ଫର୍ଟିଫାଏଡ଼୍‌ କିଷମର ଶସ୍ୟର ବିକାଶ ଘଟାଯାଇଛି । ସେଥିରେ ଆଇରନ୍‌, ଜିଙ୍କ୍‌ ଏବଂ ପ୍ରୋଟିନ୍‌ ମାତ୍ରା ଅଧିକ ରହିଥିବା ଏଭଳି ଶସ୍ୟର ବିକାଶ ଘଟାଯାଇଛି । ଭାର୍ଗବ କିଷମର ଡାଳିମ୍ବରେ ପ୍ରଚୁର ପରିମାଣର ଲୌହସାର, ପୋଟାସିଅମ୍‌, ଭିଟାମିନ୍‌ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଛି ।

ପୋଷଣ ଥାଳି ଏବଂ ନ୍ୟୁଟ୍ରିଆ ଗାର୍ଡ଼ନକୁ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ସକଳ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏଥିପାଇଁ ମଧ୍ୟ ପ୍ରଦେଶ, ଛତିଶଗଡ଼ରେ 76ଟି କୃଷି ବିଜ୍ଞାନ କେନ୍ଦ୍ର ତଥା 450ଟି ମଡ଼େଲ ଫାର୍ମକୁ ସାମିଲ କରାଯାଇ ପାଇଲଟ୍‌ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଛି । ଅଙ୍ଗନୱାଡ଼ି କର୍ମୀ ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ପୋଷଣଯୁକ୍ତ ବଗିଚାର ବିକାଶ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି ଯଦ୍ୱାରା ସମସ୍ତଙ୍କୁ ସନ୍ତୁଳିତ ଆହାର ଉପଲବ୍ଧ ହୋଇପାରିବ । ପୋଷଣ ଥାଳିରେ ଭାତ, ସ୍ଥାନୀୟ ଡାଲି, ଋତୁଭିତ୍ତିକ ଫଳ, ସବୁଜ ପନିପରିବା, ଛଚିନ୍ଦ୍ରା ଓ ଅନ୍ୟାନ୍ୟ ପନିପରିବା, କ୍ଷୀର ଓ ଅନ୍ୟାନ୍ୟ ସାଧନ ଯଥା ଚିନି, ଗୁଡ଼ ଏବଂ ତେଲ ଆଦି ରହିଛି । 100 ନ୍ୟୁଟ୍ରି ସ୍ମାର୍ଟ ଗ୍ରାମ 2022 ସୁଦ୍ଧା ବିକାଶ ଘଟାଇବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ କ୍ଲଷ୍ଟର ଆଧାର ଫର୍ମୁଲାରେ ଏବେ ଜୈବ ଓ ପ୍ରାକୃତିକ ପଦ୍ଧତିରେ କୃଷି କର୍ମକୁ ଗ୍ରହଣ କରିବାକୁ ପଡ଼ିବ । ଆଇସିଏଆର ଏବେ ଜିଓ-ସଂପର୍କୀତ ଅର୍ଗାନିକ୍‌ କାର୍ବନ ମ୍ୟାପ୍‌ ଅଫ୍‌ ଇଣ୍ଡିଆ ପ୍ରସ୍ତୁତ କରିଛି । ଏଥିରେ 88ଟି ଜୈବ ନିୟନ୍ତ୍ରିତ ଏଜେଣ୍ଟକୁ ଚିହ୍ନଟ କରାଯାଇଛି ଏବଂ ଅନ୍ୟ 22ଟି ଜୈବ କୀଟନାଶକ ଯାହାକି ଜୈବ କୃଷିକୁ ପ୍ରୋତ୍ସାହନ ଯୋଗାଇବ ସେସବୁର ବିକାଶ ଘଟାଯାଇଛି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ ଷ୍ଟାର୍ଟ ଅପ୍‌ ଏବଂ କୃଷି ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯିବା ଆବଶ୍ୟକ ଯଦ୍ୱାରା ସେମାନେ ଅଭିନବତ୍ୱକୁ ସୁନିଶ୍ଚିତ କରିପାରିବେ ଏବଂ କୃଷି ତଥା ଅନ୍ୟାନ୍ୟ ସଂପର୍କୀତ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କରିପାରିବେ । ସେ ଆହୁରି ଗୁରୁତ୍ୱର ସହ କହିଥିଲେ ଯେ କୃଷକମାନେ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ତଥ୍ୟ ଓ ସୂଚନା ସେମାନଙ୍କୁ ଯୋଗାଇ ଦିଆଯିବା ଦିଗରେ ପ୍ରୟାସ କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ କୃଷକମାନଙ୍କ ଚିହ୍ନିତ ସମସ୍ୟାବଳୀଗୁଡ଼ିକର ସମାଧାନ ସକାଶେ ବର୍ଷକୁ ଦୁଇଟି ହାକାଥନର ଆୟୋଜନ କରାଯିବ ଏବଂ ସେଥିରେ ସେମାନଙ୍କର ଉପକରଣ ସଂପର୍କୀତ ଡ଼ିଜାଇନ୍‌ ଆବଶ୍ୟକତା ଓ ଉପକରଣ ଉପଲବ୍ଧ ହୋଇପାରିବ । ତାହା ହେଲେ ସେମାନଙ୍କ ମନରେ କୃଷିକର୍ମ ପ୍ରତି ଥିବା ବିମୁଖ ଭାବ ହ୍ରାସ କରାଯାଇପାରିବ । ବିଶେଷ କରି କୃଷିକ୍ଷେତ୍ରରେ ଅଧିକତର ମହିଳା କାର୍ଯ୍ୟରତ ଥିବାରୁ ଏ ଦିଗରେ ପ୍ରୟାସ ବୃଦ୍ଧି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇ କହିଲେ ଯେ ଜୱାର, ବାଜରା, ରାଗି ଏବଂ ଅନ୍ୟାନ୍ୟ ଅନେକ ଲଘୁ ମିଲେଟ୍‌କୁ ଖାଦ୍ୟ ସହିତ ମିଶ୍ରଣ କରି ଖାଇଲେ ସେଥିରୁ ସ୍ୱାସ୍ଥ୍ୟକର ଉପାଦାନ ମିଳିପାରିବ । ଏ ଦିଗରେ ଲୋକମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜଳବାୟୁ ପରିବର୍ତ୍ତନ ଯଥା ଗ୍ରୀଷ୍ମ ପ୍ରବାହ, ମରୁଡ଼ି, ଶୀତ ଲହରୀ, ଅତିବୃଷ୍ଟି ଯୋଗୁ ଦୀର୍ଘଦିନ ଧରି କ୍ଷେତରେ ଫସଲ ପାଣିରେ ବୁଡ଼ି ରହିବା ଯୋଗୁ କୃଷକମାନଙ୍କୁ ଢ଼େର୍‌ କ୍ଷତି ସହ୍ୟ କରିବାକୁ ପଡ଼ୁଛି । ତାହା କୃଷି ଜୀବନଜୀବିକା ପାଇଁ ବିପଦ ସୃଷ୍ଟି କରୁଛି । ଏଥିପାଇଁ ସମନ୍ୱିତ ଫାର୍ମି ବ୍ୟବସ୍ଥାର ବିକାଶ ଘଟାଯାଇଛି ଯଦ୍ୱାରା ବଫର କୃଷକ ସୃଷ୍ଟି କରାଯାଉଛି ଯେଉଁମାନେ କି ଏଭଳି ଜଳବାୟୁ କୁପ୍ରଭାବ ଜନିତ ଆପଦାକୁ ସହ୍ୟ କରିପାରିବେ ଏବଂ କ୍ଷତିକୁ ଭରଣା କରିପାରିବେ । ପାରମ୍ପରିକ କିଷମର ଫସଲ ଯାହାକି କୃଷକମାନେ ପିଢ଼ି ପିଢ଼ି ଧରି ଚାଷ କରି ଆସୁଛନ୍ତି ତାହା ଉପରେ ନଜର ରଖାଯାଇ ତାହା କିଭଳି କୃଷକମାନଙ୍କ ଉପରେ କମ୍‌ ଚାପ ପକାଇବ ଏବଂ ସେମାନ ଅନ୍ୟ କିଷମର ଓ ଧରଣର ଚାଷ କରିପାରିବେ ସେଥିପାଇଁ ପ୍ରୟାସ କରାଯାଉଛି ।

ଜଳ ବ୍ୟବହାରକୁ ଅଧିକ ସକ୍ଷମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆଉଟରିଚ୍‌ କାର୍ଯ୍ୟକ୍ରମ ସଂପାଦନ କରାଯିବା ଉପରେ ଓ କୃଷିକାରୀମାନଙ୍କୁ ସଚେତନ କରାଯିବା ପାଇଁ ଗୁରୁତ୍ଵାରୋପ କରିଥିଲେ ।

ଆଇସିଏଆର ଅବଦାନ ସଂପର୍କରେ ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସଂସ୍ଥା ନୂତନ ଧରଣର ଗୋସଂପଦ, ମେଣ୍ଢା ଓ ଛେଳିର ବିକାଶ ଘଟାଇଛି । ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ନିଜସ୍ୱ ବ୍ରିଡ଼ର କୁକୁର ଏବଂ ଘୋଡ଼ାର ବିକାଶ ମଧ୍ୟ ଘଟାଯିବା ଆବଶ୍ୟକ । ଏଥବପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ଯେ ଏହାକୁ ମିଶନ ମୋଡ଼ରେ କାର୍ଯ୍ୟକାରୀ କରାଯିବା ଉଚିତ ସେହିଭଳି ପ୍ରାଣୀସଂପଦର ମୁଖ ଓ ଗୋଡ଼ରୋଗ ପ୍ରତିକାର ସକାଶେ ଟୀକାକରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ଯେ ଘାସ ଓ ସ୍ଥାନୀୟ ଭାବେ ଉପଲବ୍ଧ ଗୋଖାଦ୍ୟ ଉପରେ ଅଧ୍ୟୟନ କରାଯିବା ଦରକାର । ତଦ୍ୱାରା ସେସବୁର ପୌଷ୍ଟିକ ଉପଦେୟତାକୁ ଉତ୍ତମ ରୂପେ ହୃଦୟଙ୍ଗମ କରିହେବ । ସେହିଭଳି ସମୁଦ୍ର ଗୁଳ୍ମ ସଂପର୍କରେ ଅଧିକ ଅଧ୍ୟୟନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ତଥା ସେସବୁର ନ୍ୟୁଟ୍ରାସିଉକାଲ୍ସରେ ବ୍ୟବସାୟିକ ପ୍ରୟୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଇସିଏଆର ପଞ୍ଜାବ, ହରିଆନା ଏବଂ ଦିଲ୍ଲୀରେ ମ୍ୟାଜିକ ବିହନ ପ୍ରବର୍ତ୍ତନ କରିଛି ଯଦ୍ୱାରା ଚାଷଜମିରେ ଧାନ  ଫସଳ ଅମଳ ପରେ ପୋଡ଼ି ଦିଆଉଥିବା ସମସ୍ୟାର ସମାଧାନ କରାଯାଇପାରିବ ।  2016 ତୁଳନାରେ 2019ରେ ଏଭଳି କ୍ଷେତକୁଟା ପୋଡ଼ାରେ 52 ପ୍ରତିଶତ ହ୍ରାସ ଘଟିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ କୃଷକମାନଙ୍କୁ କୃଷି ଉପକରଣ ସହଜରେ ଉପଲବ୍ଧ ହେବା ଆବଶ୍ୟକ ଏବଂ ସେମାନଙ୍କ ଉତ୍ପାଦକୁ ବଜାରରେ ପହଞ୍ଚାଇବା ସକାଶେ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ । ଏହି ପରିପ୍ରେକ୍ଷୀରେ କୃଷି , ସମବାୟ ଓ କୃଷକ କଲ୍ୟାଣ ବିଭାଗ କିଷାନରଥନାମକ ଏକ ଆପର ବିକାଶ ଘଟାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ କୃଷି ବିଜ୍ଞାନ ଶିକ୍ଷା ଓ ଗବେଷଣା ବ୍ୟବସ୍ଥାକୁ ଏଭଳି ଭାବେ କରାଯିବା ଆବଶ୍ୟତ ଯଦ୍ୱାରା କୃଷି ଜଳବାୟୁ ଆବଶ୍ୟକତା ସହିତ କୃଷକମାନଙ୍କ ସକଳ ପ୍ରକାର ଆବଶ୍ୟକତା ପୂରଣ ହୋଇପାରୁଥିବ । ଏହା ଦ୍ୱାରା କୃଷକମାନଙ୍କ ଉପାର୍ଜନ ମଧ୍ୟ ବୃଦ୍ଧି ପାଇବ ଏବଂ ସେସବୁ ଅନ୍ତରାଷ୍ଟ୍ରୀୟ ମାନଯୁକ୍ତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ଯେ ପାରମ୍ପରିକ ଜ୍ଞାନରେ ଭାରତୀୟ ସମାଜ ଭରପୂର ଏବଂ ଏହାକୁ ପ୍ରଯୁକ୍ତି ସହିତ ସାମିଲ କରିବା ସହ ସେଥିରେ ଯୁବଗୋଷ୍ଠୀଙ୍କ କୌଶଳର ମିଶ୍ରଣ ଘଟାଯିବା ଜରୁରି ।  ତାହାହେଲେ କୃଷି ସ୍ନାତକମାନେ ଭାରତୀୟ କୃଷି ପ୍ରଗତିକୁ ଗ୍ରାମାଞ୍ଚଳରେ ମଧ୍ୟ ସାକାର କରିପାରିବେ ।

**********



(Release ID: 1636570) Visitor Counter : 139