ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା
• ଆରୋଗ୍ୟ ହାର 49.95%କୁ ବୃଦ୍ଧି
Posted On:
13 JUN 2020 4:26PM by PIB Bhubaneshwar
ଗତ 24 ଘଣ୍ଟା ମଧ୍ୟରେ ମୋଟ 7,135 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହିପରି, ଏପର୍ଯ୍ୟନ୍ତ ସମୁଦାୟ 1,54,329 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କୋଭିଡ-19 ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ ହାର 49.95% । ବର୍ତ୍ତମାନ କୋଭିଡ-19 ସକ୍ରିୟ ରୋଗୀଙ୍କ ସଂଖ୍ୟା 1,45,779 ଏବଂ ସମସ୍ତେ ସକ୍ରିୟ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି ।
ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷଣ କ୍ଷମତା କ୍ରମାଗତ ଭାବେ ବୃଦ୍ଧି ପାଇଛି । ସରକାରୀ ପରୀକ୍ଷାଗାର ସଂଖ୍ୟା 642କୁ ଏବଂ ବେସରକାରୀ ପରୀକ୍ଷାଗାର ସଂଖ୍ୟା 243କୁ ବୃଦ୍ଧି କରାଯାଇଛି (ମୋଟ 885) । ଗତ 24 ଘଣ୍ଟା ମଧ୍ୟରେ 1,43,737 ନମୁନା ପରୀକ୍ଷା କରାଯାଇଛି ଏବଂ ଏହାକୁ ମିଶାଇ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା 55,07,182 ।
ମନ୍ତ୍ରଣାଳୟ କୋଭିଡ-19 ପାଇଁ ଏକ ସଦ୍ୟତମ ଚିକିତ୍ସା ପରିଚାଳନା ନିୟମ ଜାରି କରିଛି ଯାହାhttps://www.mohfw.gov.in/pdf/ClinicalManagementProtocolforCOVID19.pdf ରୁ ପାଇପାରିବେ ।
ପ୍ରୋଟୋକଲ ଅନୁସାରେ କୋଭିଡ-19ର ଚିକିତ୍ସା ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣକୁ ଅନୁଧ୍ୟାନ କରି କରାଯିବ । ସଂକ୍ରମଣ, ନିରାକରଣ ଏବଂ ନିୟନ୍ତ୍ରଣ ନେଇ ମଧ୍ୟ ତିନୋଟି ପର୍ଯ୍ୟାୟ କରାଯାଇଛି । ଏହି ମାର୍ଗଦର୍ଶିକାରେ ରୋଗ ନିରୂପଣ ଥେରାପି କେତେକ ନିର୍ଦ୍ଦିଷ୍ଟ ବୟସର ଲୋକଙ୍କୁ ନେଇ କରାଯିବ, ତେବେ ଏହା କରିବା ପୂର୍ବରୁ ଏ ସମ୍ପର୍କରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଯିବା ସହ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଗଲା ପରେ ହିଁ ଏହି ଥେରାପି ଆରମ୍ଭ କରାଯିବ ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।
https://www.mohfw.gov.in/pdf/coronvavirushelplinenumber.pdf
**********
(Release ID: 1631407)
Visitor Counter : 282
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam