ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟା ଠାରୁ ଅଧିକ ହୋଇଛି
• ଆଇସିଏମଆର ଦ୍ଵାରା 50 ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ
• କୋଭିଡ-19 ପରିଚାଳନା ଦିଗରେ ରାଜ୍ୟଗୁଡିକୁ ସହାୟତା ଯୋଗାଇବା ପାଇଁ 6ଟି ସହରରେ କେନ୍ଦ୍ରୀୟ ଦଳ

प्रविष्टि तिथि: 10 JUN 2020 4:20PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ 5,991 କୋଭିଡ-19 ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କଲେଣି ଏହାକୁ ମିଶାଇ 1,35,205 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ବର୍ତ୍ତମାନ 1,33,632 ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ପ୍ରଥମଥର ପାଇଁ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାକୁ ଅତିକ୍ରମ କରିଛି ବର୍ତ୍ତମାନ ଆରୋଗ୍ୟ ଲାଭ କରିଥିବା ହାର 48.88%ରେ ପହଞ୍ଚିଛି ।

ଆଇସିଏମଆର ଦ୍ୱାରା କରାଯାଇଥିବା ପରୀକ୍ଷା ସଂଖ୍ୟା 50 ଲକ୍ଷରୁ ଅଧିକ ହୋଇ ଆଜି 50,61,332ରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ ଆଇସିଏମଆର 1,45,216ଟି ନମୁନା ପରୀକ୍ଷା କରିଛି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷା କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛି ସରକାରୀ ପରୀକ୍ଷାଗାର 590କୁ ବୃଦ୍ଧି ପାଇଥିବା ବେଳେ ଘରୋଇ ପରୀକ୍ଷାଗାର ସଂଖ୍ୟା 233କୁ ବୃଦ୍ଧି କରାଯାଇଛି (ମୋଟ 823)

ବୈଷୟିକ ସହାୟତା ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସହାୟତା କରିବା ଲାଗି ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ କୋଲକାତା, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି 6ଟି ସହରରେ କେନ୍ଦ୍ରୀୟ ଦଳଗୁଡିକୁ ନିୟୋଜିତ କରାଯାଇଛି । 

ଏହି ଦଳ ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଭିନ୍ନ ସହର ପରିକ୍ରମା କରି କୋଭିଡ-19 ପାଇଁ ନିଆଯାଇଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିବେ । ଏହି ଦଳଗୁଡିକ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟକୁ ତଥ୍ୟ ପ୍ରଦାନ କରିବେ । ସେମାନେ ପରିଦର୍ଶନ ଶେଷ ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ତଥା ସେମାନେ ପର୍ଯ୍ୟବେକ୍ଷଣ କରିଥିବା ବିଭିନ୍ନ ସମସ୍ୟା ଓ ନିଜସ୍ୱ ମତାମତ ସମ୍ବଳିତ ତଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିବେ

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

 

**********


(रिलीज़ आईडी: 1630717) आगंतुक पटल : 326
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam