ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ଼-19 ସଂପର୍କୀତ ସଦ୍ୟତମ ସୂଚନା

• ଭାରତରେ ପ୍ରତି ଲକ୍ଷ ଜନସଂଖ୍ୟାରେ ଏହି ମହାମାରୀ ସଂକ୍ରମଣ ମାତ୍ରା ମାତ୍ର 7.9 ଯଦ୍ୟପି ବିଶ୍ୱ ମାତ୍ରା 62.3 ରହିଛି
• ଭାରତରେ କରୋନା ଆରୋଗ୍ୟଙ୍କ ମାତ୍ରା 39.6%କୁ ବୃଦ୍ଧି

Posted On: 20 MAY 2020 6:23PM by PIB Bhubaneshwar

ଏକ ପର୍ଯ୍ୟାୟ କ୍ରମିକ, ସମୟୋଚିତ ତଥା ସକାରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ ଯୋଗୁ ଦେଶ ଭାରତ ସରକାର ଏବେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଅନେକଗୁଡ଼ିଏ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି । ଏହା କୋଭିଡ଼-19 ଭୂତାଣୁ ସଂକ୍ରମଣର ପ୍ରତିରୋଧ, ନିୟନ୍ତ୍ରଣ ତଥା ପରିଚାଳନାରେ ବେଶ୍‌ ସହାୟକ ହୋଇଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ସ୍ତରରେ ନିୟମିତ ଭାବେ ସମୀକ୍ଷା ତଥା ମନିଟର କରାଯାଉଛି ।

କୋଭିଡ଼-19ର ସଂକ୍ରମଣ ମାତ୍ରାକୁ ହ୍ରାସ କରିବାରେ ଭାରତ ତୁଳନାତ୍ମକ ଭାବେ ସକ୍ଷମ ହୋଇପାରିଛି ଏବଂ ତାହା କୋଭିଡ଼-19 ନିୟନ୍ତ୍ରଣଜନିତ ସଦ୍ୟତମ ଡାଟାରୁ ଜାଣିବାକୁ ମିଳିଛି । ବିଶ୍ୱ ସ୍ତରର କୋଭିଡ଼-19 ସଂକ୍ରମଣ ପରିସଂଖ୍ୟାନ ସହ ତୁଳନା କରି ଦେଖାଯାଇଛି ଯେ ସାରା ପୃଥିବୀରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତି ଲକ୍ଷରେ 62.3 ଥିବା ବେଳେ ଭାରତରେ ଏହା ମାତ୍ର 7.9 ରହିଛି । ସେହିଭଳି, ପ୍ରତି ଲକ୍ଷେ ଜନସଂଖ୍ୟାରେ ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 4.2 ଥିବା ବେଳେ ଭାରତରେ ଏହା 0.2 ରହିଛି । ଭାରତର ଏଭଳି ତୁଳନାତ୍ମକ ପରିସଂଖ୍ୟାନ କରୋନା ସଂକ୍ରମିତଙ୍କୁ ଉଚିତ ସମୟରେ ଚିହ୍ନଟ କରିବା ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା କରାଯିବା ଯୋଗୁ ସମ୍ଭବପର ହୋଇପାରିଛି ବୋଲି କୁହାଯାଇପାରେ ।

କ୍ଲିନିକାଲ୍‌ ପରିଚାଳନା ତଥା ଆରୋଗ୍ୟ ଉପରେ ଗୁରୁତ୍ୱ ଆରୋପ ଦ୍ୱାରା ରୋଗୀଙ୍କ ଆରୋଗ୍ୟ ମାତ୍ରାରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି । ଦେଶରେ 39.6% ସୁନିଶ୍ଚିତ କରୋନା ରୋଗୀ ଚିକିତ୍ସା ପରେ ସଂପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ଆଜିସୁଦ୍ଧା ସେମାନଙ୍କ ମୋଟ ସଂଖ୍ୟା 42,298।  ଏହା ସୂଚୀତ କରେ ଯେ ଏହି ରୋଗ ଆରୋଗ୍ୟ ସାଧ୍ୟ  ଏବଂ ଭାରତ ଗ୍ରହଣ କରିଥିବା କ୍ଲିନିକାଲ୍‌ ପରିଚାଳନା ପ୍ରୋଟୋକଲ ସଫଳ ବୋଲି କୁହାଯାଇପାରେ । ଆରୋଗ୍ୟମାନଙ୍କ ପରିସଂଖ୍ୟାନରୁ ଜଣାପଡେ ଯେ ସମସ୍ତ ସକ୍ରିୟ କେଶ ପରିଚାଳନା ମଧ୍ୟରୁ 2.9%ଙ୍କ ପାଇଁ ଅକ୍ସିଜେନ୍‌ ସପୋର୍ଟର ଆବଶ୍ୟକତା ଥିଲା । ପ୍ରାୟ 3% ଆକ୍ଟିଭ୍‌ କେଶ୍‌ଙ୍କ ପରିଚାଳନା ପାଇଁ ଆଇସିୟୁ ସପୋର୍ଟ ଦରକାର ପଡ଼ିଥିଲା ଏବଂ 0.45% ଆକ୍ଟିଭ୍‌ କେଶ୍‌ ଭେଣ୍ଟିଲେଟର ସପୋର୍ଟ ଲୋଡ଼ିଥିଲେ । ଭାରତ ପୁନଃପୌନିକ ଭାବେ ସମର୍ପିତ କୋଭିଡ଼ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ଘଟାଇ ଚାଲିଛି ।

କୋଭିଡ଼-19 ସଂପର୍କୀତ ବୈଷୟିକ ପ୍ରସଙ୍ଗ, ଗାଇଡ଼ଲାଇନ ଓ ଉପଦେଶିକା ନିମନ୍ତେ ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ ଭିଜିଟ୍‌ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ଭିଜିଟ୍କରନ୍ତୁ

କୋଭିଡ଼-19 ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳିକୁ  technicalquery.covid19[at]gov[dot]in ଏବଂ ଅନ୍ୟ ଜିଜ୍ଞାସା ପାଇଁ ncov2019[at]gov[dot]in ଏବଂ @CovidIndiaSeva କୁ ମେଲ ପଠାନ୍ତୁ ।  

କୋଭିଡ଼-19 ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +91-11-23978046 କିମ୍ବା 1075 (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ଼-19 ସଂପର୍କୀତ ହେଲ୍ପଲାଇନ୍‌ ନିମ୍ନ ୱେବସାଇଟ୍‌ରେ ଉପଲବ୍ଧ:

https://www.mohfw.gov.in/pdf/coronvavirushelplinenumber.pdf

 

*****

 

 



(Release ID: 1625579) Visitor Counter : 220