ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ଲାଗି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ/ଆଇଏସଓ ମାର୍ଗଦର୍ଶିକା ଅନୁସାରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ, ପିପିଇ ଓ ଅନ୍ୟାନ୍ୟ ଜିନିଷର ପ୍ରମାଣନ ଦିଗରେ କାର୍ଯ୍ୟ କରିବ ସିପେଟ

• ମୁର୍ଥଲ, ଜୟପୁର, ମଦୁରାଇ ଏବଂ ଲକ୍ଷ୍ନୌସ୍ଥିତ ସିପେଟ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି କରୋନା ଚିକିତ୍ସା ପାଇଁ ଆବଶ୍ୟକ ସୁରକ୍ଷା ଯନ୍ତ୍ରପାତି

Posted On: 27 MAY 2020 1:37PM by PIB Bhubaneshwar

କୋଭିଡ-19 ବୈଶ୍ଵିକ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ଲାଷ୍ଟିକ ଯାନ୍ତ୍ରିକ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ (ସିପେଟ) ଗବେଷଣା ଓ ବିକାଶ ପାଇଁ ପଦକ୍ଷେପ ନେଇଛି ଏହା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ଓ ଭାରତ ମାନକ ସଂଗଠନ (ଆଇଏସଓ)ର ମାର୍ଗଦର୍ଶିକା ଅନୁଯାୟୀ ସ୍ଵାସ୍ଥ୍ୟସେବା ଯେପରିକି ପିପିଇର ଉତ୍ପାଦନ ଓ ପ୍ରମାଣନ ଭଳି କାର୍ଯ୍ୟ କରିବ । 

ସିପେଟ ପକ୍ଷରୁ କୁହାଯାଇଛି ଯେ, କ୍ୟାବିନେଟ ସଚିବାଳୟର ନିର୍ଦ୍ଦେଶକ୍ରମେ ସିପେଟ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଗବେଷଣା ଓ ବିକାଶମୂଳକ ପଦକ୍ଷେପମାନ ନେବ ସେହି ଅନୁଯାୟୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ଏହାର ଆନୁଷଙ୍ଗିକ ସାମଗ୍ରୀର ପରୀକ୍ଷଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଆଇଏସଓ ଦ୍ଵାରା କରାଯିବ ଏହି କାର୍ଯ୍ୟ ସିପେଟର 3ଟି ପ୍ରତିଷ୍ଠାନ ଭୁବନେଶ୍ୱର, ଚେନ୍ନାଇ ଓ ଲକ୍ଷ୍ନୌର ପ୍ଲାଷ୍ଟିକ ଓ ପ୍ରଯୁକ୍ତି ପ୍ରତିଷ୍ଠାନଠାରେ ଖୁବ ଶୀଘ୍ର କରାଯିବ । ସିପେଟର ମୁର୍ଥଲ କେନ୍ଦ୍ର ସ୍ୱାସ୍ଥ୍ୟ କର୍ମୀ, କୃଷକ, ଶ୍ରମିକ ଓ ପୁଲିସ କର୍ମଚାରୀଙ୍କ ପାଇଁ କରୋନା ଭୂତାଣୁ ନିରୋଧି ଏକ ନିରାପତ୍ତା ଉପକରଣ ବିକଶିତ କରିଛି । ଏହାକୁ ଫେସ ସିଲ୍ଡ ବୋଲି ମଧ୍ୟ କୁହାଯାଉଛି । ସେହିପରି ଭାରତୀୟ ପ୍ଲାଷ୍ଟିକ ପ୍ରତିଷ୍ଠାନ ଲକ୍ଷ୍ନୌ ଓ ମଦୁରାଇଠାରେ ମଧ୍ୟ ଏହି ଫେସ ସିଲ୍ଡର ଉତ୍ପାଦନ ଆରମ୍ଭ ହୋଇଛି । ସିପେଟ ମଧ୍ୟ ଖାଦ୍ୟ ଶସ୍ୟ ପ୍ୟାକେଜିଂ ପାଇଁ ପଦକ୍ଷେପ ନେଇଛି । ଏଦିଗରେ ଥିବା ବାଧାବିଘ୍ନଗୁଡିକର ସାମନା କରିବା ପାଇଁ ଏକ 9ଜଣିଆ ଦଳ ଗଠନ କରାଯାଇଛି । ଅନଲାଇନ ତାଲିମ କାର୍ଯ୍ୟକ୍ରମ ଏବଂ ବୈଷୟିକ ସହାୟତା ପାଇଁ କାରଖାନାକୁ ଯାଇ କାର୍ଯ୍ୟ କରିବାକୁ ପଡୁଛି । ସିପେଟ ନ୍ୟୁନତମ ମାନବ ସମ୍ବଳ ଓ ସାମାଜିକ ଦୂରତ୍ଵ ରକ୍ଷା କରି 3 ସିଫ୍ଟରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛି । କୋଭିଡ-19 ବୈଶ୍ଵିକ ମହାମାରୀର ଗମ୍ଭୀରତାକୁ ଉପଲବ୍ଧି କରି ସିପେଟ ପ୍ରଧାନମନ୍ତ୍ରୀଙ୍କ ସାହାୟତା ପାଣ୍ଠି, ରାଜ୍ୟ ସରକାରଙ୍କ ପୌର ମହାନିଗମ ଓ ସ୍ୱାୟତ୍ତ ଶାସନ ସଂସ୍ଥାକୁ ମଧ୍ୟ ସହାୟତାର ହାତ ବଢାଇଛି । ସିପେଟର ସମସ୍ତ କର୍ମଚାରୀ ଦିନକର ବେତନ ପ୍ରାୟ 18.25 ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିଛନ୍ତି । ଏହା ବ୍ୟତୀତ ସିପେଟ ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ଥାନୀୟ ସଂସ୍ଥାଗୁଡ଼ିକୁ 85.50 ଲକ୍ଷ ଟଙ୍କା ଦାନ କରାଯାଇଛି । ନିଜ କର୍ତ୍ତୃପକ୍ଷଙ୍କ ଅନୁମତିରେ ଏହି ଅର୍ଥ ବିଭିନ୍ନ ସ୍ଥାନରେ ଲକଡାଉନ ଯୋଗୁଁ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆବାସ ଯୋଗାଇବା ବାବଦରେ ଖର୍ଚ୍ଚ କରାଯାଇଛି ।

 

**********

 



(Release ID: 1627295) Visitor Counter : 288