ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଟ୍ରେନରେ ଲୋକମାନଙ୍କ ସହଜ ଯାତ୍ରା ସକାଶେ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

Posted On: 11 MAY 2020 2:41PM by PIB Bhubaneshwar

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟ୍ରେନରେ ଲୋକମାନଙ୍କ ସହଜ ଯାତାୟାତ ସକାଶେ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରାଯାଇଛି ।

ଯାତ୍ରୀମାନେ ଷ୍ଟେସନକୁ ଯିବା ଓ ଆସିବା ଏବଂ ରେଳ ଷ୍ଟେସନରେ ସେମାନଙ୍କୁ ପ୍ରବେଶ କରିବା ନିମନ୍ତେ କେବଳ ସ୍ୱୀକୃତ ଇ- ଟିକେଟ ଦେଖାଇଲେ ହିଁ ଅନୁମତି ପ୍ରଦାନ କରାଯିବ । ସେହିଭଳି ଟ୍ରେନରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । କେବଳ କରୋନା ମହାମାରୀର ଲକ୍ଷଣ ନଥିବା ଆସିମ୍ପଟୋମାଟିକ୍ ବ୍ୟକ୍ତିଙ୍କୁ ହିଁ ଟ୍ରେନ୍ ଯାତ୍ରା ପାଇଁ ସୁଯୋଗ ଦିଆଯିବ । ଟ୍ରେନ୍ ଯାତ୍ରାବେଳେ ଏବଂ ସବୁ ରେଳ ଷ୍ଟେସନରେ, ସ୍ୱାସ୍ଥ୍ୟ/ ପରିମଳ ରକ୍ଷା ନିୟମାବଳୀ ତଥା ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

ଷ୍ଟେସନ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରଠାରେ ଏବଂ ଡ଼ବା ଭିତରେ ସମସ୍ତ ଟ୍ରେନ ଯାତ୍ରୀଙ୍କୁ ହାତ ସଫା କରିବା ପାଇଁ ସାନିଟାଇଜର ଯୋଗାଇ ଦିଆଯିବ । ଅଧିକନ୍ତୁ, ଏକଥା ସୁନିଶ୍ଚତ କରାଯିବ ଯେ ସମସ୍ତ ଯାତ୍ରୀ ଷ୍ଟେସନରେ ପ୍ରବେଶ କଲାବେଳେ ଓ ଯାତ୍ରାବେଳେ ଯେଭଳି ମାସ୍କ ପରିଧାନ କରିଥାନ୍ତି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ, ଯାତ୍ରା ଶେଷ କରିଥିବା ବ୍ୟକ୍ତି ସେଭଳି ସମସ୍ତ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବେ ଯାହା ସଂପୃକ୍ତ  ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବ ।

ରେଳ ମନ୍ତ୍ରଣାଳୟଙ୍କ ଦ୍ୱାରା ସମସ୍ତ ରେଳ ଯାତାୟାତ ପାଇଁ ପର୍ଯ୍ୟାୟକ୍ରମିକ ଭାବେ ଅନୁମତି ପ୍ରଦାନ କରାଯିବ ଏବଂ ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ସହ ପରାମର୍ଶ କ୍ରମେ ତାହା କାର୍ଯ୍ୟକାରୀ କରାଯିବ ।

 

**********



(Release ID: 1623035) Visitor Counter : 256