ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ଼-19 ପରିସ୍ଥିତି ନେଇ ଜାପାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Posted On: 08 MAY 2020 5:58PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଜି ଟେଲିଫୋନ ଯୋଗେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଟାରୋ କୋନୋଙ୍କ ସହ କୋଭିଡ଼-19 ମହାମାରୀ ସଂକ୍ରମଣ ସଂପର୍କରେ କଥାବାର୍ତ୍ତା ହୋଇଛନ୍ତି ।

ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ ଏବଂ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ରାଜନାଥ ସିଂହ ଜାପାନ ପ୍ରତିରକ୍ଷା ମନ୍ତ୍ରୀ କୋନୋ ଟାରୋଙ୍କୁ କୋଭିଡ଼-19 ବିରୋଧୀ ସଂଗ୍ରାମରେ ଅନ୍ତରାଷ୍ଟ୍ରୀୟ ସଂଗ୍ରାମକୁ ଭାରତର ଅବଦାନ ସଂପର୍କର ସୂଚୀତ କରିଥିଲେ । ଏହା ବ୍ୟତୀତ ଏହି ମହାମାରୀ ବିରୋଧରେ କେଉଁ କେଉଁ କ୍ଷେତ୍ରରେ ମିଳିତ ଭାବେ ଲଢ଼େଇ କରିହେବ ସେ ପ୍ରସଙ୍ଗରେ ମଧ୍ୟ ଅବଗତ କରାଇଥିଲେ ।  ଉଭୟ ନେତା ସହମତ ହୋଇଛନ୍ତି ଯେ, ଭାରତ ଓ ଜାପାନ ବିଶେଷ ରଣନୀତିକ ସହଯୋଗ ବୈଶ୍ୱିକ ସହଭାଗୀତା ଓ ସଂଗ୍ରାମକୁ ଯଥେଷ୍ଟ ଭାବେ ସହଯୋଗ କରିପାରିବେ । ତେଣୁ ଉଭୟ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରମାନଙ୍କ ସହ ମିଶି ଏହି ମିଳିତ ସଂଗ୍ରାମରେ ସାମିଲ ହେବେ ଯଦ୍ୱାରା କୋଭିଡ଼-19 ମହାମାରୀ ଯୋଗୁ ଉତ୍ପନ୍ନ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରାଯାଇପାରିବ ।

ଉଭୟ ମନ୍ତ୍ରୀ ଦ୍ୱିପାକ୍ଷିକ ନିରାପତ୍ତା ସହଯୋଗ ପ୍ରୟାସ ଯାହାକି ଭାରତ-ଜାପାନ ବିଶେଷ ରଣନୀତିକ ସହଯୋଗ ଫ୍ରେମୱାର୍କ ତଥା ବୈଶ୍ୱିକ ସହଭାଗୀତା ମଧ୍ୟରେ କାର୍ଯ୍ୟ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଥିଲେ ।

 

**********



(Release ID: 1622295) Visitor Counter : 217