ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ସକ୍ରିୟ ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା 1.6 ଲକ୍ଷ ଅଧିକ
• ଆରୋଗ୍ୟ ହାର 60.81 ପ୍ରତିଶତ
• ବର୍ତ୍ତମାନ ସୁଦ୍ଧା 95 ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ

Posted On: 04 JUL 2020 5:10PM by PIB Bhubaneshwar

କୋଭିଡ-19 ଆରୋଗ୍ୟଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା କୋଭିଡ-19 ପ୍ରତିଷେଧ, ଧାରଣ ଏବଂ ପରିଚାଳନା କାର୍ଯ୍ୟର ଫଳ ସ୍ୱରୂପ ଆଜି ସକ୍ରିୟ ରୋଗୀଙ୍କ ସଂଖ୍ୟାଠାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 1,58,793 ଅଧିକ ରହିଛି ଏହାର ଫଳ ସ୍ୱରୂପ, ସୁସ୍ଥ ହାର 60.81 ପ୍ରତିଶତକୁ ବୃଦ୍ଧି ପାଇଛି

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 14,335 କରୋନା ରୋଗୀ ସୁସ୍ଥ ହୋଇଛନ୍ତି, ଯାହା ସମୁଦାୟ ସୁସ୍ଥ ସଂଖ୍ୟାକୁ 3,94,226 ରେ ପହଂଚାଇଛି

ବର୍ତ୍ତମାନ ଦେଶରେ 2,35,433 ସକ୍ରିୟ ରୋଗୀ ଅଛନ୍ତି ଏବଂ ସମସ୍ତେ ଡାକ୍ତରୀ ତତ୍ତ୍ୱାବଧାନରେ ରହିଛନ୍ତି

ଦେଶରେ ଦିନକୁ ଦିନ ପରୀକ୍ଷାଗାରର ନେଟୱାର୍କକୁ ବୃଦ୍ଧି କରିବାର ପ୍ରୟାସ ଦ୍ଵାରା ସେଗୁଡିକର ସଂଖ୍ୟା ବଢିବାରେ ଲାଗିଛି ବର୍ତ୍ତମାନ ଦେଶରେ ପ୍ରାୟ 1087 ପରୀକ୍ଷାଗାର ରହିଛି,  ଯେଉଁଥିରେ 780ଟି ସରକାରୀ ଏବଂ 307ଟି ବେସରକାରୀ ଅନ୍ତର୍ଭୁକ୍ତ

  • Real-Time RT PCR based testing labs: 584 (Govt: 366 + Private: 218)
  • TrueNat based testing labs: 412 (Govt: 381 + Private: 31)
  • CBNAAT based testing labs: 91 (Govt: 33 + Private: 58)

ପରୀକ୍ଷା, ଚିହ୍ନଟ, ଚିକିତ୍ସାରଣନୀତିର ଏକ ଅଂଶ ଭାବରେ ନିଆଯାଇଥିବା ଅନେକ ପଦକ୍ଷେପ କୋଭିଡ-19 ପରୀକ୍ଷାର ଅସୁବିଧାକୁ ଦୂର କରିପାରିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ପ୍ରତ୍ୟେକ ଦିନର ନମୁନା ପରୀକ୍ଷା ସଂଖ୍ୟାକୁ ତ୍ୱରାନ୍ୱିତ କରିଛି ଗତ 24 ଘଣ୍ଟା ମଧ୍ୟରେ 2,42,383ଟି ନମୁନା ପରୀକ୍ଷା କରାଯାଇଛି, ଯାହା ସମୁଦାୟ ପରୀକ୍ଷଣ ସଂଖ୍ୟାକୁ 95,40,132ରେ ପହଞ୍ଚାଇଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋଭିଡ-19 ଚିକିତ୍ସା ପରିଚାଳନା ନିୟମାବଳୀର ସବିଶେଷ ସୂଚନା ପ୍ରଦାନ କରାଯାଇଛି  

ଅପଡେଟ ହୋଇଥିବା ସଂସ୍କରଣ ଏଠାରେ ଦେଖାଯାଇପାରିବ:

https://www.mohfw.gov.in/pdf/UpdatedClinicalManagementProtocolforCOVID19dated03072020.pdf

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 



(Release ID: 1636561) Visitor Counter : 198