ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର ବିଦେଶୀଙ୍କୁ ଭାରତ ଆସିବା ପାଇଁ ଭିସା ଓ ଯାତ୍ରା କଟକଣା କୋହଳ
Posted On:
03 JUN 2020 3:44PM by PIB Bhubaneshwar
ଭାରତକୁ ଆସୁଥିବା କେତେକ ଶ୍ରେଣୀର ବିଦେଶୀଙ୍କ ପାଇଁ ସରକାର ଭିସା ଓ ଯାତ୍ରା କଟକଣା ନିୟମକୁ କୋହଳ କରିଛନ୍ତି । ନିମ୍ନୋକ୍ତ ଶ୍ରେଣୀର ବିଦେଶୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦେବା ଲାଗି ନିଷ୍ପତ୍ତି ହୋଇଛି –
- ବ୍ୟବସାୟିକ ଭିସା (କ୍ରୀଡା ପାଇଁ ଉଦ୍ଦିଷ୍ଟ ବି-3 ଭିସା ଛାଡି)ରେ ଭାରତ ଆସୁଥିବା ବିଦେଶୀ ବ୍ୟବସାୟୀ । ତେବେ ସେ ଅଣସୂଚିତ ବାଣିଜ୍ୟିକ ବା ଚାଟାର୍ଡ ବିମାନରେ ଆସୁଥିବା ଆବଶ୍ୟକ ।
- ପରୀକ୍ଷାଗାର ଓ କାରଖାନା ସମେତ ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ପାଇଁ ଆସୁଥିବା ବିଦେଶୀ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଗବେଷକ, ଯନ୍ତ୍ରୀ ଏବଂ ବୈଷୟିକବିତଙ୍କ ପାଇଁ ଏହି କୋହଳ ନୀତି ଲାଗୁ ହେବ । ତେବେ ଭାରତରେ ପଞ୍ଜୀକୃତ ଔଷଧ କମ୍ପାନୀ ବା ସ୍ଵୀକୃତି ପ୍ରାପ୍ତ ବିଶ୍ଵବିଦ୍ୟାଳୟ ବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଆମନ୍ତ୍ରଣ ପତ୍ର ତାଙ୍କ ପାଖରେ ଥିବା ଆବଶ୍ୟକ ।
- ଭାରତରେ ଥିବା ବିଦେଶୀ ବ୍ୟବସାୟ ସଂଗଠନ ବା ପ୍ରତିଷ୍ଠାନ ପାଇଁ ବିଦେଶୀ ଯନ୍ତ୍ରୀ, ପ୍ରବନ୍ଧକ ଓ ଅନ୍ୟାନ୍ୟ ବିଶେଷଜ୍ଞ ଆସିପାରିବେ । ଏହା ସମସ୍ତ ଉତ୍ପାଦନ ଓ ପରିପାଟି ୟୁନିଟ, ସଫ୍ଟୱେର ଓ ଆଇଟି ୟୁନିଟ, ବ୍ୟାଙ୍କିଂ ଓ ଅଣବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ।
- ଦେଶରେ ଥିବା ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ କୌଣସି କାରଖାନା ବା ଯନ୍ତ୍ରପାତିର ମରାମତି, ସ୍ଥାପନା କାର୍ଯ୍ୟ ପାଇଁ ବିଦେଶୀ ବିଶେଷଜ୍ଞ ଆମନ୍ତ୍ରଣ କ୍ରମେ ଆସିପାରିବେ ।
ତେବେ ଏହି ବିଦେଶୀ ନାଗରିକମାନଙ୍କୁ ନୂତନ ବ୍ୟବସାୟ ଭିସା ବା କର୍ମ ନିୟୋଜନ ଭିସା ସେ ଦେଶର ଥିବା ଭାରତୀୟ ଦୂତାବାସଠାରୁ ଆଣିବାକୁ ପଡିବ । ଯେଉଁ ବିଦେଶୀ ନାଗରିକଙ୍କ ଭାରତ ଆଗମନ ପାଇଁ ଦୀର୍ଘ ମିଆଦି ବ୍ୟବସାୟିକ ଭିସା ଥିବ ସେ ତାହାକୁ ତାଙ୍କ ଦେଶରେ ଭାରତୀୟ ଦୂତାବାସରେ ପୁନଃବୈଧକରଣ କରି ଆସିପାରିବେ । ତେବେ ଯେଉଁମାନେ ଆଗରୁ ଇଲେକ୍ଟ୍ରୋନିକ ଭିସା ନେଇଛନ୍ତି, ସେମାନଙ୍କୁ ଭାରତ ଆସିବା ପାଇଁ ଅନୁମତି ମିଳିବ ନାହିଁ ।
**********
(Release ID: 1629117)
Visitor Counter : 322
Read this release in:
Telugu
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil