ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ବିଶ୍ଵରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର 4.1 ପ୍ରତିଶତ ଥିବା ବେଳେ ଭାରତରେ ମାତ୍ର 0.2 ପ୍ରତିଶତ ରହିଛି
• ବର୍ତ୍ତମାନସୁଦ୍ଧା 24 ଲକ୍ଷ ନମୁନା ପରୀକ୍ଷା

ପୋଷ୍ଟ କରାଯିବା ଦିନାଙ୍କ: 19 MAY 2020 3:43PM by PIB Bhubaneshwar

ସଦ୍ୟତମ ସ୍ଥିତି

ବିଗତ 24 ଘଣ୍ଟା ମଧ୍ୟରେ ମୋଟ 2,350 ଜଣ କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା 39,174ରେ ପହଞ୍ଚିଛି। ଏହାର ଅର୍ଥ କୋଭିଡ-19 ରୋଗୀଙ୍କ ଆରୋଗ୍ୟ ହାର 38.73 ପ୍ରତିଶତ ରହିଛି। ଆରୋଗ୍ୟ ହାର ନିୟମିତ ଭାବେ ବୃଦ୍ଧି ପାଉଛି

ବର୍ତ୍ତମାନ ଦେଶରେ 58,802 ସକ୍ରିୟ ସଂକ୍ରମିତ ଅଛନ୍ତି। ଏମାନେ ସମସ୍ତେ ସକ୍ରିୟ ଡାକ୍ତରୀ ଚିକିତ୍ସାରେ ରହିଛନ୍ତି। ଏଥିମଧ୍ୟରୁ ମାତ୍ର ଆନୁମାନିକ 2.9% ରୋଗୀ ଆଇସିୟୁରେ ଅଛନ୍ତି।

ପ୍ରତି 1 ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର 0.2 ପ୍ରତିଶତ ମୃତ୍ୟୁହାର ରହିଛି। ଏହା ତୁଳନାରେ ସାରା ବିଶ୍ଵରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର 4.1 ପ୍ରତିଶତ ରହିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ସ୍ଥିତି ରିପୋର୍ଟ 119 ଅନୁଯାୟୀ, ଅଧିକ ମୃତ୍ୟୁହାର ଥିବା ଦେଶ ତାଲିକା ନିମ୍ନରେ ଦିଆଗଲା

ଦେଶ

ମୋଟ ମୃତ୍ୟୁ

ପ୍ରତି 1 ଲକ୍ଷ ଜନସଂଖ୍ୟାରେ ମୃତ୍ୟୁହାର

ବିଶ୍ଵ

3,11,847

4.1

ଯୁକ୍ତରାଷ୍ଟ୍ର ଆମେରିକାର

87180

26.6

ଇଂଲଣ୍ଡ

34636

52.1

ଇଟାଲୀ

31908

52.8

ଫ୍ରାନ୍ସ

28059

41.9

ସ୍ପେନ

27650

59.2

ବ୍ରାଜିଲ

15633

7.5

ବେଲଜିୟମ

9052

79.3

ଜର୍ମାନୀ

7935

9.6

ଇରାନ

6988

8.5

କାନାଡା

5702

15.4

ନେଦରଲ୍ୟାଣ୍ଡ୍ସ

5680

33.0

ମେକ୍ସିକୋ

5045

4.0

ଚୀନ

4645

0.3

ତୁର୍କୀ

4140

5.0

ସ୍ବିଡେନ

3679

36.1

ଭାରତ

3163*

0.2

  • 19 ମେ, 2020ରେ ଅପଡେଟ ହୋଇଥିବା ତଥ୍ୟ

ଠିକ ସମୟରେ ମାମଲା ଚିହ୍ନଟ ଏବଂ ଚିକିତ୍ସା ଦ୍ଵାରା ମୃତ୍ୟୁହାର ଖୁବ କମ ରହିଛି।

ଗତକାଲି ରେକର୍ଡ ସଂଖ୍ୟକ 1,08,233 ନମୁନା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନସୁଦ୍ଧା 24,25,742 ନମୁନା ପରୀକ୍ଷା କରାଯାଇଛି। ଜାନୁଆରୀରେ ମାତ୍ର ଗୋଟିଏ ପରୀକ୍ଷାଗାରରେ କୋଭିଡ-19 ପରୀକ୍ଷା ହେଉଥିଲା। ବର୍ତ୍ତମାନ 385ଟି ସରକାରୀ ଏବଂ 158ଟି ଘରୋଇ ପରୀକ୍ଷାଗାରରେ କୋଭିଡ-19 ପରୀକ୍ଷା ହେଉଛି। ସମସ୍ତ କେନ୍ଦ୍ରୀୟ ପରୀକ୍ଷାଗାର, ରାଜ୍ୟ ମେଡ଼ିକାଲ କଲେଜ, ଘରୋଇ ମେଡ଼ିକାଲ କଲେଜ ଏବଂ ଘରୋଇ କ୍ଷେତ୍ରର ମିଳିତ ପ୍ରୟାସରେ ପରୀକ୍ଷା କ୍ଷମତା ବୃଦ୍ଧି ପାଇଛି। ଟ୍ରୁ ନାଟ ଓ ସିବିନାଟ ଭଳି ଅନ୍ୟ ପରୀକ୍ଷା ମେସିନ ମଧ୍ୟ ପରୀକ୍ଷାରେ ନିୟୋଜିତ ହୋଇଛି।

ଯଥେଷ୍ଟ ବାୟୋସେଫ୍ଟି ମାନକ ସୁନିଶ୍ଚିତ କରିବା ଏବଂ ପରୀକ୍ଷାଗାରଗୁଡ଼ିକୁ ଅନୁମତି ଦେବା କ୍ଷେତ୍ରରେ ଦେଶର 14ଟି ଏମ୍ସ ଗୁଡ଼ିକ ଅବିରାମ ଗତିରେ କାର୍ଯ୍ୟ କରୁଛନ୍ତି। 15ଟି ଡିପୋରୁ ଇଣ୍ଡିଆ ପୋଷ୍ଟ ଏବଂ ଘରୋଇ ବିତରଣ ଏଜେନ୍ସି ଜରିଆରେ ଯଥେଷ୍ଟ ପରିମାଣର ପରୀକ୍ଷା କିଟ ଯୋଗାଇ ଦିଆଯାଉଛି। ପରୀକ୍ଷା ସାମଗ୍ରୀ ଉତ୍ପାଦନ ଲାଗି ବିଭିନ୍ନ ଭାରତୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ଏହା ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିଛି।

କୋଭିଡ-19 ପରୀକ୍ଷା ଲାଗି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି। ପୂର୍ବ ସର୍ତ୍ତ ସହିତ କୋଭିଡ-19 ଅବରୋଧ ଓ ମୁକାବିଲା କ୍ଷେତ୍ରରେ ନିୟୋଜିତ ଅଗ୍ରଣୀ କର୍ମୀ, ଥଣ୍ଡାସର୍ଦ୍ଦି ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ, ଲକ୍ଷଣ ଥିବା ପ୍ରବାସୀ ଶ୍ରମିକ ଓ ବିଦେଶ ଫେରନ୍ତାଙ୍କୁ 7 ଦିନ ମଧ୍ୟରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ବିବରଣୀ ପାଇଁ

https://www.mohfw.gov.in/pdf/Revisedtestingguidelines.pdf

ସେହିପରି କାର୍ଯ୍ୟକ୍ଷେତ୍ରରେ କୋଭିଡ-19 ମୁକାବିଲା ଏବଂ ଅବରୋଧ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଏଠାରେ ଥିବା ସନ୍ଦିଗ୍ଧ ଓ ସୁନିଶ୍ଚିତ ମାମଲାର ମୁକାବିଲା ନିମନ୍ତେ ଗାଇଡଲାଇନରେ ବ୍ୟବସ୍ଥା ରହିଛି। ଯାହାକି

https://www.mohfw.gov.in/pdf/GuidelinesonpreventivemeasurestocontainspreadofCOVID19inworkplacesettings.pdf ରେ ଉପଲବ୍ଧ

କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦାନ୍ତ ଡାକ୍ତର ଏବଂ ସେମାନଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି, କାରଣ ସେମାନଙ୍କ ପ୍ରତି ସଂକ୍ରମଣ ଆଶଙ୍କା ଅଧିକ ରହିଛି। ବିସ୍ତୃତ ଗାଇଡଲାଇନ

https://www.mohfw.gov.in/pdf/DentalAdvisoryF.pdf ରେ ଉପଲବ୍ଧ

ଏସବୁ ଗାଇଡଲାଇନରେ ଥିବା ମୌଳିକ ସତର୍କତାମୂଳକ ପଦକ୍ଷେପ ସବୁ ସମୟରେ (କର୍ମଚାରୀ ଓ ଆଗନ୍ତୁକ) ପାଳନ କରିବେ। ଯଦି କେହି ସଂକ୍ରମିତ ଚିହ୍ନଟ ହୁଅନ୍ତି ତା’ହେଲେ କଣ୍ଟାକ୍ଟମାନଙ୍କୁ ଚିହ୍ନଟ କରିବା ଏବଂ ବିଶୋଧନ ପ୍ରକ୍ରିୟା ପାଇଁ ସେମାନଙ୍କୁ ବିସ୍ତୃତ ପ୍ରକ୍ରିୟା ଅବଲମ୍ବନ କରିବାକୁ ପଡ଼ିବ।

ବ୍ୟକ୍ତିଗତ ସ୍ଵଚ୍ଛତା, ହାତ ସଫା, ଶ୍ଵାସନଳୀକୁ ସୁସ୍ଥ ରଖିବା ପଦକ୍ଷେପ, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା ଆଦି ସମ୍ପର୍କରେ ସାମୁଦାୟିକ ସଚେତନତା ସୃଷ୍ଟି କରାଯିବା ଗୁରୁତ୍ବପୂର୍ଣ୍ଣ।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]inରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟୁଇଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି

 

*********


(ରିଲିଜ ଆଡି: 1625216) ପରିଦର୍ଶକ କାଉଣ୍ଟର : 314