ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର 42.4 ପ୍ରତିଶତ
• ଗତକାଲି ଗୋଟିଏ ଦିନରେ ପରୀକ୍ଷା ହୋଇଛି 1,16,041 ନମୁନା

Posted On: 27 MAY 2020 5:03PM by PIB Bhubaneshwar

ଲକଡାଉନ ଯୋଗୁଁ ବହୁମୂଖୀ ସଫଳତା ମିଳିଛି ଏବଂ ମୁଖ୍ୟତଃ କହିବାକୁ ଗଲେ ଏହାଦ୍ଵାରା ସଂକ୍ରମଣ ହାର ରୋକାଯାଇ ପାରିଛି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ଏକ ଆକଳନ ଅନୁସାରେ ଅନେକ ମୃତ୍ୟୁ ଓ ସଂକ୍ରମଣ ରୋକା ଯାଇପାରିଛି । ଏହାଛଡା ଲକଡାଉନ କାଳରେ କୋଭିଡ-19 ପାଇଁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଭିତ୍ତିଭୂମି ସାମର୍ଥ୍ୟରେ ବିକାଶ ମଧ୍ୟ ଘଟିଛି ଏଗୁଡିକ ମଧ୍ୟରେ ଅନଲାଇନ ତାଲିମ ମଡ୍ୟୁଲ, ନମୁନା ପରୀକ୍ଷଣ ବୃଦ୍ଧି, ଅଧିକ ଯନ୍ତ୍ରପାତି ଓ ଅମ୍ଳଜାନ ଯୋଗାଣ, ନିଦାନର ବିକାଶ, ଔଷଧର ପରୀକ୍ଷା ନିରୀକ୍ଷା,  ଟୀକା ଗବେଷଣା, ଘରକୁ ଘର ସର୍ଭେ ଓ ଆରୋଗ୍ୟ ସେତୁ ଇତ୍ୟାଦି ଅନ୍ତର୍ଭୁକ୍ତ ଲକଡାଉନ କାଳରେ କୋଭିଡ-19 ବୈଶ୍ଵିକ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମିର ସୁଧାର କରାଯାଇଛି । ଆଜିସୁଦ୍ଧା (27.05.2020) 930ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ 1,58,747 ଏକାନ୍ତବାସ ଶଯ୍ୟା ଓ 20,355ଟି ଆଇସିୟୁ ଶଯ୍ୟା ଓ 69,076ଟି ଅମ୍ଳଜାନ ସହାୟତାକାରୀ ଶଯ୍ୟା ଉପଲବ୍ଧ ହେଉଛି । 2,362ଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ 1,32,593ଟି ଏକାନ୍ତବାସ ଶଯ୍ୟା, 10,903ଟି ଆଇସିୟୁ ଶଯ୍ୟା ଓ 45,562ଟି ଅମ୍ଳଜାନ ସହାୟତାଯୁକ୍ତ ଶଯ୍ୟା କାର୍ଯ୍ୟ କରୁଛି । 10,341ଟି ସଙ୍ଗରୋଧ କେନ୍ଦ୍ର ଏବଂ 7,195ଟି କୋଭିଡ ଯତ୍ନ କେନ୍ଦ୍ରରେ 6,52,830ଟି ଶଯ୍ୟା ଦେଶରେ କୋଭିଡର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । 113.58 ଲକ୍ଷ ଏନ-95 ମାସ୍କ ଏବଂ 89.84 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇ ଦିଆଯାଇଛି । 435ଟି ସରକାରୀ ଓ 189 ଘରୋଇ ଏହିପରି ମୋଟ 624ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି । ଅଦ୍ୟାବଧି 32,42,160 ନମୁନା ପରୀକ୍ଷା  କରାଯାଇଥିବା ବେଳେ କେବଳ 26.05.2020ରେ 1,16,041ଟି ନମୁନା ପରୀକ୍ଷା କରାଯାଇଛି ।

1,51,767ଟି ସଂକ୍ରମଣ ମାମଲା ସାମନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ 64,426ଜଣ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ଲାଭ ହାର 42.4 ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ହାର 2.86 ପ୍ରତିଶତ ରହିଛି ଆନ୍ତର୍ଜାତିକ ସ୍ତରରେ ମୃତ୍ୟ ହାର 6.36 ପ୍ରତିଶତ ରହିଛି ।  

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 



(Release ID: 1627300) Visitor Counter : 267