ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆଇସିଏମଆର ସେରୋ-ପର୍ଯ୍ୟବେକ୍ଷଣ ଅଧ୍ୟୟନ
• ସର୍ଭେ ହୋଇଥିବା ଜନସଂଖ୍ୟାର ଶତକଡା 0.73 କୋଭିଡ-19 ଦ୍ଵାରା ସଂକ୍ରମିତ

Posted On: 11 JUN 2020 6:48PM by PIB Bhubaneshwar

ଆଇସିଏମଆର ଦ୍ଵାରା ସେରୋ-ପର୍ଯ୍ୟବେକ୍ଷଣ ଅନୁଧ୍ୟାନରେ ଜଣାପଡିଛି ଯେ, ସର୍ଭେ କରାଯାଇଥିବା ସାମ୍ପଲ ଜନସଂଖ୍ୟାର 0.73 ପ୍ରତିଶତ କୋଭିଡ19 ଦ୍ୱାରା ସଂକ୍ରମିତ ହୋଇଛନ୍ତି

ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଗତ ମାସରେ ଆଇସିଏମଆର ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଏନସିଡିସି ଏବଂ ଭାରତସ୍ଥିତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ କୋଭିଡ-19 ପାଇଁ ସେରୋ-ସର୍ଭେ କରାଯାଇଥିଲା । ଏଥିରେ ଦେଶର 83 ଜିଲ୍ଲାରେ 28,595ଟି ପରିବାର ଓ 26,400 ବ୍ୟକ୍ତିଙ୍କୁ ନମୁନା ଭାବେ ନେଇ ପରୀକ୍ଷା କରାଯାଇଥିଲା । ଦୁଇଟି ଭାଗରେ କରାଯାଇଥିବା ଏହି ଅନୁଧ୍ୟାନର ପ୍ରଥମ ଭାଗରେ  SARS-CoV-2 ଜନସଂଖ୍ୟାର କେତେ ଭାଗକୁ ସଂକ୍ରମିତ କରିଛି ତାହାର ଅନୁଧ୍ୟାନ କରାଯାଇଥିଲା । ଦ୍ଵିତୀୟ ଭାଗ ଅନୁଧ୍ୟାନରେ ଆବଦ୍ଧ ଓ ହଟ ସ୍ପଟ ଅଞ୍ଚଳରେ କେତେ ଭାଗ ସଂକ୍ରମିତ ହୋଇଛନ୍ତି ତାହା ଦେଖାଯାଇଥିଲା

ଅନୁଧ୍ୟାନରୁ ସ୍ପଷ୍ଟ ଜଣାପଡିଛି ଯେ, ଲକଡାଉନ ଅଧିକ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଆଇସିଏମଆର ହିସାବ କରି ଦେଖିଛି ଯେ, ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ସଂକ୍ରମଣ ହାର 1.9 ଗୁଣା ଅଧିକ ହୋଇଥିବା ବେଳେ ସହରତଳି ଅଞ୍ଚଳରେ ଏହା 1.89 ଗୁଣା ଅଧିକ । ତେବେ ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ମାତ୍ର 0.08 ଭାଗ ରହିଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଜନସଂଖ୍ୟାର ଅଧିକ ଭାଗ କୋଭିଡ ପାଇଁ ଉଦ୍ଦିଷ୍ଟ ମାର୍ଗଦର୍ଶିକା ଗୁଡିକୁ ପାଳନ କରିବା ଆବଶ୍ୟକ । ଗତ 24 ଘଣ୍ଟା ମଧ୍ୟରେ 5,823 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 1,41,028 ରୋଗୀ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି ।  କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ଶତକଡା 49.21 ଭାଗ । ଦେଶରେ ବର୍ତ୍ତମାନ 1,37,448 ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏବେ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ଅଧିକ ବୋଲି ଜଣାପଡିଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

       



(Release ID: 1630966) Visitor Counter : 243