ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ପିଏମ-ଜିକେଏୱାଇ ଅନ୍ତର୍ଗତ ଦେଶର 80 କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଡାଲି ଯୋଗାଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଛି : କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ

• ଏଫସିଆଇ ପକ୍ଷରୁ ରେକର୍ଡ ପରିମାଣର 2641 ରେକ ଭର୍ତ୍ତି 74 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଲୋଡ କରାଯାଇଛି
• ଦେଶରେ ତିନି ମାସ ପାଇଁ 19.05 କୋଟି ପରିବାରକୁ ମାଗଣାରେ ଡାଲି ଯୋଗାଣ ପାଇଁ ନାଫେଡ ପକ୍ଷରୁ ବ୍ୟାପକ ପ୍ରୟାସ
• ଖାଦ୍ୟଶସ୍ୟର ଅଭାବ ନାହିଁ; ସଂଗ୍ରହ ପ୍ରକ୍ରିୟା ଖୁବ ଜୋରସୋରରେ ଚାଲିଛି : ପାଶ୍ଵାନ

प्रविष्टि तिथि: 08 MAY 2020 5:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ-ଜିକେଏୱାଇ) ଅନ୍ତର୍ଗତ ଖାଦ୍ୟଶସ୍ୟ ବିତରଣ ଲାଗି ସମସ୍ତ ରାଜ୍ୟରେ ଯଥେଷ୍ଟ ପରିମାଣରେ ସାମଗ୍ରୀ ମହଜୁଦ କରି ରଖିବାକୁ ସୁନିଶ୍ଚିତ କରିବା ନିମନ୍ତେ ସରକାର ପ୍ରୟାସ କରୁଛନ୍ତି ଆଜି ଏହା କହିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶ୍ଵାନ ସେ କହିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ମୋଟ 2641 ରେକ ଭର୍ତ୍ତି ଗହମ ଚାଉଳ ଯୋଗାଣ କରାଯାଇଛି, ଯାହାର ମୋଟ ପରିମାଣ 73.95 ଲକ୍ଷ ମେଟ୍ରିକ ଟନ (55.38 ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ 18.57 ଲକ୍ଷ ମେଟ୍ରିକ ଟନ ଗହମ) 24.3.2020ରୁ 8.5.2020 ମଧ୍ୟରେ ଏହା ହେଉଛି ଏଫସିଆଇର ସର୍ବକାଳୀନ ରେକର୍ଡ

ସେ କହିଥିଲେ ଯେ ପିଏମ-ଜିକେଏୱାଇ  ଅଧୀନରେ 21ଟି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ଏପ୍ରିଲ ମାସ ପାଇଁ 90ଖାଦ୍ୟଶସ୍ୟ ବିତରଣ କରିସାରିଛନ୍ତି ଏଥରେ 41.35 କୋଟି ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣ ହୋଇଛି ଓଡ଼ିଶା ସମେତ ଆଉ କେତେକ ରାଜ୍ୟ ଦୁଇ ମାସ ପାଇଁ ପିଏମଜିକେଏୱାଇ ଅନ୍ତର୍ଗତ ଦୁଇ ମାସର ଖାଦ୍ୟଶସ୍ୟ ବିତରଣ କରିସାରିଛନ୍ତି

ସେହିପରି 80 କୋଟି ଏନଏଫଏସଏ ହିତାଧିକାରୀଙ୍କୁ ସେମାନଙ୍କ ନିୟମିତ କୋଟା ବ୍ୟତୀତ ତିନି ମାସ ପାଇଁ ଅତିରିକ୍ତ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯିବ ଏଥିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଥିବା କେନ୍ଦ୍ରଶାସିତ ପ୍ରଦେଶର ହିତାଧିକାରୀମାନେ ମଧ୍ୟ ଲାଭ ପାଇପାରିବେ

ଶ୍ରୀ ପାଶ୍ଵାନ କହିଥିଲେ ଯେ ଖାଦ୍ୟଶସ୍ୟ ବ୍ୟତୀତ ଭାରତ ସରକାର 19.50 କୋଟି ପରିବାରକୁ ମାସିକ ଏକ କିଗ୍ରା ଲେଖାଏଁ ତିନି ମାସ ପାଇଁ ଡାଲି ଯୋଗାଇ ଦେଉଛନ୍ତି ଏହି ଯୋଜନାରେ ଦେଶର 165ଟି ନାଫେଡ ଗୋଦାମରେ ରହିଥିବା ଷ୍ଟକକୁ ଉପଯୋଗ କରିବା ଲାଗି ସରକାର ଅନୁମତି ଦେଇଛନ୍ତି ଏବେସୁଦ୍ଧା 21ଟି ରାଜ୍ୟ ଓ 5ଟି କେନ୍ଦ୍ରଶାସିତ ପ୍ରଦେଶରେ 51,105 ଲକ୍ଷ ମେଟ୍ରିକ ଟନ ଡାଲି ବିତରଣ କରାଯାଇସାରିଛି ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ନିଜ ପସନ୍ଦ ଅନୁଯାୟୀ ହିତାଧିକାରୀଙ୍କୁ ହରଡ଼, ମୁଗ, ଚଣା, ମସୁର ଆଦି ଡାଲି ଯୋଗାଇ ଦିଆଯାଉଛି ଲକଡାଉନ ସତ୍ତ୍ୱେ ଦେଶର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଡାଲି ପହଞ୍ଚିପାରିଛି

ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାରେ 5ଟି ନୂଆ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶକୁ ସାମିଲ କରାଯାଇଛି ବର୍ତ୍ତମାନ 17ଟି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶରେ ଥିବା 60 କୋଟି ଏନଏଫଏସଏ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇସାରିଲାଣି ଫଳରେ ଏସବୁ ରାଜ୍ୟର ହିତାଧିକାରୀମାନେ ଅନ୍ୟ ରାଜ୍ୟରୁ ମଧ୍ୟ ସେମାନଙ୍କ କୋଟା ବାବଦ ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ

ବର୍ଦ୍ଧିତ ଚାହିଦା ପୂରଣ କରିବା ଲାଗି ଦେଶରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଥିବା ଶ୍ରୀ ପାଶ୍ବାନ ଆଶ୍ବାସନା ଦେଇଥିଲେ ଏହାଛଡ଼ା ଖାଦ୍ୟଶସ୍ୟ କ୍ରୟ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି ଆଜି ସୁଦ୍ଧା 2020-21 ରବି ବିପଣନ ଋତୁରେ 226.85 ଲକ୍ଷ ମେଟ୍ରିଟନ ଗହମ ସଂଗ୍ରହ କରାଯାଇସାରିଛି ଗତବର୍ଷ ଏହି ଅବଧିରେ ଗହମ ସଂଗ୍ରହ 277.83 ଲକ୍ଷ ମେଟ୍ରିନ ଟନ ଥିବା କାରଣରୁ ଏଥର 18.35% ହ୍ରାସ ପାଇଛି କିନ୍ତୁ ଚଳିତ ବର୍ଷ ଚାଉଳ ସଂଗ୍ରହ ପୂର୍ବ ବର୍ଷ ତୁଳନାରେ 10.27% ଅଧିକ 439.02 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯାଇଛି ବୋଲି ଶ୍ରୀ ପାଶ୍ଵାନ କହିଛନ୍ତି

 

**************


(रिलीज़ आईडी: 1622292) आगंतुक पटल : 300
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Punjabi , Gujarati , Tamil , Telugu , Kannada