ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

Posted On: 21 MAY 2020 3:27PM by PIB Bhubaneshwar

ପର୍ଯ୍ୟାୟକ୍ରମିକ, ପ୍ରାକ୍ ପ୍ରସ୍ତୁତି ତଥା ଏକ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ବଳରେ ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ସହ ମିଲି କୋଭିଡ଼ 19କୁ ପ୍ରତିହତ, ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସକାଶେ ଅନେକ ଗୁଡ଼ିଏ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି । ତାହାକୁ ନିୟମିଜ ଭାବେ ଉଚ୍ଚ ସ୍ତରରେ ସମୀକ୍ଷା ତଥା ମନିଟର କରାଯାଇ ଆସୁଛି ଏବେସୁଦ୍ଧା ଦେଶରେ ମୋଟ 45,299 ଜଣ କୋଭିଡ଼ 19 ଆକ୍ରାନ୍ତ ଚିକିତ୍ସା ଦ୍ୱାରା ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 3,002 ଜଣ କୋଭିଡ଼ 19 ରୋଗୀ ସୁସ୍ଥ ହୋଇଥିବା ଜଣା ପଡ଼ିଛି । ଏବେ ଦେଶରେ କରୋନା ରୋଗୀଙ୍କ ସୁସ୍ଥ ମାତ୍ରା 40.32%କୁ ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ମୋଟ 63,624ଟି ସକ୍ରିୟ କୋଭିଡ଼ କେଶ୍ ରହିଛି । ସେହିସବୁ ରୋଗୀଙ୍କୁ ଉପଯୁକ୍ତ ମେଡ଼ିକାଲ ସୁପରଭିଜନ ମଧ୍ୟରେ ରଖାଯାଇଛି । ସକ୍ରିୟ କେଶମାନଙ୍କ ମଧ୍ୟରୁ କେବଳ ପାଖାପାଖି 2.94% ରୋଗୀ ଆଇସିୟୁରେ ରହିଛନ୍ତି ।

ଭାରତରେ କୋଭିଡ଼ 19 ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର 3.06 ଯାହାକି ବୈଶ୍ୱିକ ଦୃଶ୍ୟପଟ୍ଟର ମୃତ୍ୟୁହାର (6.65%) ଠାରୁ ଢ଼େର୍ କମ୍ । ଏହା ଆମର ଏହି ବୈଶ୍ୱିକ ମହାମାରୀ ବିରୋଧରେ ସମୟୋଚିତ ଚିହ୍ନଟ ଅଭିଯାନ ଏବଂ କେଶଗୁଡ଼ିକର ଉପଯୁକ୍ତ କ୍ଲିନିକାଲ୍ ପରିଚାଳନାକୁ ପ୍ରମାଣିତ କରେ ।

ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ମୋଟ ମୃତକଙ୍କ ମଧ୍ୟରୁ 64% ପୁରୁଷ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ 36% ମହିଳା ରୋଗୀଙ୍କ ବିୟୋଗ ଘଟିଛି । ଏହାର ବ୍ୟାପ୍ତିକୁ ବିଚାର କଲେ ବୁଝାପଡ଼େ ଯେ 15 ବର୍ଷରୁ କମ୍ ଆୟୁର ମାତ୍ର 0.5% ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ 15-30 ବର୍ଷ ଆୟୁସୀମା ଭିତରେ 2.5% ରୋଗୀ ; 30- 45 ଆୟୁସୀମା ଭିତରେ 11.4% ରୋଗୀ, 45-60 ବର୍ଷ ମଧ୍ୟରେ 35.1% ରୋଗୀ ଏବଂ 60 ବର୍ଷରୁ ଊର୍ଦ୍ଧ୍ଵ ବୟସର 50.5% ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି 73% ମୃତ୍ୟୁ କୋ ମର୍ବିଡ଼ିଟି ଯୋଗୁ ଘଟିଛି । 60 ବର୍ଷରୁ ଅଧିକ ବୟସର ରୋଗୀ ଯେଉଁମାନଙ୍କର କି ଅନ୍ୟାନ୍ୟ ରୋଗ ରହିଛି ସେମାନେ କୋଭିଡ଼-19 ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ।

ତେଣୁ ଗୋଷ୍ଠୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ କୋଭିଡ଼ 19 ସଂପର୍କୀତ ସତର୍କତାମୂଳକ ପଦକ୍ଷେପ ଓ ଆଚରଣକୁ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସଚେତନତା ବିନା ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ । ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା, ହାତକୁ ବାରମ୍ବାର ଉତ୍ତମ ରୂପେ ଧୋଇବା ଏବଂ ନିଃଶ୍ୱାସପ୍ରଶ୍ୱାସ ଜନିତ ସୌଜନ୍ୟରକ୍ଷା ତଥା ପରିବେଶର ପରିମଳ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ । ସର୍ବସାଧାରଣ ସ୍ଥାନରେ ମୁହଁକୁ ଘୋଡ଼ାଇ ରଖିବା ଓ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ରକ୍ଷା ମଧ୍ୟ ଅନୁରୂପ ଭାବେ ଗୁରୁତ୍ୱପୂର୍ଣ୍ଣ ଓ ଏହାକୁ ପାଳନ କରାଯିବା ଆବଶ୍ୟକ । ବିଶାଳ ଜନ ସମାଗମକୁ ଏଡ଼ାଯିବା ଦରକାର । ଯେଉଁ ଲୋକମାନେ ଅଧିକ ରିସ୍କ ଗୋଷ୍ଠୀର ସେମାନେ ଅତି ଆବଶ୍ୟକ ନଥିଲେ କିମ୍ବା ଚିକିତ୍ସା ଜନିତ କାର୍ଯ୍ୟ ବ୍ୟତିରେକ ସଦାବେଳେ ଘରେ ରହିବା ଉଚିତ ।

କୋଭିଡ଼19 ସଂପର୍କୀତ ବୈଷୟିକ ପ୍ରସଙ୍ଗ, ଗାଇଡ଼ଲାଇନ ଓ ଉପଦେଶିକା  ନିମନ୍ତେ ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ ଭିଜିଟ୍‌ କରନ୍ତୁ: https://www.mohfw.gov.in/ କିମ୍ବା @MoHFW_INDIA ଭିଜିଟ୍‌ କରନ୍ତୁ ।

କୋଭିଡ଼-19 ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳିକୁ  technicalquery.covid19[at]gov[dot]inରେ ଇ-ମେଲ୍‌  କରାଯାଇପାରିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଜାଣିବା ପାଇଁ ଭିଜିଟ କରନ୍ତୁ: ncov2019[at]gov[dot]in

କୋଭିଡ଼- 19 ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +91-11-23978046 କ୍ଟକ୍ସ 1075  (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ଼- 19 ସଂପର୍କୀତ ହେଲ୍ପଲାଇନ୍‌ ନିମ୍ନ ୱେବସାଇଟ୍‌ରେ ଉପଲବ୍ଧ: ବଗ୍ଧ https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1625850) Visitor Counter : 206