ପ୍ରତିରକ୍ଷା ମନ୍ତ୍ରଣାଳୟ

ଅପରେସନ ସମୁଦ୍ର ସେତୁ- 700 ଭାରତୀୟଙ୍କ ସହ ମାଲେରୁ ତୁତିକୋରିନ ଅଭିମୁଖେ ପ୍ରସ୍ଥାନ କଲା ଆଇଏନଏସ ଜଳଶ୍ଵ

प्रविष्टि तिथि: 06 JUN 2020 11:05AM by PIB Bhubaneshwar

ଅପରେସନ ସମୁଦ୍ର ସେତୁ ଅଧୀନରେ ଭାରତୀୟ ନୌସେନା ଜାହାଜ ଜଳଶ୍ଵ 700 ଭାରତୀୟ ନାଗରିକଙ୍କୁ ଧରି ଗତକାଲି (05.06.2020) ମାଲେ ଛାଡିଛି ବିଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ଉଦ୍ଦେଶ୍ୟରେ ଏହି ଜାହାଜ ଗତ 04 ତାରିଖ ଦିନ ମାଳଦୀପର ରାଜଧାନୀ ମାଲେଠାରେ ପହଞ୍ଚିଥିଲା । ଏହି ଜାହାଜ ମାଳଦୀପ ଛାଡିବା ବେଳେ ସେଠାକାର ତଟରକ୍ଷୀ କମାଣ୍ଡାଣ୍ଟ ମହମ୍ମଦ ସଲିମ ସେଠାରେ ଉପସ୍ଥିତ ଥିଲେ । ତୃତୀୟ ଦଫା ଯାତ୍ରାରେ ଜଳଶ୍ଵ ମାଳଦୀପ ଓ ଶ୍ରୀଲଙ୍କାରୁ ବନ୍ଦେ ଭାରତ ମିଶନ ଅଭିଯାନରେ 2700 ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିଛି ଏହି ଜାହାଜ କରୋନା ନୀତିନିୟମ କଡାକଡି ପାଳନ କରି ଆସନ୍ତାକାଲି (07.06.2020) ତୁତିକୋରେନ ପହଞ୍ଚିବ ।

ତାମିଲନାଡ଼ୁର ତୁତିକୋରିନଠାରେ ପହଞ୍ଚିବା ପରେ ସେଥିରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ତାମିଲନାଡୁ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି ।

 

**********


(रिलीज़ आईडी: 1629916) आगंतुक पटल : 278
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Punjabi , Tamil , Telugu , Kannada , Malayalam