ରାଷ୍ଟ୍ରପତିଙ୍କ ସଚିବାଳୟ
ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Posted On:
24 MAY 2020 5:42PM by PIB Bhubaneshwar
ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଯାଇଛନ୍ତି ।
ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପବିତ୍ର ରମଜାନ ମାସର ପ୍ରାର୍ଥନା ଏବଂ ଉପବାସ ପରେ ଆସୁଥିବା ଇଦ-ଉଲ-ଫିତର ପାଇଁ ବିଦେଶରେ ବାସକରୁଥିବା ଭାରତୀୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା । ଏହି ପର୍ବ ପ୍ରେମ, ଶାନ୍ତି, ଭାତୃତ୍ଵ ଏବଂ ଏକତାର ନିଦର୍ଶନ । ଏହି ଅବସରରେ ଆମେ ସମାଜର ସବୁଠାରୁ ଦୁର୍ବଳଙ୍କ ପ୍ରତି ଯତ୍ନବାନ ହେବା ନେଇ ଆମର ବିଶ୍ଵାସକୁ ସୁନିଶ୍ଚିତ କରିଥାଉ ।
ଆମେ କୋଭିଡ-19 ଭୂତାଣୁ ଦ୍ଵାରା ସୃଷ୍ଟି ହୋଇଥିବା ସଙ୍କଟର ସମ୍ମୁଖୀନ ହେଉଛୁ, ତେଣୁ ଚାଲନ୍ତୁ ଆମେ ଆମର ପ୍ରଦାନ କରିବାର ଜିଜ୍ଞାସାକୁ ଅଧିକ ଜୋରଦାର କରିବା । ଆସନ୍ତୁ ଏହି ସଂକଟପୂର୍ଣ୍ଣ ଆହ୍ଵାନକୁ ଦୂରେଇବା ପାଇଁ ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସମସ୍ତ ସତର୍କତା ପାଳନ କରିବାର ଶପଥ ନେବା ।
ଏହି ଇଦ-ଉଲ-ଫିତର ବିଶ୍ଵରେ ଦୟା, ପରୋପକାର ଏବଂ ପ୍ରେମର ପଥପ୍ରଦର୍ଶକ ହେଉ ।
**********
(Release ID: 1626633)
Visitor Counter : 314