ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସହ ସାରା ଦେଶ ଛିଡା ହୋଇଛି: ପ୍ରଧାନମନ୍ତ୍ରୀ

Posted On: 21 MAY 2020 3:03PM by PIB Bhubaneshwar

ଓଡ଼ିଶା ପଶ୍ଚିମବଙ୍ଗରେ ଘୂର୍ଣ୍ଣିବାତ୍ୟା ଅମ୍ଫନ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଯଥାଶୀଘ୍ର ସୁଧୁରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତିଆଜି ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାହସର ସହିତ ବାତ୍ୟା ଅମ୍ଫନର ମୁକାବିଲା କରିଥିବା ଓଡ଼ିଶାବାସୀଙ୍କ ସହିତ ମୋର ଭାବନା ରହିଛିବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ସହାୟତା ଲାଗି ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତିବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଯଥାଶୀଘ୍ର ସୁଧାର ଆସିବା ନେଇ ମୁଁ ପ୍ରାର୍ଥନା କରୁଛି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଦଳ କାର୍ଯ୍ୟ ଚାଲୁ ରଖିଛନ୍ତିବରିଷ୍ଠ ଅଧିକାରୀମାନେ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରୁଛନ୍ତି

ପ୍ରଭାବିତଙ୍କୁ ସାହାଯ୍ୟ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିଏହି ସଂକଟ ସମୟରେ ଓଡ଼ିଶା ପଶ୍ଚିମବଙ୍ଗବାସୀଙ୍କ ସହ ସାରା ଦେଶ ଛିଡା ହୋଇଛିଉଭୟ ରାଜ୍ୟରେ ସାଧାରଣ ଅବସ୍ଥା ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି

 

*************



(Release ID: 1625843) Visitor Counter : 167