ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଦଶମ ଓ ଦ୍ଵାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

Posted On: 18 MAY 2020 5:04PM by PIB Bhubaneshwar

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ବାକି ରହିଥିବା ପରୀକ୍ଷାଗୁଡିକର ତାରିଖ ଘୋଷଣା କରାଯାଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ନୂଆଦିଲ୍ଲୀଠାରେ ଏହା ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଦଶମ ଶ୍ରେଣୀ ପରୀକ୍ଷା କେବଳ ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହେବ ମାତ୍ର ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଉତ୍ତର-ପୂର୍ବ ଦିଲ୍ଲୀ ସମେତ ସମଗ୍ର ଦେଶରେ ଅନୁଷ୍ଠିତ ହେବ । ସକାଳ 10.30 ମିନିଟରୁ ଦିନ 01.30 ମିନିଟ ମଧ୍ୟରେ ଅନୁଷ୍ଠିତ ହେବ ।

ଗତ 5 ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କ ସହିତ ଏକ ୱେବଲାଇନ ମତ ବିନିମୟ ଜରିଆରେ ଶ୍ରୀ ପୋଖରିଆଲ କହିଥିଲେ ଯେ, ଦଶମ ଓ ଏକାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାଗୁଡ଼ିକ ଜୁଲାଇ ପହିଲାରୁ 15 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀ ପୋଖରିଆଲ କହିଛନ୍ତି ଯେ, ପରୀକ୍ଷାର ଦିନ ଧାର୍ଯ୍ୟ ପୂର୍ବରୁ ଛାତ୍ରଛାତ୍ରୀମାନେ ଯେପରି ପର୍ଯ୍ୟାପ୍ତ ସମୟ ପରୀକ୍ଷା ପ୍ରସ୍ତୁତି ପାଇଁ ପାଇବେ ତା’ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଏହା ବ୍ୟତୀତ ପରୀକ୍ଷା ସମୟରେ ଯେପରି ସାମାଜିକ ଦୁରତ୍ଵ ପାଳନ କରାଯାଏ, ସେ ନେଇ ତୀକ୍ଷଣ ଦୃଷ୍ଟି ଦେବାକୁ ସିବିଏସଇକୁ ପରାମର୍ଶ ଦିଆଯାଇଛି । ଶ୍ରୀ ପୋଖରିଆଲ ସମସ୍ତ ପରୀକ୍ଷାର୍ଥୀମାନଙ୍କ ସଫଳତା କାମନା କରିଛନ୍ତି ।   

Click here for class X exam date sheet

Click here for class XII exam date sheet

**********



(Release ID: 1624910) Visitor Counter : 150