ଆୟୁଷ

"ଘରେ ଯୋଗ, ପରିବାର ସହିତ ଯୋଗ" ଅଭିଯାନ ନେଇ ଆନ୍ତର୍ଜାତିକ ଯୋଗ ଦିବସ 2020 ପାଳନ ପାଇଁ ପ୍ରସ୍ତୁତ ହେଉଛି ଆୟୁଷ ମନ୍ତ୍ରଣାଳୟ

Posted On: 16 JUN 2020 1:13PM by PIB Bhubaneshwar

କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଦୈନନ୍ଦିନ ଜୀବନ ଯାତ୍ରାରେ କଟକଣା ଓ ବିଭିନ୍ନ କାର୍ଯ୍ୟକଳାପରେ ମଧ୍ୟ ଶିଥିଳତା ଦେଖାଦେଇଛି ସେଦୃଷ୍ଟିରୁ ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସକୁ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଅବସାଦ ଦୂରୀକରଣର ବାର୍ତ୍ତାବହ ଭାବେ ପାଳନ କରାଯିବ । ସେ ଦୃଷ୍ଟିରୁ ଆୟୁଷ ମନ୍ତ୍ରଣାଳୟ ଏକ ତାଲିମ ଭିତ୍ତିକ କାର୍ଯ୍ୟକ୍ରମର ପରିକଳ୍ପନା କରିଛି, ଯାହାକି ଜୁନ 21 ତାରିଖ ସକାଳ 6.03 ସମୟରେ ଦୂରଦର୍ଶନରେ ପ୍ରସାରିତ ହେବ । ବର୍ତ୍ତମାନର ନୂତନ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଘରେ ଯୋଗ କରିବା ଓ ସ୍ୱାସ୍ଥ୍ୟ ରକ୍ଷା ଉପରେ ଧ୍ୟାନ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ । "ଘରେ ଯୋଗ ପରିବାର ସହ ଯୋଗ"କୁ ସେ ଦୃଷ୍ଟିରୁ ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଆଧାର ଭାବେ ଗ୍ରହଣ କରିଛି ।

ପ୍ରତିବର୍ଷ ଜୁନ 21 ତାରିଖ ଦିନ ବିଶ୍ଵବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ । ପୂର୍ବ ବର୍ଷରେ ଏହି ଦିବସକୁ ଦେଶବାସୀ ଭାରତର ସଂସ୍କୃତି ଓ ପରମ୍ପରା ଭାବେ ପାଳନ କରିଥିଲେ । ମାତ୍ର ଚଳିତ ବର୍ଷ ଜରୁରିକାଳୀନ ବ୍ୟବସ୍ଥା ମଧ୍ୟରେ ଏହି ଦିବସକୁ ପାଳନ କରିବାକୁ ପଡୁଛି । ସେଦୃଷ୍ଟିରୁ ଏହାକୁ ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତିର ଆୟୁଦ୍ଧ ଭାବେ ପାଳନ କରାଯାଉଛି ।

ଆଜି ସମଗ୍ର ବିଶ୍ଵ କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ବିବ୍ରତ ଅବସ୍ଥାରେ ଅଛି । ଶାରୀରିକ ଓ ମାନସିକ ଶାନ୍ତି ଦେଇପାରୁଥିବାରୁ ଯୋଗ ଚଳିତ ବର୍ଷ ପାଇଁ ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପଡିଛି । ସେଦୃଷ୍ଟିରୁ ଜନସାଧାରଣ ମୁଖ୍ୟତଃ ଦୁଇଟି ଲାଭ ପାଇପାରିବେ । ପ୍ରଥମଟି ହେଲା ସାଧାରଣ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧକ ଶକ୍ତିରେ ସକାରାତ୍ମକ ପ୍ରଭାବ, ଦ୍ଵିତୀୟଟି ହେଲା ମାନସିକ ଅବସାଦ ହ୍ରାସ । 45 ମିନିଟ ବ୍ୟାପୀ ସାଧାରଣ ଯୋଗ ପୋର୍ଟାଲ ସମଗ୍ର ବିଶ୍ଵରେ ସର୍ବାଧିକ ଜନପ୍ରିୟ ଯୋଗ କାର୍ଯ୍ୟକ୍ରମ ଭାବେ ମୂଳରୁ ପାଳିତ ହୋଇଆସୁଛି । କେତେକ ସୁପ୍ରସିଦ୍ଧ ଯୋଗଗୁରୁ ସ୍ୱାସ୍ଥ୍ୟ ରକ୍ଷା ଓ ମାନସିକ ଅବସାଦ ଦୂର ପାଇଁ ଏହାକୁ ଯେପରି ପ୍ରତିଦିନ ଘରେ ଅଭ୍ୟାସ କରିହେବ ତାହାର ଉପାୟମାନ ବତାଇଛନ୍ତି । ବୟସ ଓ ଲିଙ୍ଗ ନିର୍ବିଶେଷରେ ଅନଲାଇନ ଯୋଗେ ହେଉ ବା ସରଳ ତାଲିମ ମାଧ୍ୟମରେ ହେଉ ଏହାକୁ ସହଜରେ ଅଭ୍ୟାସ କରିହେବ । ଆୟୁଷ ମନ୍ତ୍ରଣାଳୟର ଯୋଗ ପୋର୍ଟାଲରେ ଯୋଗକୁ ଆପଣାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି । ପ୍ରସାର ଭାରତୀ ପକ୍ଷରୁ ସାଧାରଣ  ଯୋଗ ପ୍ରୋଟୋକଲ ଅନୁସାରେ ଜୁନ 11 ତାରିଖରୁ ଡିଡି ଭାରତୀ ସକାଳ 8ଟା ରୁ 8.30 ମଧ୍ୟରେ ଦୈନିକ ଏହାକୁ ପ୍ରସାରଣ କରୁଛି । ଏହା ଆୟୁଷ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେଉଛି । ସାଧାରଣ ଯୋଗ ପ୍ରୋଟୋକଲ ସହ ଆଗରୁ ପରିଚିତ ଥିଲେ ଲୋକମାନେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ଜୁନ 21 ତାରିଖ ଦିନ ସଂପୂର୍ଣ୍ଣ ରୂପେ ନିଜ ଘରେ ପ୍ରସ୍ତୁତ ରହିବେ । ଏହାଛଡା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଯୋଗଗୁରୁମାନଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରସାରିତ ହେବ । ଏଥିପାଇଁ ମାଇ ଲାଇଫ ମାଇ ଯୋଗ ନାମକ ଏକ ଭିଡିଓ ବ୍ଲଗିଂ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ବିଭିନ୍ନ ଯୋଗାସନ ପଦ୍ଧତିର ସଂକ୍ଷିପ୍ତ ଦୃଶ୍ୟ ଏଥିରେ ପ୍ରଦର୍ଶିତ ହେବ ।

ଦେଶବ୍ୟାପୀ ଘରେ ପରିବାର ସହ ଯୋଗ ଭାବନାକୁ ଅନେକ ଅନୁଷ୍ଠାନ ଓ ଜନସାଧାରଣ ଗ୍ରହଣ କରିନେଇଛନ୍ତି । ମହୀଶୁର ଯୋଗ ମହାସଂଘ ସହ ମହୀଶୁର ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏଥିରେ ଅନ୍ୟୁନ 1 ଲକ୍ଷ ନିଜ ନିଜ ଘର ଛାତ ଉପରୁ ଯୋଗାଭ୍ୟାସ ମୁଦ୍ରା ପ୍ରଦର୍ଶନ କରିବେ । ଆନ୍ତର୍ଜାତିନ ନେଚରପାଥି ସଂଗଠନ ଏହାର 25 ଲକ୍ଷ ସଦସ୍ୟଙ୍କୁ ଏହିଦିନ ଘରୁ ଯୋଗାଭ୍ୟାସ କରିବାକୁ ପ୍ରୋତ୍ସାହିତ କରିଛି । ଏହାଛଡା ଆହୁରି ଅନେକ ସଂଗଠନ ଓ ଶିକ୍ଷାନୁଷ୍ଠାନମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ସେମାନେ ସାମାଜିକ ଗଣମାଧ୍ୟମର ସାହାରା ନେଇ ଯେପରି ଘରେ ଏହା ପାଳନ କରାଯିବ ସେ ଦିଗରେ କାର୍ଯ୍ୟ କରୁଛନ୍ତି ।

 

**********

 



(Release ID: 1631961) Visitor Counter : 273