ପ୍ରତିରକ୍ଷା ମନ୍ତ୍ରଣାଳୟ

ଅପରେସନ ସମୁଦ୍ର ସେତୁ- 700 ଭାରତୀୟଙ୍କ ସହ ମାଲେରୁ ତୁତିକୋରିନ ଅଭିମୁଖେ ପ୍ରସ୍ଥାନ କଲା ଆଇଏନଏସ ଜଳଶ୍ଵ

ପୋଷ୍ଟ କରାଯିବା ଦିନାଙ୍କ: 06 JUN 2020 11:05AM by PIB Bhubaneswar

ଅପରେସନ ସମୁଦ୍ର ସେତୁ ଅଧୀନରେ ଭାରତୀୟ ନୌସେନା ଜାହାଜ ଜଳଶ୍ଵ 700 ଭାରତୀୟ ନାଗରିକଙ୍କୁ ଧରି ଗତକାଲି (05.06.2020) ମାଲେ ଛାଡିଛି । ବିଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ଉଦ୍ଦେଶ୍ୟରେ ଏହି ଜାହାଜ ଗତ 04 ତାରିଖ ଦିନ ମାଳଦୀପର ରାଜଧାନୀ ମାଲେଠାରେ ପହଞ୍ଚିଥିଲା । ଏହି ଜାହାଜ ମାଳଦୀପ ଛାଡିବା ବେଳେ ସେଠାକାର ତଟରକ୍ଷୀ କମାଣ୍ଡାଣ୍ଟ ମହମ୍ମଦ ସଲିମ ସେଠାରେ ଉପସ୍ଥିତ ଥିଲେ । ତୃତୀୟ ଦଫା ଯାତ୍ରାରେ ଜଳଶ୍ଵ ମାଳଦୀପ ଓ ଶ୍ରୀଲଙ୍କାରୁ ବନ୍ଦେ ଭାରତ ମିଶନ ଅଭିଯାନରେ 2700 ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିଛି । ଏହି ଜାହାଜ କରୋନା ନୀତିନିୟମ କଡାକଡି ପାଳନ କରି ଆସନ୍ତାକାଲି (07.06.2020) ତୁତିକୋରେନ ପହଞ୍ଚିବ ।

ତାମିଲନାଡ଼ୁର ତୁତିକୋରିନଠାରେ ପହଞ୍ଚିବା ପରେ ସେଥିରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ତାମିଲନାଡୁ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି ।

 

**********


(ରିଲିଜ ଆଡି: 1629916) ପରିଦର୍ଶକ କାଉଣ୍ଟର : 327