ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲକଡାଉନ ଅବଧି ମେ’ 31, 2020 ପର୍ଯ୍ୟନ୍ତ ବୃଦ୍ଧି

• ରାଜ୍ୟମାନେ ସେମାନଙ୍କର ବିଭିନ୍ନ ଜୋନ୍‌ ଏବଂ ଜୋନ୍‌ଗୁଡ଼ିକରେ ବିଭିନ୍ନ କାର୍ଯ୍ୟକଳାପ ସଂପର୍କରେ ନେବେ ନିଷ୍ପତ୍ତି
• ଦେଶବ୍ୟାପୀ କେତେକ କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଜାରି ରହିବ
• କୋଭିଡ-19 ପରିଚାଳନା ସକାଶେ ଜାତୀୟ ନିର୍ଦ୍ଦେଶନାମା ସାରା ଦେଶରେ ଜାରି ରହିବ
• ରାତି କର୍ଫ୍ୟ ପୂର୍ବବତ୍‌ ବଳବତ୍ତର ରହିବ

Posted On: 17 MAY 2020 8:13PM by PIB Bhubaneshwar

ସାରା ଦେଶରେ ମାର୍ଚ୍ଚ 24, 2020 ଠାରୁ ଲକଡାଉନ ଜାରି ରହିଛି ଏବଂ ତାହା କୋଭିଡ-19 ବୈଶ୍ୱିକ ମହାମାରୀ ସଂକ୍ରମଣକୁ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣାଧୀନ ରଖିବାରେ ସହାୟକ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଲକଡାଉନର ଅବଧିକୁ ମେ 31, 2020 ପର୍ଯ୍ୟନ୍ତ ବଢ଼ାଇବା ଲାଗି କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ଆଦେଶନାମା ଆଜି ଜାରି କରାଯାଇଛି । ବିପର୍ଯ୍ୟୟ ପରିଚାଳନା (ଡ଼ିଏମ) ଆଇନ, 2005 ବଳରେ ଏହି ପରିପ୍ରେକ୍ଷୀରେ ସରକାରୀ ଆଦେଶନାମା ଜାରି ହୋଇଛି । ଏଥି ନିମନ୍ତେ ଯେଉଁ ନୂତନ ଗାଇଡ଼ ଲାଇନ୍‌ ଘୋଷଣା କରାଯାଇଛି ତାହାର ମୌଳିକ ବୈଶିଷ୍ଟ୍ୟ ନିମ୍ନରେ ପ୍ରଦାନ କରାଗଲା:

ରାଜ୍ୟମାନେ ବିଭିନ୍ନ ଜୋନ ନିର୍ଦ୍ଧାରଣ କରିବେ:

ନୂତନ ଗାଇଡ଼ ଲାଇନ୍‌ ଅନୁସାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନେ ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ମାନଦଣ୍ଡ ଆଧାରରେ ନିଜ ନିଜ ରାଜ୍ୟରେ ରେଡ଼୍‌, ଗ୍ରୀନ୍‌ ଏବଂ ଅରେଞ୍ଜ୍‌ ଜୋନ ନିର୍ଦ୍ଧାରଣ କରିବେ । ଏହି ଜୋନ୍‌ ଗୋଟିଏ ଜିଲ୍ଲା ହୋଇପାରେ କିମ୍ବା ମ୍ୟୁନିସିପାଲ କର୍ପୋରେସନ୍‌/ ମ୍ୟୁନିସିପାଲିଟି କିମ୍ବା ଏପରିକି କ୍ଷୁଦ୍ର ପ୍ରଶାସନି ୟୁନିଟ୍‌ ଯଥା ସବ୍‌ ଡିଭିଜନ୍‌ ଇତ୍ୟାଦି ହୋଇପାରେ । ସେ ସଂପର୍କରେ ରାଜ୍ୟମାନେ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

କୌଣସି କ୍ଷେତ୍ରକୁ ରେଡ଼ ଓ ଅରେଞ୍ଜ୍‌ ଜୋନ୍‌ ଭିତରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କଣ୍ଟେନମେଣ୍ଟ ଏବଂ ବଫର୍‌ ଜୋନ୍‌ ନିର୍ଦ୍ଧାରଣ କରାଯିବ, ତାହା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ଼ ଲାଇନ ଆଧାରରେ ହିଁ  ନିର୍ଦ୍ଧାରଣ କରାଯିବ ।

କଣ୍ଟେନମେଣ୍ଟ ଜୋନ୍‌ ଭିତରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟାବଳୀ ପାଇଁ ଅନୁମତି ପ୍ରଦାନ କରାଯିବ । ଏ ଦିଗରେ କଡ଼ାକଡ଼ି ଭାବେ ସୀମା ନିୟନ୍ତ୍ରଣ କରାଯିବ ଏବଂ କୌଣସି ବ୍ୟକ୍ତିଙ୍କ ବାହାରକୁ ଆସିବା କିମ୍ବା ସେହି କ୍ଷେତ୍ର ଭିତରକୁ ଯିବାକୁ ଦିଆଯିବନାହିଁ । କେବଳ ମେଡ଼ିକାଲ ଏମର୍ଜେନ୍ସି ଓ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ନିମନ୍ତେ ପ୍ରବେଶ ପ୍ରସ୍ଥାନ ପାଇଁ ଅନୁମତି ପ୍ରଦାନ କରାଯିବ । ବଫର ଜୋନ ହେଲା ସେଭଳି କ୍ଷେତ୍ର ଯାହା କଣ୍ଟେନମେଣ୍ଟ ଜୋନର ପାଶ୍ୱର୍ବର୍ତ୍ତୀ କ୍ଷେତ୍ର ହୋଇଥିବ ଏବଂ ସେଠାରେ ନୂତନ ସଂକ୍ରମଣର କେଶ୍‌ ଚିହ୍ନଟର ସମ୍ଭାବନା ଥିବ । ଏହି ବଫର ଜୋନରେ ଅଧିକ ସତର୍କତା ଅବଲମ୍ବନ କରାଯିବ ।

ଦେଶବ୍ୟାପୀ ନିଷିଦ୍ଧ କାର୍ଯ୍ୟାବଳୀ

ସାରା ଦେଶରେ ସୀମିତ ସଂଖ୍ୟକ କାର୍ଯ୍ୟବଳୀ ଉପରେ ନିଷେଧାଦେଶ ଜାରି କରାଯାଇଛି । ସେଗୁଡ଼ିକ ଭିତରେ ରହିଛି:

•        ଯାତ୍ରୀମାନଙ୍କ ସମସ୍ତ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା, କେବଳ ଘରୋଇ ମେଡ଼ିକାଲ ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଓ ନିରାପତ୍ତା ଉଦ୍ଦେଶ୍ୟରେ ଅଥବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଅନୁମତିପ୍ରାପ୍ତ ଯାତ୍ରାକୁ ଛାଡ଼ି;

•        ମେଟ୍ରୋ ରେଳ ସେବା;

•        ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ ଏବଂ ତାଲିମ/ କୋଚିଂ ଅନୁଷ୍ଠାନ ପରିଚାଳନା;

•        ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଆତିଥ୍ୟ ସେବା, କେବଳ ବସ୍‌ ଡ଼ିପୋ, ରେଳ ଷ୍ଟେସନ ଓ ବିମାନ ବନ୍ଦରରେ କ୍ୟାଣ୍ଟିନ୍‌ ଚାଳନାକୁ ବାଦ୍‌ ଦେଇ;

•        ଯେଉଁସବୁ ସର୍ବସାଧାରଣ ସ୍ଥାନରେ ଅଧିକ ଲୋକ ରୁଣ୍ଡ ହେବାର ସମ୍ଭାବନା ରହିଛି, ଯଥା, ସିନେମା, ସପିଂ ମଲ୍‌, ଜିମନାସିୟମ୍‌, ଚିତ୍ତ ବିନୋଦନ ପାର୍କ ଇତ୍ୟାଦି;

•        ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ସେହିଭଳି ଅନ୍ୟାନ୍ୟ ସମାଗମ ଏବଂ ଅନ୍ୟାନ୍ୟ ଜନସମାଗମ ସ୍ଥଳୀ; ଏବଂ ଧର୍ମ ପୀଠ/ ଜନସାଧାରଣ ଉପାସନା ସ୍ଥଳୀ ଇତ୍ୟାଦି ।

ତେବେ ଅନଲାଇନ୍‌/ଦୂର ଶିକ୍ଷାକୁ ଅନୁମତି ଓ ପ୍ରୋତ୍ସାହନ ପ୍ରଦାନ କରାଯିବ ଏବଂ. ହୋମ୍‌ ଡେଲିଭରି ସକାଶେ ରୋଷଶାଳା ଚଳାଇବା ଲାଗି ରେସ୍ତୋରାଁମାନଙ୍କୁ ଅନୁମତି ପ୍ରଦାନ କରାଯିବ ।

କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ

କେବଳ କ୍ରୀଡ଼ା କାର୍ଯ୍ୟକ୍ରମ ସକାଶେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ଷ୍ଟାଡ଼ିୟମମାନଙ୍କୁ ଅନୁମତି ପ୍ରଦାନ କରାଯିବ, କିନ୍ତୁ ସେହିସବୁ ପରିସରକୁ ଦର୍ଶକମାନଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବନାହିଁ ।

ନିୟନ୍ତ୍ରଣ ସହ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ

ଲୋକମାନଙ୍କ ଗମନାଗମନ ସକାଶେ ସୁବିଧାସୁଯୋଗ ଯୋଗାଇ ଦେବା ନିମନ୍ତେ, ବିଭିନ୍ନ ପରିବହନ ବ୍ୟବସ୍ଥା ଇତି ମଧ୍ୟରେ ଆରମ୍ଭ କରାଯାଇଛି । ଟ୍ରେନ୍‌ଗୁଡ଼ିକରେ ଲୋକମାନେ ଯାତାୟାତ କରିବା ସକାଶେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 11.05.2020 ତାରିଖ ଦିନ ଜାରି ଆଦେଶନାମାରେ ଅନୁମତି ପ୍ରଦାନ କରାଯାଇଛି । ଅଧିକନ୍ତୁଭାରତରୁ ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପ୍ରେରଣ, ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯିବାଭାରତୀୟ ଜାହାଜମାନଙ୍କରେ ଯାତ୍ରୀମାନଙ୍କୁ ଫେରାଇ ଆଣିବା ଏବଂ ବିଦେଶକୁ ଲେଉଟାଇ ଦିଆଯିବା, ଆନ୍ତଃ ରାଜ୍ୟ ଓ ରାଜ୍ୟ ଭିତରେ ଅଟକି ରହିଥିବା ଲୋକମାନଙ୍କ ଯାତାୟାତ ନିମନ୍ତେ ବସ୍‌ ଓ ଟ୍ରେନ୍‌ ସେବାକୁ ଅନୁମତି ପ୍ରଦାନ କରାଯିବ ।

ରାଜ୍ୟ-ରାଜ୍ୟ ଭିତରେ ଯାନବାହନ ଓ ବସ୍‌ ଚଳାଚଳକୁ ସଂପୃକ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସ୍ୱୀକୃତି ସହ ଅନୁମତି ପ୍ରଦାନ କରାଯାଇଛି । ଏ ଦିଗରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ସେମାନଙ୍କ ମଧ୍ୟରେ ଆନ୍ତଃ ରାଜ୍ୟ ଯାନବାହନ ଓ ବସ୍‌ ଚଳାଚଳ ନେଇ ଚୂଡ଼ାନ୍ତ ସିଦ୍ଧାନ୍ତ ଗ୍ରହଣ କରିବେ ।

କୋଭିଡ-19 ପରିଚାଳନା ସକାଶେ ଜାତୀୟ ନିର୍ଦ୍ଦେଶାବଳୀ

କୋଭିଡ-19 ପରିଚାଳନା ସକାଶେ ଜାତୀୟ ନିର୍ଦ୍ଦେଶାବଳୀ ଗାଇଡ଼ଲାଇନ୍‌ ବିନିର୍ଦ୍ଦିଷ୍ଟ ହୋଇଛି ଯାହାକି ଜନସାଧାରଣ ସ୍ଥାନ ଏବଂ କାର୍ଯ୍ୟସ୍ଥଳୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ।

ଏହି ଗାଇଡ଼ ଲାଇନ୍‌ ଅନୁସାରେ ମୁହଁକୁ ଘୋଡ଼ାଇବା ବାଧ୍ୟତାମୂଳକ କରାଯାଇଛି; ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ଏବଂ ଏଥିପାଇଁ ଜୋରିମାନା ଯାହାକି ଆଇନ, ନିୟମ କିମ୍ବା ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କର ସ୍ଥାନୀୟ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଥିବେ ତାହା ପ୍ରଯୁଜ୍ୟ ହେବ ଏବଂ ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରିବା ବାଂଛନୀୟ ଯାହାକି ସମସ୍ତେ ଜନସାଧାରଣ ଏବଂ ପରିବହନ କ୍ଷେତ୍ରରେ ମାନିବାକୁ ବାଧ୍ୟ । ବିବାହାଦି ଉତ୍ସବରେ କୌଣସି ସ୍ଥଳେ 50ଜଣରୁ ଅଧିକ ଅତିଥିଙ୍କ ରୁଣ୍ଡ ହେବନାହିଁ । ଶବଦାହ / ଶେଷକୃତ୍ୟ କର୍ମ ପାଇଁ ସର୍ବାଧିକ 20 ଜଣଙ୍କ ଏକତ୍ର ହେବାକୁ ଅନୁମତି ପ୍ରଦାନ କରାଯାଇଛି । ମଦ୍ୟ ସେବନ, ପାନ, ଗୁଟଖା ଓ ଜର୍ଦ୍ଦା ଇତ୍ୟାଦି ସେବନକୁ ଜନସାଧାରଣ ସ୍ଥାନରେ ବର୍ଜନ କରାଯାଇଛି ।

ସେହିଭଳି କାର୍ଯ୍ୟସ୍ଥଳୀରେ ଅତିରିକ୍ତ ସତର୍କତା ଅବଲମ୍ବନ ପାଇଁ ଜାତୀୟ ନିର୍ଦ୍ଦେଶିକା ଜାରି କରାଯାଇଛି । ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥାକୁ ଯଥା ସମ୍ଭବ ପାଳନ କରାଯିବ; ଏବଂ ସମସ୍ତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥା ନିମନ୍ତେ ବିଭିନ୍ନ କାର୍ଯ୍ୟ ସମୟ ନିର୍ଘଣ୍ଟ କରାଯିବ । କାର୍ଯ୍ୟସ୍ଥଳୀର ପ୍ରବେଶ ଓ ପ୍ରସ୍ଥାନ ପଥରେ ସର୍ବତ୍ର ଥର୍ମାଲ ସ୍କାନିଂ, ହାତ ସଫେଇ ଏବଂ ସାନିଟାଇଜରର ବ୍ୟବସ୍ଥା କରାଯିବ; ଏବଂ ସମସ୍ତ କାର୍ଯ୍ୟସ୍ଥଳୀ ଏବଂ ଅନ୍ୟାନ୍ୟ ସଂବେଦନୀ ସ୍ଥାନକୁ ନିୟମିତ ଭାବେ ସାନିଟାଇଜ୍‌ କରାଯିବ । କାର୍ଯ୍ୟ ସ୍ଥଳୀରେ, ସାମାଜିକ ଦୂରତା ରକ୍ଷାକୁ ସୁନିଶ୍ଚିତ କରାଯିବ ଓ ପ୍ରତ୍ୟେକ ଶ୍ରମିକଙ୍କ ମଧ୍ୟରେ ଉପଯୁକ୍ତ ଦୂରତା ରକ୍ଷା, ସିଫ୍ଟ, ଓ ଲଞ୍ଚ୍‌ ବ୍ରେକକୁ ବିଭାଜିତ ସମୟରେ କରାଯିବ ।

ବିପଣନ କେନ୍ଦ୍ର ଓ ମାର୍କେଟ ସଂପର୍କରେ ନିର୍ଦ୍ଦେଶାବଳୀ

ସ୍ଥାନୀୟ କର୍ତ୍ତୃପକ୍ଷ ଏକଥା ସୁନିଶ୍ଚିତ କରିବେ ଯେ ଦୋକାନ ଓ ବଜାରକୁ ଯେଭଳି ବିଭିନ୍ନ ସମୟରେ ଖୋଲାଯିବ ଯଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ । ସମସ୍ତ ଦୋକାନରେ ପ୍ରତି ଗ୍ରାହକଙ୍କ ମଧ୍ୟରେ ଛଅ ଫୁଟର (ଦୁଇ ଗଜ ଦୂରତା ରକ୍ଷା) ଦୂରତା ରକ୍ଷା କରାଯିବା ବାଂଛନୀୟ । କୌଣସି ଗୋଟିଏ ସମୟରେ ଦୋକାନ ସମ୍ମୁଖରେ 5 ଜଣରୁ ଅଧିକ ଲୋକ ରୁଣ୍ଡ ନହେବା ଉଚିତ ।

ରାତି କର୍ଫ୍ୟୁ

ଲୋକମାନଙ୍କ ଆତଯାତ ଉପରେ ବଳବତ୍ତର ଥିବା ରାତ୍ରିକାଳୀନ କର୍ଫ୍ୟୁ ଯଥାରୀତି ଜାରି ରହିବ  । ଏହା ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ସନ୍ଧ୍ୟା 7ଟା ଠାରୁ ସକାଳ 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆପଦାଗ୍ରସ୍ତ ଲୋକଙ୍କ ପାଇଁ ସୁରକ୍ଷା

ଆପଦାଗ୍ରସ୍ତ ଲୋକ ଯଥା, 65 ବର୍ଷରୁ ଊର୍ଦ୍ଧ୍ଵ କୌଣସି ବ୍ୟକ୍ତି, କୋମର୍ବିଡ଼ିଟି ଲକ୍ଷଣ ଥିବା କୌଣସି ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍‌ ଆୟୁର ଶିଶୁମାନଙ୍କୁ ଘରେ ରହିବାକୁ ପଡ଼ିବ । କେବଳ ସ୍ୱାସ୍ଥ୍ୟ ସଂପର୍କୀତ ଅତ୍ୟାବ୍ୟକ ଭାବେ ଦରକାର ଥିଲେ ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ ।

ଯେଉଁସବୁ କାର୍ଯ୍ୟବଳୀକୁ ନିଷିଦ୍ଧ ଅଥବା ନିୟନ୍ତ୍ରିତ କରାଯାଇଛି ସେସବୁ ସମସ୍ତ କାର୍ଯ୍ୟକୁ ଆବଶ୍ୟକ ସ୍ଥଳେ ସୀମିତ ମାତ୍ରାରେ ଅନୁମତି ଦିଆଯାଇପାରେ ।

ଅନ୍ୟ ସମସ୍ତ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯିବ କେବଳ ସେମାନଙ୍କୁ ଛାଡ଼ି ଯାହାଙ୍କୁ ଗାଇଡ଼ ଲାଇନ ଅନୁସାରେ ନିର୍ଦ୍ଦିଷ୍ଟ ଭାବେ ନିଷିଦ୍ଧ କରାଯାଇଛି । ତେବେ, କଣ୍ଟେନମେଣ୍ଟ ଜୋନରେ, କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିପାରିବ ଯାହାକି ପୂର୍ବରୁ ସୂଚୀତ କରାଯାଇଛି ।

ବିଭିନ୍ନ ଜୋନ ମଧ୍ୟରେ କାର୍ଯ୍ୟକଳାପ ପାଇଁ ରାଜ୍ୟମାନେ ନିୟମ ସ୍ଥିର କରିବେ

ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ସେମାନଙ୍କର ପରିସ୍ଥିତିକୁ ଆକଳନ କରି ବିଭିନ୍ନ ଜୋନମାନଙ୍କ ଭିତରେ କିଛି କାର୍ଯ୍ୟକଳାପ ପାଇଁ ଅନୁମତି ପ୍ରଦାନ କରିପାରନ୍ତି କିମ୍ବା ଆବଶ୍ୟକ ସ୍ଥଳେ ଉପଯୁକ୍ତ ନିଷେଧାଦେଶ ଜାରି କରିପାରନ୍ତି ।

ଆରୋଗ୍ୟ ସେତୁର ବ୍ୟବହାର

ଭାରତ ସରକାରଙ୍କ ଦ୍ୱାରା ବିକଶିତ ଆରୋଗ୍ୟ ସେତୁଏକ ଶକ୍ତିଶାଳୀ ଅସ୍ତ୍ର ଯାହା କୋଭିଡ-19ରେ ଜଣେ ବ୍ୟକ୍ତି ଆକ୍ରାନ୍ତ କି ନୁହେଁ ତାହା ସହଜରେ ଓ ଶୀଘ୍ର ଚିହ୍ନଟ କରାଯାଇପାରିବ । କିମ୍ବା ଯେଉଁ ବ୍ୟକ୍ତି ସଂକ୍ରମିତ ହେବାର ରିସ୍କ ଅଛି ତାହା ଜଣାପଡ଼ିବ । ତେଣୁ ତାହା ବ୍ୟକ୍ତି ବିଶେଷ ଏବଂ ଗୋଷ୍ଠୀ ପାଇଁ ଏକ ଢ଼ାଲ ଭଳି କାର୍ଯ୍ୟକରୁଛି । କାର୍ଯ୍ୟାଳୟ କିମ୍ବା କର୍ମ ସ୍ଥଳୀରେ କର୍ମଚାରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, କର୍ମନିଯୋକ୍ତାଙ୍କୁ ସେମାନଙ୍କର ଶ୍ରେଷ୍ଠ କାର୍ଯ୍ୟ ଆଧାରରେ କାର୍ଯ୍ୟ ପରିଚାଳନାକୁ ସୁନିଶ୍ଚିତ କରିବା ବିଧେୟ । ତେଣୁ ସେମାନେ ଏଭଳି ଆପ୍ଲିକେଶନ ସ୍ଥାପନ କରିବା ସହ ସବୁ କର୍ମଚାରୀମାନଙ୍କ ପାଖରେ କମ୍ପାଟିବଲ୍‌ ମୋବାଇଲ ଫୋନ ରହିଛି କି ନାହିଁ ତାହା ସୁନିଶ୍ଚିତ କରିବେ ।

ଜିଲ୍ଲା କର୍ତ୍ତୃପକ୍ଷମାନଙ୍କୁ ଲୋକମାନଙ୍କୁ ଉପଦେଶ ଜାରି କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ତଦ୍ୱାରା ସେମାନେ ମଧ୍ୟ ଆରୋଗ୍ୟ ସେତୁ ଆପ୍ଲିକେଶନ୍‌ ସେମାନଙ୍କର କମ୍ପାଟିବଲ ମୋବାଇଲ୍‌ ଫୋନରେ ଇନଷ୍ଟାଲ୍‌ କରିବେ ଏବଂ ନିୟମିତ ଭାବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଏହି ଆପରେ ଅପ୍‌ଲୋଡ଼ କରିବେ । ଏହା ସେହି ଲୋକମାନଙ୍କୁ ସମୟୋଚିତ ମେଡ଼ିକାଲ ସୁବିଧା ଯୋଗାଣରେ ସହାୟକ ହେବ ଯେଉଁମାନେ ଏବେ ରିସ୍କରେ ରହିଛନ୍ତି । ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରର ସରକାର ମାନେ ଲକଡାଉନ  ଗାଇଡ଼ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବେ ଏବଂ ସେମାନେ କୌଣସି ପରିସ୍ଥିତିରେ ଏହି ଗାଇଡ଼ ଲାଇନରେ କୌଣସି ବ୍ୟତିକ୍ରମ କରିବେନାହିଁ ଯାହାକି ବିପର୍ଯ୍ୟୟ ପରିଚାଳନା ଆଇନ 2005 ଅନୁସାରେ ଜାରି କରାଯାଇଛି ।

Click here to see Lockdown Extension Order and Revised National Guidelines

 

**********

 



(Release ID: 1624810) Visitor Counter : 334