ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ପରିଚାଳନାରେ ସହାୟତା କରିବା ଲାଗି ରାଜ୍ୟମାନଙ୍କୁ ପଠାଯିବ କେନ୍ଦ୍ରୀୟ ଦଳ

प्रविष्टि तिथि: 09 MAY 2020 9:04PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ 10ଟି ରାଜ୍ୟରେ କେନ୍ଦ୍ରୀୟ ଦଳ ନିୟୋଜନ କରିବା ଲାଗି ନିଷ୍ପତ୍ତି ଏହି ଦଳଗୁଡିକ କୋଭିଡ-19 ସଂକ୍ରମଣର ପରିଚାଳନାକୁ ସୁଗମ କରିବା ପାଇଁ ସମ୍ପୃକ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବେ

ଏହି ଦଳଗୁଡିକ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ସଚିବ ସ୍ତରର ନୋଡାଲ ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ | ଏହି ଦଳ ସଂପୃକ୍ତ ରାଜ୍ୟ / ଜିଲ୍ଲା ମଧ୍ୟରେ ପ୍ରଭାବିତ ଅଞ୍ଚଳରେ ଅବରୋଧ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବେ ଏହି ଦଳଗୁଡ଼ିକୁ ପଠାଯାଉଥିବା ରାଜ୍ୟଗୁଡିକ ହେଲା –

1.     ଗୁଜରାଟ

2.     ତାମିଲନାଡୁ

3.     ଉତ୍ତରପ୍ରଦେଶ

4.     ଦିଲ୍ଲୀ

5.     ରାଜସ୍ଥାନ

6.     ମଧ୍ୟପ୍ରଦେଶ

7.     ପଞ୍ଜାବ

8.     ପଶ୍ଚିମବଙ୍ଗ

9.     ଆନ୍ଧ୍ରପ୍ରଦେଶ

10.   ତେଲଙ୍ଗାନା

ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ 20ଟି କେନ୍ଦ୍ରୀୟ ଦଳ ବ୍ୟତୀତ ଏହା ପୂର୍ବରୁ ଅତ୍ୟଧିକ ମାମଲା ଥିବା ଜିଲ୍ଲାକୁ ପଠାଯାଇଥିଲା |

କୋଭିଡ-19 ପରିଚାଳନାରେ ରାଜ୍ୟକୁ ସହାୟତା କରିବା ଲାଗି ନିକଟରେ ଏକ ଉଚ୍ଚ ସ୍ତରୀୟ ଦଳ ମୁମ୍ବାଇକୁ ପଠାଯାଇଥିଲା

 

**********


(रिलीज़ आईडी: 1622612) आगंतुक पटल : 264
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada