ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ବିଶ୍ଵରେ ଲକ୍ଷେ ଜନସଂଖ୍ୟା ତୁଳନାରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବନିମ୍ନ

Posted On: 23 JUN 2020 1:50PM by PIB Bhubaneshwar

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର 154ତମ ରିପୋର୍ଟ ଗତକାଲି (22.06.2020) ପ୍ରକାଶ ପାଇଛି ଏହି ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ମୃତ୍ୟୁ ହାର ସର୍ବନିମ୍ନ ଥିବା ଦର୍ଶାଯାଇଛି । ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ମୃତ୍ୟୁ ହାର 1.00 ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ଛଅଗୁଣ(6.04)ରୁ ଅଧିକ । ବ୍ରିଟେନରେ କୋଭିଡ-19 ସମ୍ପର୍କିତ ମୃତ୍ୟୁ ହାର ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 63.13 ରହିଥିବା ବେଳେ ସ୍ପେନ, ଇଟାଲୀ ଏବଂ ଆମେରିକାରେ ଏହା ଯଥାକ୍ରମେ 60.60, 57.19 ଏବଂ 36.30 ରହିଛି

କୋଭିଡ-19 ବୈଶ୍ଵିକ ମହାମାରୀର ପ୍ରତିଷେଧକ ଓ ସୁପରିଚାଳନା ଯୋଗୁଁ ଏଭଳି କମ ରୋଗୀ ଦେଖାଯାଉଛନ୍ତି ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ମୋଟ 2,37,195 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ 24 ଘଣ୍ଟା ମଧ୍ୟରେ 9,440 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥତା ହାର 55.77 ବୋଲି ଜଣାପଡିଛି ।

ଭାରତରେ ମାମଲାଗୁଡ଼ିକର ଶୀଘ୍ର ଚିହ୍ନଟ, ସମୟୋଚିତ ପରୀକ୍ଷଣ ଏବଂ ନୀରିକ୍ଷଣ, ବ୍ୟାପକ ଯୋଗାଯୋଗ ଅନୁସନ୍ଧାନ ଏବଂ ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ସହିତ ମୃତ୍ୟୁହାରକୁ ରୋକିବାରେ ସାହାଯ୍ୟ କରିଛି । କୋଭିଡ-19ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାରତ ସରକାରଙ୍କ ଆଭିମୁଖ୍ୟର ଏହା ଏକ ସାକ୍ଷ୍ୟ ।

ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜିସୁଦ୍ଧା କୋଭିଡ-19 ରୋଗୀଙ୍କ ଆରୋଗ୍ୟ ହାର 56.38 ପ୍ରତିଶତରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ 2,48,189 ଜଣ ରୋଗୀ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ବିଗତ 24 ଘଣ୍ଟା ମଧ୍ୟରେ 10,994 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ବର୍ତ୍ତମାନ 1,78,014 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ସରକାରୀ ଏବଂ ବେସରକାରୀ ପରୀକ୍ଷାଗାର ଯଥାକ୍ରମେ 726 ଏବଂ 266କୁ ବୃଦ୍ଧି ପାଇଁ ମୋଟ 992ରେ ପହଞ୍ଚିଛି ।  

  • Real-Time RT PCR based testing labs: 553 (Govt: 357 + Private: 196)
  • TrueNat based testing labs : 361 (Govt: 341 + Private: 20)
  • CBNAAT based testing labs : 78 (Govt: 28 + Private: 50)

ଗତ 24 ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା ସଂଖ୍ୟା 1,87,223କୁ ବୃଦ୍ଧି ପାଇଛି । ଆଜିସୁଦ୍ଧା ମୋଟ ପରୀକ୍ଷା ହୋଇଥିବା ନୁମୁନା ସଂଖ୍ୟା 71,37,716ରେ ପହଞ୍ଚିଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 



(Release ID: 1633805) Visitor Counter : 211