ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19 ମୁକାବିଲା ନେଇ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

प्रविष्टि तिथि: 26 MAY 2020 3:28PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ଉଭୟ ମନ୍ତ୍ରୀ କୋଭିଡ-19 ବୈଶ୍ଵିକ ମହାମାରୀ ନେଇ ମତ ବିନିମୟ କରିଥିଲେ ରେନୋଲ୍ଡଙ୍କୁ ଶ୍ରୀ ସିଂ ଆନ୍ତର୍ଜାତିକସ୍ତରରେ କୋଭିଡ-19 ମୁକାବିଲା ଦିଗରେ ଭାରତର ଅବଦାନ ସମ୍ପର୍କରେ ବୁଝାଇଥିଲେ ଉଭୟ ନେତା କୋଭିଡ-19 ପରବର୍ତ୍ତୀ ସମୟରେ କି କି ପଦକ୍ଷେପ ନିଆଯିବ ଏବଂ ଦୁଇ ଦେଶ କିପରି ମିଳିମିଶି ଏହାର ମୁକାବିଲା କରିବେ ସେନେଇ ଆଲୋଚନା କରିଥିଲେ ଉଭୟ ଦୁଇ ଦେଶର ପ୍ରତିରକ୍ଷା ସହଯୋଗ ନେଇ ନିଜ ନିଜ ଅଙ୍ଗୀକାରବଦ୍ଧତା ଦୋହରାଇଥିଲେ

 

**********


(रिलीज़ आईडी: 1627005) आगंतुक पटल : 324
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Tamil , Telugu , Kannada , Malayalam