ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଏସଓପି ଜାରି

Posted On: 05 JUN 2020 2:11PM by PIB Bhubaneshwar

ଦେଶରେ ଲକଡାଉନ କଟକଣା କୋହଳ କରାଯାଇ ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିଲେ ମଧ୍ୟ କରୋନା ସଂକ୍ରମଣ ସମ୍ଭାବନା ଥିବା ସ୍ଥାନଗୁଡିକରେ ଏସବୁ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହୋଇଥିବା ସତ୍ଵେ ଏହି ମାର୍ଗଦର୍ଶିକା ପାଳନ କରାଗଲେ ସଂକ୍ରମଣ ସମ୍ଭାବନା ହ୍ରାସ ପାଇପାରିବ ।  

ବିଭିନ୍ନ କାର୍ଯ୍ୟାଳୟରେ ସଂକ୍ରମଣ ରୋକିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ଏସଓପି https://www.mohfw.gov.in/pdf/1SoPstobefollowedinOffices.pdf ରୁ ମିଳିପାରିବ

ପୂଜାସ୍ଥଳରେ ସଂକ୍ରମଣ ରୋକିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ଏସଓପି https://www.mohfw.gov.in/pdf/2SoPstobefollowedinReligiousPlaces.pdf ରେ ମିଳିପାରିବ

ରେଷ୍ଟୁରାଣ୍ଟରେ ସଂକ୍ରମଣ ରୋକିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ଏସଓପି https://www.mohfw.gov.in/pdf/3SoPstobefollowedinRestaurants.pdf ରେ ମିଳିପାରିବ

ସପିଙ୍ଗ ମଲରେ ସଂକ୍ରମଣ ରୋକିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ଏସଓପି

https://www.mohfw.gov.in/pdf/4SoPstobefollowedinShoppingMalls.pdf ରେ ମିଳିପାରିବ

ହୋଟେଲ ଏବଂ ଆତିଥ୍ୟ ସ୍ଥାନରେ ସଂକ୍ରମଣ ରୋକିବା ଲାଗି ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ଏସଓପି

https://www.mohfw.gov.in/pdf/5SoPstobefollowedinHotelsandotherunits.pdf ରେ ମିଳିପାରିବ

କୋଭିଡ-19 ବୈଶ୍ଵିକ ମହାମାରୀ ଯୋଗୁଁ ଓପିଡିରେ ପାଇଥିବା ଔଷଧପତ୍ରର ଅର୍ଥ ଫେରି ପାଇବା ପାଇଁ ହିତାଧିକାରୀମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିୟମାବଳୀ ଜାରି କରାଯାଇଛି, https://www.mohfw.gov.in/pdf/OPDmedicinesspecialsanctionCOVID.pdf ରେ ମିଳିପାରିବ

 

ଗତ 24 ଘଣ୍ଟା ମଧ୍ୟରେ 5,355 ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ସେଦୃଷ୍ଟିରୁ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 1,09,462ରେ ପହଞ୍ଚିଛି ଆରୋଗ୍ୟ ହାର 48.27% ରହିଥିବା ବେଳେ 1,10,960 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି  

ବର୍ତ୍ତମାନ ପରୀକ୍ଷାଗାର 507କୁ ବୃଦ୍ଧି ପାଇଥିବା ବେଳେ ଘରୋଇ ପରୀକ୍ଷାଗାର 217କୁ ବୃଦ୍ଧି ପାଇଛି ଗତ 24 ଘଣ୍ଟା ମଧ୍ୟରେ 1,43,661ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ 43,86,379ଟି ନମୁନା ପରୀକ୍ଷା କରାଯାଇଛି

କୋଭିଡ ସମ୍ପର୍କିତ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ରମଶଃ ସୁଦୃଢ ହେଉଥିବା ବେଳେ ଆଜିସୁଦ୍ଧା (05.06.2020) 957ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ 1,66,460ଟି ଏକାନ୍ତ ଶଯ୍ୟା, 21, 473 ଆଇସିୟୁ ଶଯ୍ୟା ଏବଂ 72,497ଟି ଅମ୍ଳଜାନ ସହାୟକ ଶଯ୍ୟା ରହିଛି । 2,362 କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ 1,32,593ଟି ଏକାନ୍ତବାସ ଶଯ୍ୟା, 10,903ଟି ଆଇସିୟୁ ଶଯ୍ୟା ଓ 45,562ଟି ଅମ୍ଳଜାନ ସହାୟକ ଶଯ୍ୟା କାର୍ଯ୍ୟକ୍ଷମ ହୋଇଛି । 11,210ଟି ସଙ୍ଗରୋଧ କେନ୍ଦ୍ର ଏବଂ 7,529 କୋଭିଡ ଯତ୍ନ କେନ୍ଦ୍ରରେ 7,03,786ଟି ଶଯ୍ୟା କରୋନା ମହାମାରୀ ମୁକାବିଲା ପାଇଁ ଉପଲବ୍ଧ ହୋଇଛି । ଏପର୍ଯ୍ୟନ୍ତ କେନ୍ଦ୍ର 128.84 ଲକ୍ଷ ଏନ-95 ମାସ୍କ ଏବଂ 104.74 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇଦେଇଛନ୍ତି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1629696) Visitor Counter : 248