ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା
• ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ଵରେ ଅନ୍ୟ ଦେଶ ତୁଳନାରେ ଭାରତରେ କମ
• ଆରୋଗ୍ୟ ଏବଂ ସକ୍ରିୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି
ପୋଷ୍ଟ କରାଯିବା ଦିନାଙ୍କ:
22 JUN 2020 1:12PM by PIB Bhubaneswar
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର 153ତମ ରିପୋର୍ଟ ଗତକାଲି (21.06.2020) ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଜନବହୁଳ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ସଂକ୍ରମଣ ହାର ବହୁତ କମ ଥିବା ଦର୍ଶାଯାଇଛି । ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ 30.40 କରୋନା ରୋଗୀ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ତିନିଗୁଣରୁ ବି ଅଧିକ। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 671.24 ଜଣ କରୋନା ରୋଗୀ ଥିବା ବେଳେ ଜର୍ମାନୀ, ସ୍ପେନ ଏବଂ ବ୍ରାଜିଲରେ ଏହା ଯଥାକ୍ରମେ 583.88, 526.22 ଏବଂ 489.42 ରହିଛି । କୋଭିଡ-19 ବୈଶ୍ଵିକ ମହାମାରୀର ପ୍ରତିଷେଧକ ଓ ସୁପରିଚାଳନା ଯୋଗୁଁ ଏଭଳି କମ ରୋଗୀ ଦେଖାଯାଉଛନ୍ତି ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ମୋଟ 2,37,195 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ 24 ଘଣ୍ଟା ମଧ୍ୟରେ 9,440 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥତା ହାର 55.77 ବୋଲି ଜଣାପଡିଛି ।
ବର୍ତ୍ତମାନ 1,74,387 ଜଣ ସକ୍ରିୟ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆରୋଗ୍ୟ ଲାଭ କରୁଥିବା ଓ ସକ୍ରିୟ ରୋଗୀ ମଧ୍ୟରେ ପାର୍ଥକ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହା ନିମ୍ନ ପ୍ରଦତ୍ତ ଗ୍ରାଫରେ ଦର୍ଶାଯାଇଛି ।

ଆଜି ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ଠାରୁ 62,808 ଅଧିକ ରହିଛି ।

କୋଭିଡ-19 ନମୁନା ପରୀକ୍ଷଣ ଭିତ୍ତିଭୂମି ବିକାଶରେ ମଧ୍ୟ ବୃଦ୍ଧି ଘଟିଛି । ବର୍ତ୍ତମାନ ଦେଶରେ 723ଟି ସରକାରୀ ଓ 262ଟି ବେସରକାରୀ ଏହିପରି ମୋଟ 985ଟି ପରୀକ୍ଷାଗାରରେ ନମୁନା ପରକ୍ଷା କରାଯାଉଛି ।
Real-Time RT PCR based testing labs: 549 (Govt: 354 + Private: 195)
TrueNat based testing labs : 359 (Govt: 341 + Private: 18)
CBNAAT based testing labs : 77 (Govt: 28 + Private: 49)
ନମୁନା ପରୀକ୍ଷଣ ସଂଖ୍ୟାରେ ମଧ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 1,43,267ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 69,50,493ଟି ନମୁନା ପରୀକ୍ଷା ହୋଇପାରିଛି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf
**********
(ରିଲିଜ ଆଡି: 1633387)
ପରିଦର୍ଶକ କାଉଣ୍ଟର : 323
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam