ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଲାଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 12 JUN 2020 8:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଓ ପ୍ରଧାନମନ୍ତ୍ରୀ ମହାମହିମ ଡଃ ଥୋଙ୍ଗଲୌନ ସିସୌଲିଥଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି

କୋଭିଡ-19 ବୈଶ୍ଵିକ ମହାମାରୀ ଦ୍ଵାରା ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ଦେଖାଦେଇଥିବା ଆହ୍ଵାନ ଉପରେ ଦୁଇ ନେତା ସେମାନଙ୍କ ମତ ବିନିମୟ କରିଥିଲେ ମହାମାରୀର ବ୍ୟାପକତାକୁ ରୋକିବା ଦିଗରେ ଲାଓ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଭାବଶାଳୀ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ

କୋଭିଡ ପରବର୍ତ୍ତୀ ବିଶ୍ଵ ପାଇଁ ପ୍ରସ୍ତୁତ ହେବା ଲାଗି ଉଭୟ ନେତା ଆନ୍ତଃରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଏବଂ ସର୍ବୋତ୍ତମ ଅଭ୍ୟାସ ଓ ଅଭିଜ୍ଞତା ବାଣ୍ଟିବା ନେଇ ସହମତ ହୋଇଥିଲେ

ଲାଓ ସହିତ ଭାରତର ଐତିହାସିକ ତଥା ସାଂସ୍କୃତିକ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ଭାଟ ଫୋରେ ବିଶ୍ୱ ଐତିହ୍ୟ ସ୍ଥଳର ପୁନରୁଦ୍ଧାର କାର୍ଯ୍ୟରେ ସମ୍ପୃକ୍ତି ନେଇ  ସନ୍ତୋଷ ବ୍ୟକ୍ତ କରିଥିଲେ ଲାଓର ବିକାଶମୂଳକ କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ଏବଂ ଛାତ୍ରବୃତ୍ତି ପାଇଁ ଭାରତର ସମର୍ଥନ ଲାଗି ଲାଓ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ

ମୂଲ୍ୟବାନ ଅଂଶୀଦାର ସୁଦୂର ପଡ଼ୋଶୀ ରାଷ୍ଟ୍ର ଲାଓ ସହିତ ଏହାର ବିକାଶରେ ସହଭାଗୀତାର ଧାରା ଜାରି ରଖିବା ନେଇ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ

 

**********

 



(Release ID: 1631301) Visitor Counter : 260