ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ପିକ ମାକେ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

• 130 କୋଟି ଲୋକ ଏକାଠି ହେଲେ ସୃଷ୍ଟି ହୁଏ ସଙ୍ଗୀତ: ପ୍ରଧାନମନ୍ତ୍ରୀ
• ଦେଶର ସାମୂହିକ ଶକ୍ତିର ସ୍ରୋତ ପାଲଟିଛି ସଙ୍ଗୀତ: ପ୍ରଧାନମନ୍ତ୍ରୀ

Posted On: 01 JUN 2020 7:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ପିକ ମାକେର ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ।

ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ ବି ଗୀତିକାରଙ୍କ ଉତ୍ସାହ ଅବଦମିତ ହୋଇନାହିଁ କୋଭିଡ-19 ମହାମାରୀ ଯୋଗୁଁ ଯୁବ ବର୍ଗଙ୍କ ମଧ୍ୟରେ ସୃଷ୍ଟ ଅବସାଦକୁ କିପରି ହ୍ରାସ କରା ଯାଇପାରିବ ତାହା ସମ୍ମିଳନୀର ବିଷୟବସ୍ତୁ ରହିଥିବାରୁ ପ୍ରଧାନମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ ।

ଯୁଦ୍ଧ ଓ ସଙ୍କଟ ବେଳେ ସଙ୍ଗୀତ ଐତିହାସିକ ଦୃଷ୍ଟିରୁ ପ୍ରେରଣାଦାୟକ ଭୂମିକା ନିର୍ବାହ କରିବା ସହ ଲୋକଙ୍କୁ ପରସ୍ପର ସହ ଯୋଡ଼ିଛି । କବି, ଗାୟକ ଓ କଳାକାରମାନେ ସଙ୍କଟ ବେଳେ ଲୋକଙ୍କ ସାହସ ବଢ଼ାଇବା ପାଇଁ ଗୀତ ଓ ସଙ୍ଗୀତ ରଚନା କରି ଆସିଛନ୍ତି । ଏବେ ବିଶ୍ୱ ଏକ ଅଦୃଶ୍ୟ ଶତ୍ରୁ ସହ ଲଢୁଥିବା ବେଳେ ଗାୟକ, ଗୀତିକାର ଓ କଳାକାରମାନେ ଲୋକଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ କବିତା ରଚନା କରୁଛନ୍ତି ଓ ଗୀତ ଗାଉଛନ୍ତି । ମହାମାରୀ ବିରୋଧୀ ଲଢ଼େଇରେ ସମଗ୍ର ଦେଶକୁ ଉତ୍ସାହିତ କରିବା ପାଇଁ ଭାରତର 130 କୋଟି ଲୋକ ଏକାଠି ହୋଇ ତାଳି, ଘଣ୍ଟି ଓ ଶଙ୍ଖ ବଜାଇଥିଲେ । ସମାନ ଚିନ୍ତାଧାରା ଓ ଭାବନା ସହିତ 130 କୋଟି ଲୋକ ଏକାଠି ହେଲେ ସଙ୍ଗୀତ ସୃଷ୍ଟି ହୁଏ । ସଙ୍ଗୀତ ପାଇଁ ଯେପରି ସ୍ୱର ସଙ୍ଗତି ଓ ଅନୁଶାସନ ଲୋଡ଼ା, କରୋନା ସହ ଲଢ଼େଇ ପାଇଁ ମଧ୍ୟ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ସାମଞ୍ଜସ୍ୟ, ସଂଯମ ଓ ଅନୁଶାସନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଚଳିତ ବର୍ଷର ସ୍ପିକ ମାକେସମ୍ମିଳନୀରେ ଯୋଗ ଓ ନାଦ ଯୋଗ ବ୍ୟତୀତ ନେଚର ୱାକ, ହେରିଟେଜ ୱାକ, ସାହିତ୍ୟ ଓ ସର୍ବାଙ୍ଗୀନ ଭୋଜନ ଭଳି ତତ୍ତ୍ୱ ସାମିଲ କରା ଯାଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ବେଶ ପ୍ରଶଂସା କରିଥିଲେ । ନାଦ ଯୋଗ ସମ୍ପର୍କରେ ବର୍ଣ୍ଣନା କରି ସେ କହିଥିଲେ ଭାରତରେ ନାଦକୁ ସଙ୍ଗୀତର ଭିତ୍ତି ଓ ଆତ୍ମ ଶକ୍ତିର ପ୍ରତୀକ ବୋଲି ବିଚାର କରାଯାଏ । ଯେତେବେଳେ ଆମେ ଯୋଗ ଓ ସଙ୍ଗୀତ ମାଧ୍ୟମରେ ଆନ୍ତରିକ ଶକ୍ତି ନିୟନ୍ତ୍ରିତ କରୁ ସେତେବେଳେ ଏହି ନାଦ ଚରମ ସୀମାରେ ପହଁଚେ ବା ବ୍ରହ୍ମନାଦ ସୃଷ୍ଟି ହୁଏ । ତେଣୁ ସଙ୍ଗୀତ ଓ ଯୋଗରେ ଧ୍ୟାନ ଓ ପ୍ରେରଣାର ଶକ୍ତି ଥାଏ । ଉଭୟ ଶକ୍ତିର ଅଫୁରନ୍ତ ଉତ୍ସ । ସଙ୍ଗୀତ କେବଳ ଆନନ୍ଦର ମାଧ୍ୟମ ନୁହେଁ ବରଂ ସେବାର ଏକ ମାଧ୍ୟମ ଓ ତପସ୍ୟାର ଏକ ରୂପ । ଆମ ଦେଶର ବହୁ ମହାନ ସଂଗୀତଜ୍ଞ ମାନବତାର ସେବାରେ ଜୀବନ ବିତାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଯୁକ୍ତି ସହ ପ୍ରାଚୀନ କଳା ଓ ସଙ୍ଗୀତର ମିଶ୍ରଣ ସମୟର ଆହ୍ୱାନ । ରାଜ୍ୟ ଓ ଭାଷାଗୁଡ଼ିକର ସୀମାର ଊର୍ଦ୍ଧ୍ଵକୁ ଯାଇ ସଙ୍ଗୀତ ଆଜି ଏକ ଭାରତ ଶ୍ରେଷ୍ଠ ଭାରତଆଦର୍ଶକୁ ପୂର୍ବାପେକ୍ଷା ମଜବୁତ କରିଛି । ଲୋକେ ନିଜ ସୃଜନଶୀଳତା ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ନୂଆ ବାର୍ତ୍ତା ଦେବା ସହ କରୋନା ବିରୋଧରେ ଭାରତର ଅଭିଯାନକୁ ଆଗେଇ ନେଉଛନ୍ତି । ଏହି ସମ୍ମିଳନୀ କରୋନା ଭୂତାଣୁ ବିରୋଧରେ ଆମ ଲଢ଼େଇକୁ ନୂଆ ଦିଶା ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।

 

**********

 



(Release ID: 1629740) Visitor Counter : 266