ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭିଡିଓ କନଫରେନ୍ସ ମାଧ୍ୟମରେ 32ତମ ରାଜ୍ୟଗୋଷ୍ଠୀ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହେଲେ ଡକ୍ଟର ହର୍ଷବର୍ଦ୍ଧନ

• କୋଭିଡ଼-19 ପରିଚାଳନା ପାଇଁ ଭାରତ ଦ୍ୱାରା ସମୟବଦ୍ଧ ପଦ୍ଧତିରେ, ବର୍ଗୀକୃତ ଭାବେ ଏବଂ ସକ୍ରିୟତାର ସହ ଗ୍ରହଣ କରାଯାଇଥିବା ଉପାୟ ସଂପର୍କରେ କଲେ ଆଲୋକପାତ

Posted On: 14 MAY 2020 6:36PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟଗୋଷ୍ଠୀ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କର 32 ତମ ବୈଠକରେ ଭଗ ନେଲେ । ବୈଠକର ବିଷୟ ଥିଲା-ରାଜ୍ୟଗୋଷ୍ଠୀ ଦ୍ୱାରା ସମନ୍ୱିତ ଭାବେ କୋଭିଡ଼-19 ପାଇଁ ନିଜର ପ୍ରତିକ୍ରିୟା ରଖିବା ।

ଏହି ବିଶ୍ୱ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ ହେଉଛି ଏହି ଭଳି

ପ୍ରାରମ୍ଭରେ, କୋବିଡ଼-19 ପ୍ରତି ଏକ ସମନ୍ୱିତ ରାଜ୍ୟଗୋଷ୍ଠୀ ପ୍ରତିକ୍ରିୟା ଦେଇ କୋଭିଡ଼-19 ଯୋଗୁଁ ଜୀବନହାନୀ ପ୍ରତି ଗଭୀର ସମବେଦନା ଏବଂ ଚିନ୍ତା ବ୍ୟକ୍ତ କରିବାକୁ ଚାହୁଁଛି, ଆମେ ବହୁମୂଲ୍ୟ ଜୀବନକୁ ବଂଚାଇବା ପାଇଁ ଅନେକ ଆଗଧାଡିର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହିତ ଅନ୍ୟ ନାଗରିକ ଶାଖା ଦ୍ୱାରା ଦିଆ ଯାଇଥିବା ଅଦ୍ଭୁତ ଯୋଗଦାନକୁ ସ୍ୱୀକାର କରୁଛୁ ।

ଭାରତରେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାଶୟଙ୍କ ମାର୍ଗଦର୍ଶନରେ, କୋଭିଡ଼-19ର ପରିଚାଳନାକୁ ଉଚ୍ଚତମ ସ୍ତରର ରାଜନୈତିକ ପ୍ରତିବଦ୍ଧତା ସହିତ ଚଲାଇଛୁ, ଯାହାଙ୍କ ମାର୍ଗଦର୍ଶନରେ, କୋଭିଡ଼-19 ପାଇଁ ଆମର ପ୍ରତିକ୍ରିୟା ସକ୍ରିୟ, ପୂର୍ବ ନିର୍ଦ୍ଧାରିତ ଏବଂ ବର୍ଗୀକୃତ ରହିଛି ।

ଭାରତ ଦ୍ୱାରା ସମସ୍ତ ପ୍ରକାରର ଆବଶ୍ୟକ ଏବଂ ସାମୟିକ ପଦକ୍ଷେପ ଉଠାଯାଇଛି, ଯେଉଁଥିରେ ଆଗମନ ସ୍ଥାନରେ ନିରୀକ୍ଷଣ, ବିଦେଶରୁ ଆମର ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା, ରୋଗର ପର୍ଯ୍ୟବେକ୍ଷଣ ନେଟୱାର୍କ ମାଧ୍ୟମରେ ଗୋଷ୍ଠୀଗତ ଭାବେ ନିରୀକ୍ଷଣ କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ, ସାହସିକତାର ସହ ବ୍ୟାପକତା ଏବଂ ଗୋଷ୍ଠୀଗତ ଭାବେ ପରିଚାଳନା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାମିଲ ରହିଛି ।

ଏହି ମହାମାରୀର ପ୍ରସାରକୁ ରୋକିବା ପାଇଁ, ବିଶ୍ୱରେ ଲାଗୁ କରାଯାଇଥିବା ସବୁଠାରୁ ବଡ଼ ଲକଡାଉନରେ, ଆମେ ଏହି ରୋଗର ଭୟାବହ ବ୍ୟାପକତାକୁ କମ୍ କରି ଏବଂ ଏହା ସୁନିଶ୍ଚିତ କରି ଆମର ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ରୋଗର ପ୍ରସାର ସହିତ ମୁକାବିଲା କରିବାରେ ସକ୍ଷମ ହୋଇଛୁ, ଲୋକଙ୍କ ଜୀବନ ରକ୍ଷା କରିବାର ଲକ୍ଷ୍ୟ ପ୍ରାପ୍ତି କରୁଛୁ । ଏହା ସହିତ ଆମେ ଜୀବନ ଏବଂ ଜୀବିକାକୁ ବଂଚାଇ ରଖିବା ପ୍ରତି ମଧ୍ୟ ସଚେତନ ଅଛୁ ଏବଂ ଏଥିପାଇଁ ସମସ୍ତ ଆବଶ୍ୟକ ସେବାକୁ ଲକଡାଉନର କଟକଣା ପରିସରରୁ ବାହାରେ ରଖା ଯାଇଛି ।

ଆମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 265 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଆର୍ଥିକ ପ୍ୟାକେଜର ଘୋଷଣା କରାଯାଇଛି, ଯାହା ମାଧ୍ୟମରେ ଆର୍ଥିକ ସଂସ୍କାର ସହିତ ଆମର ଜନସଂଖ୍ୟାର ଦୁର୍ବଳ ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇ ପାରୁଛି । ଆମେ ସେହି କ୍ଷେତ୍ରରେ ବିଶେଷ ଭାବେ କଟକଣାକୁ ଧୀରେ ଧୀରେ କୋହଳ କରୁଛୁ, ଯେଉଁଠାରେ ଆମେ ଏହି ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ ।

ଭବିଷ୍ୟତର ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ନମନୀୟତା ପାଇଁ ବିକାଶଶୀଳ ଦେଶରେ ମୁଖ୍ୟ ଶକ୍ତିର ନିର୍ମାଣ ଏବଂ ସୁଦୃଢ଼ୀକରଣର ବହୁତ ଆବଶ୍ୟକତା ଅଛି, ବିଶେଷ କରି ସବୁଠାରୁ କମ୍ ବିକଶିତ ଦେଶ ପାଇଁ ।

ଭାରତ ହେଉଛି ଏଭଳି ପ୍ରଥମ ଦେଶ ଯିଏକି କୋଭିଡ଼-19 ଆହ୍ୱାନର ମୁକାବିଲା ପାଇଁ ସମନ୍ୱିତ ବିଶ୍ୱ କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛି । ଆମେ ମାର୍ଚ୍ଚର ମଧ୍ୟଭାଗରେ, ଆମ କ୍ଷେତ୍ରର ସାର୍କ ନେତାମାନଙ୍କର ଏକ ବୈଠକ ଡକାଇଥିଲୁ, ଯେଉଁଥିରେ ସାଙ୍ଗ ହୋଇ ଆଗକୁ ଚାଲିବା, ଏକୁଟିଆ ରହିବା ନାହିଁ, ବିଭ୍ରାନ୍ତ ନୁହେଁ ସହଯୋଗ କରିବା, ବ୍ୟତିବ୍ୟସ୍ତ ନୁହେଁ, ପ୍ରସ୍ତୁତି କରିବାର ଆବଶ୍ୟକତାକୁ ରେଖାଙ୍କିତ କରାଯାଇଥିଲା । ଏହା ହେଉଛି ସେଭଳି ତତ୍ୱ ଯାହା ମାଧ୍ୟମରେ ଏହି ସଙ୍କଟ ପ୍ରତି ଭାରତର ପ୍ରତିକ୍ରିୟାକୁ ଦର୍ଶାଯାଇ ପାରିବ ।

ଭାରତ ଦ୍ୱାରା ପ୍ରାୟ 100 ଆବଶ୍ୟକ କରୁଥିବା ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଭଳି ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି, ଯାହାକି ସଙ୍କଟର ଏହି ସମୟରେ ଏକଜୁଟ ଏବଂ ସମର୍ଥନକୁ ପ୍ରଦର୍ଶନ କରୁଛି ।

ମହାମାରୀର ବ୍ୟାପକତାକୁ ନିୟନ୍ତ୍ରଣ କରିବା ଏବଂ ଏହାର ପୁନରାବୃତିକୁ ରୋକିବା ପାଇଁ ଏହାର କାରଣଗୁଡ଼ିକ ଉପରେ କାର୍ଯ୍ୟ କରିବା ଏବଂ ଟୀକାର ଅନୁସନ୍ଧାନ କରିବା ହେଉଛି ବହୁତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ।

ସମସ୍ତ, ଉପସ୍ଥିତ ଏବଂ ନୂତନ ଦୁଇଟିଯାକ, ପ୍ରାସଙ୍ଗିକ ଚିକିତ୍ସା ଉତ୍ପାଦଗୁଡ଼ିକ ଏବଂ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସାର୍ବଭୌମିକ ରୂପରେ ଏବଂ ସୁଲଭ ଉପଲବ୍ଧକୁ ସୁବିଧାଜନକ କରିବା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । କୋଭିଡ଼-19 ସହିତ ମୁକାବିଲା କରିବା ପାଇଁ ଏହାର ଉପଲବ୍ଧତାକୁ ଉଚିତ ଏବଂ ନ୍ୟାୟସଙ୍ଗତ କରିବା ଆବଶ୍ୟକ ।

ଭାରତୀୟ ବେଜ୍ଞାନିକ ଟୀକା ଏବଂ ଔଷଧର ଅନୁସନ୍ଧାନ କାର୍ଯ୍ୟରେ ଲାଗି ରହିଛନ୍ତି, ଏହା ସହିତ ଭାରତ ସରକାରଙ୍କ ସକ୍ରିୟ ସହଯୋଗ ଦ୍ୱାରା ପ୍ରଭାବଶାଳୀ ଢ଼ଂଗରେ ଚିକିତ୍ସା କିଟ୍ ଏବଂ ବିଭିନ୍ନ ଜୀବନ ରକ୍ଷକ ଉପକରଣଗୁଡ଼ିକର ବିକାଶ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

ଆମକୁ କୋଭିଡ଼-19 ପରର ଯୁଗରେ ନୂତନ ବିପଦ ଏବଂ ଆହ୍ୱାନର ସାମ୍ନା କରିବା ପାଇଁ ଅଭିନବ ଉପାୟଗୁଡ଼ିକୁ ଖୋଜିବାକୁ ପଡ଼ିବ, ପାରସ୍ପରିକ ରୂପରେ ଜଣେ ଅନ୍ୟ ଜଣଙ୍କୁ ସମର୍ଥନ କରିବା ଏବଂ ନିଜର ସର୍ବୋତମ ପ୍ରଥାଗୁଡ଼ିକୁ ଆଦାନ ପ୍ରଦାନ କରିବାର ଆବଶ୍ୟକତା ରହିଛି ।

 

**********

 

 



(Release ID: 1624095) Visitor Counter : 226