ସଂସ୍କୃତି ମନ୍ତ୍ରଣାଳୟ

ବୈଶାଖ-ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 07 MAY 2020 5:05PM by PIB Bhubaneshwar

ନମସ୍କାର!!!

ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଖେଳେଇ ହୋଇ ରହିଥିବା ଭଗବାନ ବୁଦ୍ଧଙ୍କର ଅନୁଗାମୀମାନଙ୍କୁ ବୁଦ୍ଧ ପୂର୍ଣ୍ଣିମାର, ବୈଖାଖ ଉତ୍ସବର ବହୁତ ବହୁତ ଶୁଭକାମନା!!!

ଏହା ହେଉଛି ମୋର ସୌଭାଗ୍ୟ କି ମୋତେ ଆଗରୁ ମଧ୍ୟ ଏହି ପବିତ୍ର ଦିନରେ, ଆପଣଙ୍କ ସହିତ ସାକ୍ଷାତକାର କରିବା, ଆପଣମାନଙ୍କ ଠାରୁ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାର ଅବସର ମିଳିଛି । ବର୍ଷ 2015 ଏବଂ 2018ରେ ଦିଲ୍ଲୀରେ ଏବଂ ବର୍ଷ 2017ରେ କଲମ୍ବୋରେ ମୋତେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବାର, ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଥିଲା । ହଁ, ଏଥର ପରିସ୍ଥିତି କିଛି ଭିନ୍ନ ପ୍ରକାରର ରହିଛି, ତେଣୁ ସାମ୍ନା-ସାମ୍ନି ଆସି ଆପଣମାନଙ୍କ ସହିତ ସାକ୍ଷାତକାର ହୋଇ ପାରୁ ନାହିଁ ।

ସାଥୀଗଣ,

ଭଗବାନ ବୁଦ୍ଧଙ୍କର ବାଣୀ ହେଉଛି ମନୋ ପୁବ୍ୱଂ-ଗମା ଧମ୍ମା, ମନୋସେଟ୍ଠା ମନୋମୟା, ଅର୍ଥାତ ଧର୍ମ ମନରୁ ହିଁ ହୋଇଥାଏ, ମନ ହିଁ ହେଉଛି ପ୍ରଧାନ, ସମସ୍ତ ପ୍ରବୃତି ଗୁଡ଼ିକୁ ଆଗମନ କରିଥାଏ । ତେଣୁ, ଆପଣଙ୍କର ଏବଂ ମୋର, ମନର ଯେଉଁ ଯୋଡ଼ି ହେବାର ଭାବନା ରହିଛି, ସେହି କାରଣରୁ ସଶରୀର ଉପସ୍ଥିତିର ଯେଉଁ ଅଭାବ ରହିଛି ତାହାର ସେତେଟା ଅନୁଭବ ହେଉ ନାହିଁ । ଆପଣମାନଙ୍କ ଗହଣକୁ ଆସିବା ବହୁତ ହିଁ ଖୁସିର କଥା ହୋଇ ଥାଆନ୍ତା, କିନ୍ତୁ ଏବେକାର ପରିସ୍ଥିତି ସେହିଭଳି ନାହିଁ ।

ତେଣୁ, ଦୂରରୁ ହିଁ, ଟେକ୍ନୋଲୋଜିର ମାଧ୍ୟମରେ ଆପଣମାନେ ମୋତେ ମୋର କଥା ଉପସ୍ଥାପିତ କରିବାର ସୁଯୋଗ ଦେଲେ, ଏହାଠାରୁ ବଳି ସନ୍ତୋଷର କଥା ଆଉ କଣ ହୋଇପାରେ, ଏଥିପାଇଁ ମୋର ଆତ୍ମସନ୍ତୋଷର ଭାବ ରହିଛି ।

ସାଥୀଗଣ,

ଲକଡାଉନର ଏହି ବିଷମ ପରିସ୍ଥିତି ମଧ୍ୟରେ ମଧ୍ୟ ଭର୍ଚୁଆଲ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଦିବସ ସମାରୋହରେ ଏହି ଆୟୋଜନ ପାଇଁ ଅନ୍ତରାଷ୍ଟ୍ରୀୟ ବୌଦ୍ଧ ସଂଘ ହେଉଛି ପ୍ରଶଂସାର ପାତ୍ର । ଆପଣମାନଙ୍କର ଏହି ଅଭିନବ ପ୍ରୟାସ କାରଣରୁ ହିଁ ଏହି ଆୟୋଜନରେ ସମଗ୍ର ବିଶ୍ୱରେ ଲକ୍ଷ-ଲକ୍ଷ ଅନୁଗାମୀ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି ।

ଲୁମ୍ବିନୀ, ବୋଧଗୟା, ସାରନାଥ ଏବଂ କୁଶୀନଗର ବ୍ୟତୀତ ଶ୍ରୀଲଙ୍କାର ଶ୍ରୀ ଅନୁରାଧାପୁର ସ୍ତୁପ ଏବଂ ବାସ୍କଡୁବା ମନ୍ଦିରରେ ହେଉଥିବା ସମାରୋହର ଏହିଭଳି ଭାବେ ଏକୀକରଣ, ଏହା ହେଉଛି କେତେ ଅଦ୍ଭୁତ କଳ୍ପନା, ହେଉଛି କେତେ ସୁନ୍ଦର ଦୃଶ୍ୟ । ପ୍ରତ୍ୟେକ ସ୍ଥାନରେ ହେଉଥିବା ପୂଜା କାର୍ଯ୍ୟକ୍ରମଗୁଡ଼ିକର ଅନ୍ ଲାଇନ୍ ପ୍ରସାରଣ ହେବା ହେଉଛି ନିଜକୁ ନିଜ ମଧ୍ୟରେ ଏକ ଅଦ୍ଭୁତ ଅନୁଭବ ।

ଆପଣ ଏହି ସମାରୋହକୁ କରୋନା ମହାମାରୀ ସହିତ ମୁକାବିଲା କରୁଥିବା ସମଗ୍ର ଦୁନିଆର ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସେବାକର୍ମୀମାନଙ୍କ ପାଇଁ ପ୍ରାର୍ଥନା ସପ୍ତାହ ଭାବେ ପାଳନ କରିବାର ସଂକଳ୍ପ କରିଛନ୍ତି । କରୁଣାରେ ଭରି ରହିଥିବା ଆପଣମାନଙ୍କର ଏହି ଶୁଭାରମ୍ଭ ପାଇଁ ମୁଁ ଆପଣମାନଙ୍କୁ ପ୍ରଶଂସା କରୁଛି ।

ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଏହିଭଳି ହିଁ ସଙ୍ଗଠିତ ପ୍ରୟାସ ସବୁ ପାଇଁ ଆମେ ମାନବତାକୁ ଏହି କଠିନ ଆହ୍ୱାନରୁ ବାହାରକୁ ବାହାର କରି ପାରିବା, ଲୋକମାନଙ୍କର ସମସ୍ୟାକୁ କମ୍ କରି ପାରିବା ।

ସାଥୀଗଣ,

ପ୍ରତ୍ୟେକଙ୍କ ଜୀବନର ଅସୁବିଧା ସବୁକୁ ଦୂର କରିବାର ସନ୍ଦେଶ ଏବଂ ସଙ୍କଳ୍ପ ଭାରତର ସଭ୍ୟତାକୁ, ସଂସ୍କୃତିକୁ ସବୁବେଳେ ଦିଗଦର୍ଶନ ଦେଇଛି । ଭଗବାନ ବୁଦ୍ଧ ଭାରତର ଏହି ସଂସ୍କୃତି ଏବଂ ଏହି ମହାନ ପରମ୍ପରାକୁ ବହୁତ ସମୃଦ୍ଧ କରିଛନ୍ତି । ସେ ସ୍ୱୟଂ ନିଜେ ନିଜର ଦୀପକ ହୋଇଥିଲେ ଏବଂ ନିଜର ଜୀବନ ଯାତ୍ରାରୁ, ଅନ୍ୟମାନଙ୍କର ଜୀବନକୁ ମଧ୍ୟ ପ୍ରକାଶିତ କରି ଚାଲିଥିଲେ । ଆଉ ଏଥିପାଇଁ, ବୁଦ୍ଧ କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ମଧ୍ୟରେ ସୀମିତ ନୁହଁନ୍ତି । ସିଦ୍ଧାର୍ଥଙ୍କର ଜନ୍ମ, ସିଦ୍ଧାର୍ଥଙ୍କର ଗୌତମ ହେବା ପୂର୍ବରୁ ଏବଂ ପରେ, ଏତେ ଶତାବ୍ଦୀ ଭିତରେ ସମୟର ଚକ୍ର ଅନେକଗୁଡ଼ିଏ ସ୍ଥିତି, ପରିସ୍ଥିତି ଗୁଡ଼ିକୁ ସାଉଁଟି ନିରନ୍ତର ଚାଲୁଛି ।

ସମୟ ବଦଳିଲା, ସ୍ଥିତି ବଦଳିଲା, ସମାଜର ବ୍ୟବସ୍ଥା ସବୁ ବଦଳିଲା, କିନ୍ତୁ ଭଗବାନ ବୁଦ୍ଧଙ୍କର ସନ୍ଦେଶ ଆମମାନଙ୍କ ଜୀବନରେ ନିରନ୍ତର ପ୍ରବାହମାନ ହୋଇ ରହିଛି । ଏହା କେବଳ ଏଇଥିପାଇଁ ସମ୍ଭବ ହୋଇ ପାରିଛି କାରଣ, ବୁଦ୍ଧ କେବଳ ମାତ୍ର ଏକ ନାମ ନୁହେଁ ବରଂ ହେଉଛି ଏକ ପବିତ୍ର ବିଚାର ମଧ୍ୟ । ଏଭଳି ଏକ ବିଚାର ଯାହା ପ୍ରତ୍ୟେକ ମାନବ ହୃଦୟରେ ହୃତସ୍ପନ୍ଦନ ହେଉଛି, ମାନବତାର ମାର୍ଗଦର୍ଶନ କରୁଛି ।

ବୁଦ୍ଧ, ତ୍ୟାଗ ଏବଂ ତପସ୍ୟାର ହେଉଛନ୍ତି ସୀମା । ବୁଦ୍ଧ ହେଉଛନ୍ତି ସେବା ଏବଂ ସମର୍ପଣର ପର୍ଯ୍ୟାୟ । ବୁଦ୍ଧ ସୁଦୃଢ଼ ଇଚ୍ଛାଶକ୍ତିର ସାମାଜିକ ପରିବର୍ତନର ମଧ୍ୟ ହେଉଛନ୍ତି ପରାକାଷ୍ଠା । ବୁଦ୍ଧ, ସେ ହେଉଛନ୍ତି ସିଏ ଯିଏ ସ୍ୱୟଂକୁ ନିୟୋଜିତ କରି, ନିଜକୁ ସମର୍ପିତ କରି, ସାରା ଦୁନିଆରେ ଆନନ୍ଦ ପ୍ରସାରିତ କରିବା ପାଇଁ ହେଉଛନ୍ତି ସମର୍ପିତ ।

ଆଉ ଆମ ସମସ୍ତଙ୍କର ସୌଭାଗ୍ୟ ଦେଖନ୍ତୁ, ଏହି ସମୟରେ ଆମେ ଆମ ଆଖପାଖରେ ଏଭଳି ଅନେକ ଲୋକଙ୍କୁ ଦେଖୁଛୁ, ଯିଏ ଅନ୍ୟମାନଙ୍କର ସେବା ପାଇଁ, ସମାଜର ଚିକିତ୍ସା ପାଇଁ, କୌଣସି ଗରିବ ଲୋକଙ୍କୁ ଭୋଜନ କରାଇବା ପାଇଁ, କୌଣସି ଡାକ୍ତରଖାନାରେ ସଫେଇ କରିବା ପାଇଁ, କୌଣସି ସଡ଼କରେ ଆଇନ କାନୁନର ବ୍ୟବସ୍ଥା ବଜାୟ ରଖିବା ପାଇଁ, ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି ।

ଭାରତରେ, ଭାରତ ବାହାରେ, ଏଭଳି ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଅଭିନନ୍ଦନର ପାତ୍ର, ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏଭଳି ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଅଭିନନ୍ଦନର ପାତ୍ର, ପ୍ରଣାମର ପାତ୍ର ।

ସାଥୀଗଣ,

ଏଭଳି ସମୟରେ ଯେତେବେଳେ ଦୁନିଆରେ ହଟଚମଟ ସୃଷ୍ଟି ହୋଇଛି, ବହୁତ ସମୟରେ ଦୁଃଖ-ନିରାଶା-ହତାଶାର ଭାବ ବହୁତ ଅଧିକ ଦେଖା ଯାଉଛି, ସେତେବେଳେ ଭଗବାନ ବୁଦ୍ଧଙ୍କର ଶିକ୍ଷା ଆହୁରି ମଧ୍ୟ ପ୍ରାସଙ୍ଗିକ ହୋଇ ପଡ଼ୁଛି । ସେ କହୁଥିଲେ, ଯେ ମାନବକୁ ନିରନ୍ତର ଏହା ପ୍ରୟାସ କରିବା ଦରକାର କି ସେ କଠିନ ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରୁ, ସେସବୁ ସମସ୍ୟାଗୁଡ଼ିକରୁ ବାହାରକୁ ବାହାରି ଆସୁ ।

ଥକି ପଡ଼ି ଅଟକି ଯିବା, କୌଣସି ସମସ୍ୟାର ବିକଳ୍ପ ନୁହେଁ । ଆଜି ଆମେ ସମସ୍ତେ ମଧ୍ୟ ଏକ କଠିନ ପରିସ୍ଥିତିରୁ ବାହାରିବା ପାଇଁ ନିରନ୍ତର ଲାଗି ରହିଛୁ, ଏକାଠି ହୋଇ କାମ କରୁଛୁ ।

ଭଗବାନ ବୁଦ୍ଧ କହିଥିବା ଚାରୋଟି ସତ୍ୟ ଅର୍ଥାତ ଦୟା, କରୁଣା, ସୁଖ-ଦୁଃଖ ପ୍ରତି ଭଗବାନ ଏବଂ ଯିଏ ଯେଭଳି ଅଛନ୍ତି ତାଙ୍କୁ ସେହି ରୂପରେ ସ୍ୱୀକାର କରିବା, ଏହି ସତ୍ୟ ନିରନ୍ତର ଭାରତ ଭୂମିର ପ୍ରେରଣା ପାଲଟିଛି । ଆଜି ଆପଣ ମଧ୍ୟ ଦେଖୁଥିବେ କି ଭାରତ ନିଃସ୍ୱାର୍ଥପର ଭାବରେ କୌଣସି ପ୍ରଭେଦ ବିନା, ଆମର ଏଠାରେ ମଧ୍ୟ ଏବଂ ସାରା ବିଶ୍ୱରେ ଯେଉଁଠାରେ ମଧ୍ୟ ସଙ୍କଟ ଘେରରେ ଥିବା ଲୋକମାନଙ୍କ ସହିତ ଦୃଢ଼ତାର ସହିତ ଠିଆ ହୋଇଛି ।

ଲାଭ-ହାନି, ସମର୍ଥ-ଅସମର୍ଥରୁ ଭିନ୍ନ, ଆମ ପାଇଁ ସଙ୍କଟର ଏହି ସମୟରେ ସହାୟତା କରିବାର ଅଛି, ଯେତେ ସମ୍ଭବ ହେବ, ସହାୟତାର ହାତ ଆଗକୁ ବଢ଼ାଇବାର ଅଛି । ଏହା ହେଉଛି କାରଣ କି ବିଶ୍ୱର ଅନେକଗୁଡ଼ିଏ ଦେଶ ଭାରତକୁ ଏହି କଠିନ ସମୟରେ ମନେ ପକାଇଛନ୍ତି ଆଉ ଭାରତ ମଧ୍ୟ ପ୍ରତ୍ୟେକ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଂଚିବାରେ କୌଣସି ଅବସରକୁ ହାତଛଡ଼ା କରିନାହିଁ ।

ଭାରତ ଆଜି ପ୍ରତ୍ୟେକ ଭାରତବାସୀଙ୍କ ଜୀବନକୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ ତ କରି ଚାଲିଛି, ବିଶ୍ୱ ସମୁଦାୟ ନିକଟରେ ରହିଥିବା ନିଜର ଦାୟିତ୍ୱକୁ ମଧ୍ୟ ସେତିକି ଗମ୍ଭୀରତାର ସହିତ ପାଳନ କରୁଛି ।

ସାଥୀଗଣ,

ଭଗବାନ ବୁଦ୍ଧଙ୍କର ଗୋଟିଏ ଗୋଟିଏ ବାଣୀ, ଗୋଟିଏ ଗୋଟିଏ ଉପଦେଶ, ମାନବତାର ସେବାରେ ଭାରତର ପ୍ରତିବଦ୍ଧତାକୁ ଦୃଢ଼ କରୁଛି । ବୁଦ୍ଧ ଭାରତର ବୋଧ ଏବଂ ଭାରତର ଆତ୍ମବୋଧ, ଉଭୟର ହେଉଛନ୍ତି ପ୍ରତୀକ । ଏହି ଆତ୍ମବୋଧର ସହିତ, ଭାରତ ନିରନ୍ତର ସମଗ୍ର ମାନବ ଜାତି ପାଇଁ, ସମଗ୍ର ବିଶ୍ୱ ହିତରେ କାର୍ଯ୍ୟ କରୁଛି ଏବଂ କରି ଚାଲିଥିବ । ଭାରତର ପ୍ରଗତି, ସର୍ବଦା ବିଶ୍ୱର ପ୍ରଗତିରେ ସହାୟକ ହେବ ।

ସାଥୀଗଣ,

ଆମର ସଫଳତାର ମାନଦଣ୍ଡ ଏବଂ ଲକ୍ଷ୍ୟ, ଉଭୟ ସମୟର ସହିତ ପରିବର୍ତ୍ତିତ ହୋଇଥାଏ, କିନ୍ତୁ ଯେଉଁ କଥା ଆମକୁ ସର୍ବଦା ଧ୍ୟାନରେ ରଖିବାର ଅଛି, ତାହା ହେଉଛି କି ଆମ କାର୍ଯ୍ୟ ନିରନ୍ତର ସେବା ଭାବ ସହିତ ହେବା ଉଚିତ । ଯେତେବେଳେ ଅନ୍ୟମାନଙ୍କ ପାଇଁ କରୁଣା ହେଉ, ସମ୍ବେଦନା ହେଉ ଏବଂ ସେବାର ଭାବନା ହେଉ, ଏହି ଭାବନାଗୁଡ଼ିକ ଆମକୁ ଏତେ ଦୃଢ଼ କରି ଦେଉଛି କି ବଡ଼ରୁ ବଡ଼ ଆହ୍ୱାନରୁ ବାହାରକୁ ବାହାରି ପାରୁଛୁ ।

ସୁପ୍ପ ବୁଦ୍ଧଂ ପବୁଜ୍ଝନ୍ତି,

ସଦା ଗୌତମ ସାବକା

ଅର୍ଥାତ ଯିଏ ଦିନ-ରାତି, ପ୍ରତ୍ୟେକ ସମୟରେ ମାନବତାର ସେବା ସହିତ ଜଡ଼ିତ ରୁହନ୍ତି, ସେ ହେଉଛନ୍ତି ବୁଦ୍ଧଙ୍କ ପ୍ରକୃତ ଅନୁଗାମୀ । ଏହି ଭାବ ଆମ ଜୀବନକୁ ପ୍ରକାଶମାନ କରୁଥାଉ, ଗତିମାନ କରୁଥାଉ । ଏହି କାମନା ସହିତ, ଆପଣ ସମସ୍ତଙ୍କୁ ବହୁତ-ବହୁତ କୃତଜ୍ଞତା ଜଣାଉଛି । ଏହି କଠିନ ପରିସ୍ଥିତିରେ ଆପଣ ନିଜର, ନିଜ ପରିବାରର, ଯେଉଁ ଦେଶରେ ମଧ୍ୟ ଆପଣ ଅଛନ୍ତି, ସେଠାକାର ଧ୍ୟାନ ରଖନ୍ତୁ, ନିଜର ରକ୍ଷା କରନ୍ତୁ ଏବଂ ଯଥା ସମ୍ଭବ ଅନ୍ୟମାନଙ୍କୁ ସହାୟତା କରନ୍ତୁ ।

ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହୁ, ଏହି ମଙ୍ଗଳ କାମନା ସହିତ ନିଜ କଥାକୁ ବିରାମ ଦେଉଛି ।

ଧନ୍ୟବାଦ!!

ସର୍ବ ମଙ୍ଗଳମ!!!

  

**********



(Release ID: 1621965) Visitor Counter : 175