ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ବାଘଜନ ବାଷ୍ପ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟଣା; ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ଆମେରିକାର ଶକ୍ତି ବିଭାଗ ମଧ୍ୟରେ ଆଲୋଚନା

प्रविष्टि तिथि: 13 JUN 2020 8:16PM by PIB Bhubaneshwar

ଆସାମର ତିନସୁକିଆ ଜିଲ୍ଲାର ବାଘଜନଠାରେ ଅଏଲ ଇଣ୍ଡିଆ ଲିମିଟେଡର ଗ୍ୟାସ କୂପରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଉପରେ ଜୁନ 12, 2020ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅଏଲ ଇଣ୍ଡିଆ ଏବଂ ଓଏନଜିସିର ସିଏମଡି, ସଙ୍କଟ ପରିଚାଳନା ଦଳ ସହିତ ଅନ୍ୟାନ୍ୟ ବିଶେଷଜ୍ଞ ଆମେରିକା ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏବଂ ତୈଳ ଓ ବାଷ୍ପ ବିପର୍ଯ୍ୟୟ ନିୟନ୍ତ୍ରଣ ଉପରେ ଆମେରିକାର ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ସିଙ୍ଗାପୁରର ବିଶେଷଜ୍ଞମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ

ଆମେରିକାରେ ସମାନ ବାଷ୍ପ ବିସ୍ଫୋରଣ ଘଟଣାର ମୁକାବିଲା କରିବାରେ ଆମେରିକା ପକ୍ଷ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ ଅଗ୍ନିର ବ୍ୟାପକତାକୁ ପ୍ରତିହତ କରିବା ଲାଗି ଜଳ ପରିଚାଳନା ପ୍ରଣାଳୀ, ଆବର୍ଜନା ଅପସାରଣ, ଡ୍ରୋନ ସମେତ ଆଧୁନିକ ଜ୍ଞାନ କୌଶଳର ବ୍ୟବହାରକୁ ଦୃଷ୍ଟିରେ ରଖି ବାଘଜନରେ ନିଆଁକୁ ଆୟତ୍ତ କରିବା ତଥା ତୈଳ କୂପକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚାଲିଛି ତୈଳ ଏବଂ ନିଆଁକୁ ଆୟତ୍ତ କରିବା ସହିତ କୂଅକୁ କ୍ୟାପ କରିବା ପାଇଁ ଓଏନଜିସି ବିଶେଷଜ୍ଞଙ୍କ ଦ୍ଵାରା ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପକୁ ଆମେରିକା ଶକ୍ତି ବିଭାଗ ଏବଂ ବିଶେଷଜ୍ଞମାନେ ସମର୍ଥନ କରିଛନ୍ତି କୂଅକୁ କ୍ୟାପ କରିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା ଏବଂ ଆଗାମୀ ଦିନର ଚିନ୍ତାଧାରାଗୁଡିକ ଉପରେ ପୁନର୍ବାର ମତ ବିନିମୟ ଉପରେ ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ ଜାରି ରହିଥିବା ଭାରତ-ଆମେରିକା ରଣନୈତିକ ଶକ୍ତି ଭାଗିଦାରୀର ଏକ ଅଂଶବିଶେଷ ଭାବେ ଏହି ଆଲୋଚନା କରାଯାଇଥିଲା

 

**********

 


(रिलीज़ आईडी: 1631486) आगंतुक पटल : 213
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Tamil , Telugu