ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• କେନ୍ଦ୍ରୀୟ ଦଳ ପରିଦର୍ଶନ କରିବେ ମହାରାଷ୍ଟ୍ର, ଗୁଜରାଟ ଓ ତେଲଙ୍ଗାନା
• ମୋଟ ନମୁନା ପରୀକ୍ଷା 75 ଲକ୍ଷ ଟପିଲା
• ଆରୋଗ୍ୟ ହାର 57.43 ଶତକଡାକୁ ବୃଦ୍ଧି

Posted On: 25 JUN 2020 2:51PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମସଚିବ ଲବ ଅଗ୍ରୱାଲଙ୍କ ନେତୃତ୍ବରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସନ୍ତା 26 ରୁ 29 ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ତେଲଙ୍ଗାନା ରାଜ୍ୟ ପରିଦର୍ଶନ କରିବେ । ସେମାନେ ସେହି ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହ କୋଭିଡ-19 ମହାମାରୀର ପରିଚାଳନା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦେଶରେ ବର୍ତ୍ତମାନ ଏକ ଅଭୁତପୂର୍ବ ଘଟଣା କ୍ରମରେ ନମୁନା ପରୀକ୍ଷା କେନ୍ଦ୍ର ସଂଖ୍ୟା 1007ରେ ପହଞ୍ଚିଛି । ଏଥିରେ 734ଟି ସରକାରୀ ଓ 273 ଘରୋଇ ପରୀକ୍ଷାଗାର ରହିଛି ।

Real-Time RT PCR based testing labs: 559 (Govt: 359 + Private: 200)

TrueNat based testing labs : 364 (Govt: 343 + Private: 21)

CBNAAT based testing labs : 84 (Govt: 32 + Private: 52)

ଗତ ଜାନୁଆରୀ ମାସରେ କୋଭିଡ-19 ପାଇଁ ସୀମିତ ନମୁନା ପରୀକ୍ଷା  ହେଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 2,07,871ଟି ନମୁନା ପରୀକ୍ଷା କରାଯାଇପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା 75,60,782ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ 13,012ଜଣ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ 2,71,696 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହି ଆରୋଗ୍ୟ ଲାଭ ହାର ଶତକଡା 57.43ରେ ପହଞ୍ଚିଛି ।

ବର୍ତ୍ତମାନ 1,86,514 ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ବର୍ତ୍ତମାନ ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷରେ 120.21 ରହିଥିବା ବେଳେ ଭାରତରେ ଏହା 33.39 ରହିଛି । ସେହିପରି ଆମ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବିଶ୍ଵରେ ସବୁଠାରୁ ନ୍ୟୁନତମ ଅର୍ଥାତ ପ୍ରତି ଲକ୍ଷେରେ 1.06 ଭାଗ ଥିବା ବେଳେ ବିଶ୍ଵରେ ଏହା 6.24 ରହିଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।

https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1634310) Visitor Counter : 212