ପ୍ରତିରକ୍ଷା ମନ୍ତ୍ରଣାଳୟ

ମିଶନ ସାଗର : ଆଇଏନଏସ କେସରୀ ମାଳଦୀପକୁ ଖାଦ୍ୟ ସାମଗ୍ରୀ ଯୋଗାଇଲା

Posted On: 12 MAY 2020 6:59PM by PIB Bhubaneshwar

ଭାରତୀୟ ନୌସେନାର ଜାହାଜ, କେସରୀ 12 ମଇ 2020ରେ ମିସନ ସାଗରଅଭିଯାନର ଏକ ଅଂଶ ସ୍ୱରୂପ ମାଳଦୀପର ମାଲେ ବନ୍ଦରରେ ପହଂଚିଲା । ଭାରତ ସରକାର ନିଜର ମିତ୍ର ରାଷ୍ଟ୍ରକୁ ସହାୟତା ପ୍ରଦାନ କରୁଛନ୍ତି ଏବଂ ଏହି ସନ୍ଦର୍ଭରେ ଆଇଏନଏସ କେସରୀ ମାଳଦୀପର ଜନତାଙ୍କ ପାଇଁ 580 ଟନ୍ ଖାଦ୍ୟ ସାମଗ୍ରୀ ନେଇକରି ଯାଇଛି । ଏହି ଅଂଚଳରେ କୋଭିଡ-19 ମହାମାରୀ ଏବଂ ସାମାଜିକ ଦୂରତାର ମାନଦଣ୍ଡକୁ ଧ୍ୟାନରେ ରଖି 12 ମଇ 2020ରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା କାର୍ଯ୍ୟ ଅନ୍ ଲାଇନ୍ ମାଧ୍ୟମରେ କରାଯାଇଛି । ଏହି ସମାରୋହରେ ମାଳଦୀପର ବିଦେଶ ମନ୍ତ୍ରୀ, ଶ୍ରୀ ଅବଦୁଲ୍ଲା ଶାହିଦ ଏବଂ ମାଳଦୀପର ପ୍ରତିରକ୍ଷା ମନ୍ତ୍ରୀ ସୁଶ୍ରୀ ମାରିୟା ଅହମଦ ଦିଦି ମଧ୍ୟ ଉପସ୍ଥିତ ଥିଲେ । ଭାରତର ପ୍ରତନିଧୀତ୍ୱ ମାଳଦୀପରେ ଭାରତର ଉଚ୍ଚାୟୁକ୍ତ, ସୁଂଜୟ ସୁଧୀର କରିଥିଲେ । ମାଳଦୀପର ବିଦେଶ ମନ୍ତ୍ରୀ, ଶ୍ରୀ ଅବଦୁଲ୍ଲା ଶାହିଦ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତାର ପ୍ରଶଂସା କରିଥିଲେ ।

ଜାହାଜର ମୁତୟନ, ପ୍ରଧାନମନ୍ତ୍ରୀଙ୍କ ଏହି ଅଂଚଳର ସମସ୍ତଙ୍କର ସୁରକ୍ଷା ଏବଂ ବିକାଶଅର୍ଥାତ ସାଗରଏବଂ ସର୍ବ ପ୍ରଥମେ ପଡୋଶୀନୀତିର ଦୃଷ୍ଟିକୋଣ ଅନୁରୂପ କରାଯାଇଛି, ଯେଉଁଥିରେ ମାଳଦୀପ ପ୍ରମୁଖ ରୂପରେ ଆସୁଛି । ଏହି ଅଭିଯାନକୁ ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କର ଅନ୍ୟ ସଂସ୍ଥାଗୁଡିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ଆଗକୁ ଅଗ୍ରସର କରାଯାଉଛି ।

ମିଶନ ସାଗର, ସଂଚାଳନ ସମୁଦ୍ର ସେତୁର ପ୍ରାୟ ପଛେ ପଛେ ଚାଲୁଛି, ଯାହାର ଉଦ୍ଦେଶ୍ୟ ହେଉଛି, ମାଳଦୀପ ସମେତ ବିଦେଶରେ ଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା । 08 ଏବଂ 10 ମଇ, 2020ରେ ଆଇଏନଏସ ଜଲାଶ୍ୱ ଏବଂ ଆଇଏନଏସ ମଗର ଦ୍ୱାରା ମୋଟ 900 ଭାରତୀୟ ନଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି ।

ଭାରତ ଏବଂ ମାଳଦୀପ ହେଉଛନ୍ତି ବହୁତ ନିକଟତର ସମୁଦ୍ର ପଡୋଶୀ, ଯେଉଁମାନଙ୍କ ମଧ୍ୟରେ ବହୁତ ସୁଦୃଢ ଏବଂ ଅତ୍ୟନ୍ତ ସୌହାର୍ଦପୂର୍ଣ୍ଣ ପ୍ରତିରକ୍ଷା ଏବଂ ରାଜନୈତିକ ସଂପର୍କ ରହିଛି ।

 

**********



(Release ID: 1623466) Visitor Counter : 220