ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଦ୍ଵାରା ଆଜି ଘୋଷିତ ଆର୍ଥିକ ପ୍ୟାକେଜ ଗ୍ରାମ୍ୟ ଅର୍ଥନୀତି ଓ ଭିତ୍ତିଭୂମିକୁ ସୁଦୃଢ କରିବା ସହ କୋଟି କୋଟି ଗରିବ ଜନସାଧାରଣ ଓ ଦାଦନ ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇବ : ସ୍ଵରାଷ୍ଟ୍ର ମନ୍ତ୍ରୀ

• ସ୍ୱାସ୍ଥ୍ୟ ଶିକ୍ଷା ଓ ବ୍ୟାବସାୟିକ କ୍ଷେତ୍ରରେ ଏହି ଆର୍ଥିକ ପ୍ୟାକେଜ ଆଣିବ ବିରାଟ ପରିବର୍ତ୍ତନ
• କୋଭିଡ-19 ମୁକାବିଲାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଅନେକ ଉନ୍ନତ ରାଷ୍ଟ୍ରଙ୍କ ଆଖି ଖୋଲିଦେଇଛି

Posted On: 17 MAY 2020 4:20PM by PIB Bhubaneshwar

ଆଜିର ଆର୍ଥିକ ପ୍ୟାକେଜ ଘୋଷଣା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ସରକାରଙ୍କ ଆଜିର ଘୋଷଣା ଆତ୍ମନିର୍ଭର ଭାରତ ଭଳି ଲକ୍ଷ୍ୟକୁ ଅନେକ ମାତ୍ରାରେ ସାକାର କରିବ ବୋଲି ସେ କହିଛନ୍ତି । ଏଭଳି ପଦକ୍ଷେପ ସ୍ୱାସ୍ଥ୍ୟ, ଶିକ୍ଷା ଓ ବ୍ୟାବସାୟିକ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବା ସହ କୋଟି କୋଟି ଗରିବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ସହାୟକ ହେବ

ଗ୍ରାମୀଣ ଭାରତ ପାଇଁ ହୋଇଥିବା ବ୍ୟୟବରାଦ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ଶାହ କହିଛନ୍ତି ଯେ, ମୋଦୀ ସରକାରଙ୍କ ମନରେଗା ଅଧୀନରେ 40,000 କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କୋଟି କୋଟି ଗରିବ ଓ ଦାଦନ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ସେମାନଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବ । ଏହା ବହୁଳ ଭାବେ ଗ୍ରାମ୍ୟ ଅର୍ଥନୀତି ଓ ଭିତ୍ତିଭୂମି କ୍ଷେତ୍ରକୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

କୋଭିଡ-19 ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଅନେକ ବିକଶିତ ରାଷ୍ଟ୍ରକୁ ମଧ୍ୟ ଟପି ଯାଇଛି ବୋଲି ମତବ୍ୟକ୍ତ କରି ଶ୍ରୀ ଶାହ ଏହାର ପ୍ରଶଂସା କରିଛନ୍ତି । ଦେଶର ସ୍ଵାସ୍ଥ୍ୟ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣି ଭବିଷ୍ୟତରେ ଯେପରି ଏପ୍ରକାର ବୈଶ୍ଵିକ ମହାମାରୀକୁ ଦେଶ ମୁକାବିଲା କରିପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଦୃଢ ପଦକ୍ଷେପ ନେଇଛନ୍ତି । ଦେଶର ପ୍ରତି ଜିଲ୍ଲାରେ ସଂକ୍ରାମକ ରୋଗ ପାଇଁ ସ୍ଵତନ୍ତ୍ର ହସ୍ପିଟାଲ ବ୍ଲକ ତିଆରି ଲାଗି ମୋଦୀ ସରକାର ସ୍ୱାସ୍ଥ୍ୟ ବାବଦ ବ୍ୟୟବରାଦ ବୃଦ୍ଧି କରିଛନ୍ତି ।  କେବଳ ସେତିକି ନୁହେଁ, ପରୀକ୍ଷାଗାର ଓ ପର୍ଯ୍ୟବେକ୍ଷଣ ପରିସର ବୃଦ୍ଧି ସହ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରାଯାଇଛି । ଏଭଳି ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ଆଗକୁ ନେଇଯିବ ବୋଲି ସେ କହିଛନ୍ତି

ସରକାରୀ ଉଦ୍ୟୋଗ, ଶିଳ୍ପ ନୀତି ଉପରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଶାହ କହିଛନ୍ତି ଯେ, କମ୍ପାନୀ ଆଇନରେ ଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇ ତଥା ଏହାର ବିଭିନ୍ନ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବିଷ୍ୟତ ଆତ୍ମନିର୍ଭରଶୀଳ ଭାରତ ସ୍ଵପ୍ନ ସାକାର ହୋଇପାରିବ ।

ମୋଦୀ ସରକାର ରାଜ୍ୟଗୁଡ଼ିକର ଋଣ ସୀମା ବୃଦ୍ଧି କରିଥିବା ନିଷ୍ପତ୍ତି ଯୋଗୁଁ ଏହା ସେମାନଙ୍କୁ 4.28 ଲକ୍ଷ କୋଟି ଅତିରିକ୍ତ ସମ୍ବଳ ପ୍ରଦାନ କରିବ ବୋଲି ଶ୍ରୀ ଶାହ କହିଛନ୍ତି । ରାଜ୍ୟକୁ ଦିଆଯାଇ ସାରିଥିବା ଅନ୍ୟାନ୍ୟ ପାଣ୍ଠି ସମ୍ପର୍କରେ ଶ୍ରୀ ଶାହ କହିଛନ୍ତି ଯେ, ଗତ ଏପ୍ରିଲ ମାସରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକସ ଅବମୂଲ୍ୟାୟନ ବାବଦରେ 46,038 କୋଟି, ରାଜସ୍ୱ ନିଅଣ୍ଟ ମଞ୍ଜୁରି ବାବଦକୁ 12,390 କୋଟି ଟଙ୍କା ଓ ଏସଡିଆରଏଫ ପାଣ୍ଠି ବାବଦକୁ 11 ହଜାର କୋଟି ଟଙ୍କା ଦେଇସାରିଛନ୍ତି

 

**********

 

 

 

 


(Release ID: 1624711)