ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
କୋଭିଡ ଜନିତ ବିଭିନ୍ନ ଶୈକ୍ଷିକ ଓ ତତ୍ସଂକ୍ରାନ୍ତ ସମସ୍ୟାର ସମାଧାନ ପାଇଁ ୟୁଜିସିର ପଦକ୍ଷେପ
• ଛାତ୍ର, ଶିକ୍ଷକ ଓ ଅନୁଷ୍ଠାନଙ୍କ ଆପତ୍ତି ଅଭିଯୋଗର ସମାଧାନ କରାଯିବ
Posted On:
11 MAY 2020 12:14PM by PIB Bhubaneshwar
କୋଭିଡ-19 ପରିପ୍ରେକ୍ଷୀରେ ୟୁଜିସି ପରୀକ୍ଷା ଏବଂ ଏକାଡେମିକ୍ ନିର୍ଦେଶାବଳୀ ଏପ୍ରିଲ 29ରେ ଘୋଷଣା କରିଥିଲା । ଏହି ନିର୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ସମୟରେ ସବୁ ବିଶ୍ଵବିଦ୍ୟାଳୟ ସଂପୃକ୍ତ ସମସ୍ତ ପକ୍ଷଙ୍କ ସ୍ଵାସ୍ଥ୍ୟଗତ ନିରାପତ୍ତାକୁ ଉଚ୍ଚ ଅଗ୍ରାଧିକାର ଦେବାକୁ ୟୁଜିସି କହିଛି ।
ମହାମାରୀ ଯୋଗ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଓ ପରୀକ୍ଷା ସମ୍ବନ୍ଧୀୟ ଆପତ୍ତି ଅଭିଯୋଗର ବିଚାର କରିବା ଲାଗି ଗୋଟିଏ ଗୋଟିଏ ‘ସେଲ୍’ ଗଠନ କରିବାକୁ ସବୁ ବିଶ୍ଵବିଦ୍ୟାଳୟକୁ ଅନୁରୋଧ କରାଯାଇଛି । ଏହାଛଡ଼ା ପାଠପଢ଼ା ସହ ସଂପୃକ୍ତ ଅନ୍ୟାନ୍ୟ ପ୍ରସଙ୍ଗରେ ଯଦି କିଛି ଆପତ୍ତି ଥାଏ ତାହାର ମଧ୍ୟ ବିଚାର କରିବାକୁ ପରାମର୍ଶ ଦିଆଯାଇଛି । ଏସବୁ ଆପତ୍ତି ଅଭିଯୋଗ ଉପରେ ପଦକ୍ଷେପ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ରହଣ କଲେ ତାହା ମଧ୍ୟ ପିଲାଙ୍କୁ ଅବଗତ କରାଇବାକୁ କୁହାଯାଇଛି ।
ଏହାଛଡ଼ା ଛାତ୍ରଛାତ୍ରୀ, ଶିକ୍ଷକ ଓ ଶୈକ୍ଷିକ ପ୍ରତିଷ୍ଠାନଙ୍କ ପକ୍ଷରୁ କୋଭିଡ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ପାଠପଢ଼ା ଓ ତତସଂକ୍ରାନ୍ତ ବିଭିନ୍ନ ପ୍ରଶ୍ନ, ଆପତ୍ତି ଓ ଅଭିଯୋଗ ଏବଂ ଅନ୍ୟାନ୍ୟ ବିଷୟ ଶୁଣି ତାହାର ପ୍ରତିକାର ବ୍ୟବସ୍ଥା କରିବାକୁ ୟୁଜିସି ପକ୍ଷରୁ ନିମ୍ନଲିଖିତ ବ୍ୟବସ୍ଥା କରାଯାଇଛି ।
- ଏଥିପାଇଁ ଏକ ଉତ୍ସର୍ଗୀକୃତ ହେଲ୍ପଲାଇନ୍ (ନଂ-011-23236374) ଖୋଲା ଯାଇଛି ।
- ଏକ ଇ-ମେଲ୍ ଆଡ୍ରେସ covid19help.ugc[at]gmail[dot]com ଖୋଲାଯାଇଛି ।
- ୟୁଜିସିର ବର୍ତ୍ତମାନ ପ୍ରଚଳିତ ଅନଲାଇନ ଗ୍ରୀଭାନ୍ସ ପୋର୍ଟାଲ https://www.ugc.ac.in/grievance/student_reg.aspx ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗ କରିପାରିବେ ।
- ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣି ତାହାର ପ୍ରତିକାର କରିବାକୁ ୟଜିସି ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ।
ଏହି ସର୍ବସାଧାରଣ ନୋଟିସର ଏକ ନକଲ ନିଜ ୱେବ୍ସାଇଟିରେ ସ୍ଥାନିତ କରିବାକୁ ସବୁ କଲେଜ/ବିଶ୍ଵବିଦ୍ୟାଳୟକୁ ଅନୁରୋଧ କରାଯାଇଛି । ଏହାଛଡ଼ା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଏହାକୁ ଇ-ମେଲ୍ ଓ ଡିଜିଟାଲ ମିଡ଼ିଆ ମାଧ୍ୟମରେ ସେୟାର କରିବାକୁ ପରାମର୍ଶ ଦିଆଯାଇଛି ।
**********
(Release ID: 1623156)
Visitor Counter : 265
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam