ରେଳ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        ଦାବି ଅନୁସାରେ ରାଜ୍ୟଗୁଡ଼ିକୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଣ ସୁବିଧା ଜାରି ରଖିବ ଭାରତୀୟ ରେଳବାଇ
                    
                    
                        •	ଅନୁରୋଧର 24 ଘଣ୍ଟା ମଧ୍ୟରେ ଆବଶ୍ୟକ ସଂଖ୍ୟକ ଟ୍ରେନ ଚଳାଚଳ ପାଇଁ ରେଳ ବୋର୍ଡ ଅଧ୍ୟକ୍ଷଙ୍କ ଦୃଢ଼ ପ୍ରତିଶ୍ରୁତି
•	ବର୍ତ୍ତମାନସୁଦ୍ଧା 4347 ଶ୍ରମିକ ସ୍ପେଶାଲ ଟ୍ରେନରେ ଗନ୍ତବ୍ୟରେ ପହଁଚିଛନ୍ତି ପ୍ରାୟ 60 ଲକ୍ଷ ଯାତ୍ରୀ 
                    
                
                
                    Posted On:
                09 JUN 2020 5:07PM by PIB Bhubaneshwar
                
                
                
                
                
                
                ରାଜ୍ୟଗୁଡ଼ିକର ଅନୁରୋଧକ୍ରମେ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଆରାମଦାୟକ ଓ ସୁରକ୍ଷିତ ଯାତାୟାତ ସୁବିଧା ପ୍ରଦାନ ଜାରି ରଖିଛି ଭାରତୀୟ ରେଳବାଇ । ଏହି ସେବା ଆଗକୁ ମଧ୍ୟ ଜାରି ରଖିବା ଲାଗି ରେଳବାଇ ପ୍ରତିଶ୍ରୁତିବଦ୍ଧ ।
ବର୍ତ୍ତମାନସୁଦ୍ଧା ପାଖାପାଖି 60 ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଁଚାଇବା ନିମନ୍ତେ 4347ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଯାଇଛି । ମେ’ ପହିଲା 2020 ପରଠାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଜାରି ରହିଛି ।
ଭାରତୀୟ ରେଳବାଇ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଠାରୁ ଅନୁରୋଧ ମିଳିବାର 24 ଘଣ୍ଟା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ଉପଲବ୍ଧ କରାଯିବ । ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକତା ଏବଂ ଫସି ରହିଥିବା ଲୋକମାନଙ୍କୁ ଟ୍ରେନ ମାଧ୍ୟମରେ ଯାତାୟାତ ସୁବିଧା ପ୍ରଦାନ କରିବା ଲାଗି ପ୍ରସ୍ତାବିତ ଅନୁରୋଧର ରୂପରେଖ ଭଲ ଭାବେ ପ୍ରସ୍ତୁତ ଓ ନିର୍ଦ୍ଧାରଣ କରିବା ଲାଗି ରାଜ୍ୟଗୁଡ଼ିକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ  ଅନୁରୋଧ କରାଯାଇଛି ।
ରେଳ ବୋର୍ଡ ଅଧ୍ୟକ୍ଷ ଏହି ପ୍ରସଙ୍ଗରେ 29 ମେ’ ଏବଂ 3 ଜୁନରେ ରାଜ୍ୟଗୁଡ଼ିକୁ ପତ୍ର ଲେଖିଛନ୍ତି । ଅନୁରୋଧ ପ୍ରାପ୍ତ ହେବାର 24 ଘଣ୍ଟା ମଧ୍ୟରେ ରେଳବାଇ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଶ୍ରମିକ ସ୍ପେଶାଲ ଟ୍ରେନ ଉପଲବ୍ଧ କରାଯିବ ବୋଲି ଏଥିରେ ସେ ଉଲ୍ଲେଖ କରିଛନ୍ତି । ଆଜି ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଲେଖାଯାଇଥିବା ପତ୍ରରେ ମଧ୍ୟ ଏ ବିଷୟରେ ଉଲ୍ଲେଖ କରାଯାଇଛି । ଭାରତୀୟ ରେଳ ଭବିଷ୍ୟତରେ ଆବଶ୍ୟକତା ପଡ଼ିଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ପାଇଁ ଆଶ୍ୱାସନା ଦେଇଛି । ଇଚ୍ଛୁକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ନେବା ନିମନ୍ତେ 28 ମେ’, 2020ରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ଭାରତୀୟ ରେଳବାଇ ଏହି ଆଦେଶକୁ ଅନୁପାଳନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । 
 
**********
                
                
                
                
                
                (Release ID: 1630550)
                Visitor Counter : 285
                
                
                
                    
                
                
                    
                
                Read this release in: 
                
                        
                        
                            Punjabi 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam