ରସାୟନ ଓ ସାର ମନ୍ତ୍ରଣାଳୟ
ଲକଡାଉନ ସମୟରେ ଏଚଆଇଏଲ(ଇଣ୍ଡିଆ) ଲିମିଟେଡକୁ ଆଫ୍ରିକୀୟ ଦେଶଗୁଡିକରୁ ବଡ଼ ରପ୍ତାନୀ- ଆଦେଶ ମିଳିବାର ସମ୍ଭାବନା
ପୋଷ୍ଟ କରାଯିବା ଦିନାଙ୍କ:
12 MAY 2020 1:58PM by PIB Bhubaneswar
କୋବିଡ-19 କାରଣରୁ ଲଜିଷ୍ଟିକ ଏବଂ ଅନ୍ୟ ଆହ୍ୱାନ ମଧ୍ୟରେ, ରସାୟନ ଏବଂ ସାର ମନ୍ତ୍ରଣାଳୟର ରସାୟନ ଏବଂ ପେଟ୍ରୋରସାୟନ ବିଭାଗ ଅଧୀନ ଏକ ସାର୍ବଜନୀକ କମ୍ପାନୀ ଏଚଆଇଏଲ(ଇଣ୍ଡିଆ) ଲିମିଟେଡ, ଦେଶରେ କୃଷକ ସମୁଦାୟଙ୍କୁ କୀଟନାଶକର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରୁଛି । ଏହି କମ୍ପାନୀକୁ ଆଫ୍ରିକୀୟ ଦେଶଗୁଡିକରୁ ବିପୁଳ ପରିମାଣର ଡିଡିଟି ରପ୍ତାନୀ ଆଦେଶ ମିଳିବାର ସମ୍ଭାବନା ରହିଛି ।
ଆଗାମୀ ମାସରେ ଏହି ସବୁ ଅଂଚଳରେ ମ୍ୟାଲେରିଆ ମାମଲାରେ ବୃଦ୍ଧି ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ଚେତାବନୀକୁ ଦୃଷ୍ଟିରେ ରଖି ଏଚଆଇଏଲ ଡିଡିଟି ରପ୍ତାନୀ ପାଇଁ ଦକ୍ଷିଣ ଆଫ୍ରିକୀୟ ବିକାଶ ସମୁଦାୟ (ଏସଏଡିସି)ର 10 ସଦସ୍ୟଙ୍କୁ ପତ୍ର ଲେଖିଛି ।
ଲକଡାଉନ ସମୟରେ 7 ମଇ ସୁଦ୍ଧା, ଏଚଆଇଏଲ ଡିଡିଟି ଟେକ୍ନିକାଲ-120.40ଏମଟି, ଡିଡିଟି 50 ପ୍ରତିଶତ ଡବ୍ଲୁଡିପି - 226.00 ଏମଟି, ମାଲାଥିୟାନ ଟେକ୍ନିକାଲ – 85.00 ଏମଟି, ହିଲଗୋଲ୍ଡ – 16.38 ଏମଟି ଏବଂ ଫର୍ମୁଲେସନ – 27.66 ଏମଟିର ଉତ୍ପାଦନ କଲା, ଫଳରେ କୃଷକ ସମୁଦାୟଙ୍କୁ ଲକଡାଉନ ସମୟ ସୀମା ମଧ୍ୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ ଟିଡ୍ଡୀ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମଧ୍ୟ ମାଲାଥିୟନ ଟେକ୍ନିକାଲର ଉତ୍ପାଦନ କାରାଯାଉଛି । ଟିଡ୍ଡୀ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ରାଜସ୍ଥାନ ଏବଂ ଗୁଜରାଟର କୃଷି ମନ୍ତ୍ରଣାଳୟକୁ ମଧ୍ୟ ମାଲାଥିୟନ ଟେକ୍ନିକାଲର ଯୋଗାଣ କରାଯାଉଛି । ଏନବିବିଡିସିପି ଯୋଗାଣ ଆଦେଶ ଅନୁସାରେ ଡିଡିଟି 50 ପ୍ରତିଶତ ଡବ୍ଲ୍ୟୁଡିପି ଓଡ଼ିଶାକୁ (30ଏମଟି) ପଠାଯାଇଛି ।
ଏଚଆଇଏଲର ବିନିର୍ମାଣ ଶାଖା ମାନକ ସଂଚାଳନ ପ୍ରକ୍ରିୟା – ଏସଓପି ଅନୁରୂପ ସାମାଜିକ ଦୂରତା ବଜାୟ ରଖି ଏବଂ ଅତି କମ୍ ଶ୍ରମଶକ୍ତିର ସହିତ ଚାଲୁଛି । ଏହି ସମସ୍ତ ଶାଖାଗୁଡ଼ିକରେ ସ୍ୱଚ୍ଛତାର ସ୍ତର ବୃଦ୍ଧି କରାଯାଇଛି । ସମସ୍ତ କାର୍ଯ୍ୟସ୍ଥଳ ଗୁଡ଼ିକ, ଯନ୍ତ୍ରପାତି, କାରଖାନାରେ ପ୍ରବେଶ କରୁଥିବା ଟ୍ରକ ଏବଂ ବସ୍ ଗୁଡ଼ିକୁ ନିରନ୍ତର ପରିଷ୍କାର - ପରିଚ୍ଛନ୍ନ (ବିଶୋଧନ) କରାଯାଉଛି ।
ଗତ ଏକ ସପ୍ତାହ ମଧ୍ୟରେ କମ୍ପାନୀର ମୋଟ୍ ବିକ୍ରି 278.82 ଲକ୍ଷ ଟଙ୍କା ଥିଲା । ଏଥିରେ କୃଷି-ରସାୟନ, ସାର ଏବଂ ବିହନର ବିକ୍ରି ସାମିଲ ଅଛି । ଅନ୍ ଲାଇନ୍ ଟେଣ୍ଡରର ପ୍ରୋସେସିଂ ଏବଂ କ୍ରୟ କାର୍ଯ୍ୟକଳାପକୁ ମଧ୍ୟ ସଂପୂର୍ଣ୍ଣ କରାଯାଉଛି ।
**********
(ରିଲିଜ ଆଡି: 1623467)
ପରିଦର୍ଶକ କାଉଣ୍ଟର : 253
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam