ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

Posted On: 24 MAY 2020 4:46PM by PIB Bhubaneshwar

ଏକ ସୁଦୂର ପ୍ରସାରୀ ଚିନ୍ତାଧାରା ନେଇ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା ମୁକାବିଲା ଦିଗରେ ଲାଗିପଡିଛନ୍ତି ଉଚ୍ଚସ୍ତରରେ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ବେଳେ ନିୟମିତ ଭାବେ ଏହାର ସମୀକ୍ଷା ମଧ୍ୟ କରାଯାଉଛି

ଆଜି (24.05.2020) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଦିଲ୍ଲୀସ୍ଥିତ ଚୌଧୁରୀ ବ୍ରହ୍ମା ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନ ପରିଦର୍ଶନ କରିଛନ୍ତି । ତାହା ଏକ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି ଡଃ ହର୍ଷ ବର୍ଦ୍ଧନ କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ହସ୍ପିଟାଲର ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ରୋଗୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ନେଇ ୱାର୍ଡଗୁଡିକ ବୁଲିଥିଲେ ଆୟୁଷ ମନ୍ତ୍ରଣାଳୟର ନିୟମାବଳୀ ଅନୁସାରେ ଏଠାରେ ଚିକିତ୍ସା କରାଯାଉଛି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜନ ମଙ୍ଗଳ ମାର୍ଗଦର୍ଶିକା ଅନୁସାରେ ସେବା ଯତ୍ନ କରାଯାଉଛି । କୋଭିଡ ଚିକିତ୍ସା କେନ୍ଦ୍ର ସଂପୂର୍ଣ୍ଣ ସ୍ଵତନ୍ତ୍ର କିମ୍ବା ହସ୍ପିଟାଲର ଅଲଗା ବ୍ଲକରେ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥ ସହ ହୋଇଥାଏ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସଦ୍ୟତମ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ଯାହାକି https://www.mohfw.gov.in/pdf/Guidelinesforinternationalarrivals.pdfରେ ସନ୍ନିବେଶିତ ହୋଇଛି ।

ସେହିପରି ଦେଶ ମଧ୍ୟରେ ବିମାନ, ଟ୍ରେନ, ଆନ୍ତଃରାଜ୍ୟ ବସ ଯାତ୍ରା ପାଇଁ ମଧ୍ୟ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । 

https://www.mohfw.gov.in/pdf/Guidelinesfordomestictravel(airortrainorinter-statebustravel).pdf

ଏପର୍ଯ୍ୟନ୍ତ 55,440 ଜଣ ବ୍ୟକ୍ତି କାରୋନାରୁ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ 24 ଘଣ୍ଟା ମଧ୍ୟରେ 2,657 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏହା ମୋଟ ଆରୋଗ୍ୟ ଲାଭର ଶତକଡା 41.28 ଭାଗ । ଗତକାଲି ଠାରୁ ଆଜି (23 ରୁ 24.05.2020) ମଧ୍ୟରେ ଦେଶରେ 6,767 ଜଣ କୋଭିଡ-19 ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏହି ସଂଖ୍ୟା 1,31,868କୁ ବୃଦ୍ଧି ପାଇଛି । 73,560 ଜଣ ସକ୍ରିୟ ରୋଗୀ ଅଛନ୍ତି । ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ https://www.mohfw.gov.in/ କିମ୍ବା @MoHFW_INDIA ଭିଜିଟ କରନ୍ତୁ ।

କୋଭିଡ଼-19 ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳୀକୁ  technicalquery.covid19[at]gov[dot]inରେ ଇ-ମେଲ  କରାଯାଇପାରିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଜାଣିବା ପାଇଁ ଭିଜିଟ କରନ୍ତୁ: ncov2019[at]gov[dot]in

କୋଭିଡ଼- 19 ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +91-11-23978046 କ୍ଟକ୍ସ 1075  (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ଼- 19 ସଂପର୍କୀତ ହେଲ୍ପଲାଇନ ନିମ୍ନ ୱେବସାଇଟରେ ଉପଲବ୍ଧ:

https://www.mohfw.gov.in/pdf/coronvavirushelplinenumber.pdf

 

**********

 



(Release ID: 1626635) Visitor Counter : 278