ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରୋନା ନିରୋଧୀ ଟିକା ଓ ଔଷଧ ବିକାଶ ପାଇଁ ଗଠିତ ଟାସ୍କଫୋର୍ସର କାର୍ଯ୍ୟ ସମୀକ୍ଷା

• 30 ପ୍ରକାର ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି; କେତେକ ପରୀକ୍ଷା ସ୍ତରରେ

Posted On: 05 MAY 2020 11:00PM by PIB Bhubaneshwar

କରୋନା ନିରୋଧୀ ଟିକା ଔଷଧ ଆଦି ବାହାର କରିବାକୁ ଗଠିତ ଟାସ୍କଫୋର୍ସର କାର୍ଯ୍ୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଏଥିରେ ଟିକାର ବିକାଶ, ଔଷଧପତ୍ର ଉଦ୍ଭାବନ, ନିଦାନ ପରୀକ୍ଷା ବ୍ୟବସ୍ଥା ଆଦିର ସବିଶେଷ ସମୀକ୍ଷା କରାଯାଇଛିପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସବୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଛି

ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଉନ୍ନତମାନର ଟିକା, ଇଞ୍ଜେକସନ ତିଆରି କରିବା ସହ ସେମାନଙ୍କ ଦକ୍ଷତା ପାଇଁ ବିଶ୍ୱବ୍ୟାପୀ ପରିଚିତଏସବୁ କମ୍ପାନୀର ଉପସ୍ଥିତି ପୃଥିବୀର ବିଭିନ୍ନ ପ୍ରାନ୍ତରେ ରହିଛିଏବେ ଏହି କମ୍ପାନୀମାନେ କରୋନା ନିରୋଧୀ ଟିକା ବିକଶିତ କରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଉପନୀତ ହୋଇଛନ୍ତିସେଥିପାଇଁ ଗବେଷଣା ଉନ୍ନୟନ କାର୍ଯ୍ୟ ଜୋରସୋର ଚାଲିଛିଭାରତୀୟ ଏକାଡେମୀଆ (ଶୈକ୍ଷିକ ସଂସ୍ଥାନ) ଷ୍ଟାର୍ଟଅପମାନ ମଧ୍ୟ କ୍ଷେତ୍ରରେ ଯଥେଷ୍ଟ ପ୍ରତିଷ୍ଠା ବ୍ୟୁତ୍ପତ୍ତି ଲାଭ କରିଛନ୍ତିଏବେ କରୋନା ନିରୋଧୀ ଟିକା ବିକାଶ ପାଇଁ 30 ପ୍ରକାର ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛିସେଥି ମଧ୍ୟରୁ କେତେକ ପରୀକ୍ଷାସ୍ତରରେ ପହଞ୍ଚିଲାଣି

ସେହିଭଳି ନୂଆ ଔଷଧ ତିଆରି କରିବା ପାଇଁ ତିନି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛିସେଗୁଡିକ ମଧ୍ୟରୁ ପ୍ରଥମଟି ହେଲା ବର୍ତ୍ତମାନ ଉପଲବ୍ଧ ହେଉଥିବା ଔଷଧର ଉନ୍ନତିକରଣଏହି ପର୍ଯ୍ୟାୟରେ ଅତି କମରେ ଚାରିଟି ଔଷଧର ବିକାଶ କରାଯାଇ ସେସବୁର ସମନ୍ୱୟ ପରୀକ୍ଷା ଚାଲିଛି

ଦ୍ୱିତୀୟରେ ନୂଆ ପ୍ରକାରର ଔଷଧ ପ୍ରସ୍ତୁତି ଚାଲିଛି ଏହାର ସୂକ୍ଷ୍ମ ଦ୍ରବ୍ୟଗୁଣ (ମଲିକ୍ୟୁଲ) ଦକ୍ଷତା ବୃଦ୍ଧି ପାଇଁ ପରୀକ୍ଷା ନିରୀକ୍ଷା ଅବ୍ୟାହତ ରହିଛି ତୃତୀୟରେ ବୃକ୍ଷ ଲତା ଗୁଳ୍ମ ଜାତ ପଦାର୍ଥର ସଂକ୍ରମଣ ନିରୋଧୀ ଗୁଣ ଶକ୍ତିର ପରୀକ୍ଷା ନିରୀକ୍ଷା କରାଯାଇ ସେଥିରୁ ନୂଆ ଔଷଧ ତିଆରି କରିବାକୁ ଉଦ୍ୟମ ହେଉଛି

ନିଦାନ ପରୀକ୍ଷଣ (ଡାଏଗ୍ନୋସିସ ଆଣ୍ଡ ଟେଷ୍ଟିଂ) କ୍ଷେତ୍ରରେ ବିଭିନ୍ନ ଶୈକ୍ଷିକ ପ୍ରତିଷ୍ଠାନ, ଗବେଷଣା ପ୍ରତିଷ୍ଠାନ ତଥା ଷ୍ଟାର୍ଟଅପ ଉଦ୍ୟମ ଜାରି ରଖିଛନ୍ତିସେମାନେ ରୋଗ ପ୍ରତିଷେଧ ଶକ୍ତି ବର୍ଦ୍ଧନକାରୀ ତତ୍ୱ ଠାବ ଆରଟି-ପିସିଆର କ୍ଷେତ୍ରରେ କେତେକ ନୂଆ ଉତ୍ସାହଜନକ ସଫଳତା ହାସଲ କରିଛନ୍ତିଦେଶର ପ୍ରାୟ ସମସ୍ତ ପ୍ରମୁଖ ପରୀକ୍ଷାଗାରକୁ ସଂଯୁକ୍ତ କରାଯାଇ ଏଭଳି ପରୀକ୍ଷା ନିରୀକ୍ଷା ଦକ୍ଷତାକୁ ବୃଦ୍ଧି କରିବାର ବ୍ୟବସ୍ଥା ହୋଇଛିକରୋନା ପରୀକ୍ଷା ପାଇଁ ଦେଶରେ ଏବେ ଟେଷ୍ଟ କିଟର ଯେଉଁ ଅଭାବ ରହିଛି ତାହାକୁ ପୂରଣ କରିବା ପାଇଁ ବିଦେଶରୁ ସେସବୁକୁ ଆମଦାନୀ କରାଯାଉଛିଏହି ସମସ୍ୟାର ସମାଧାନ ପାଇଁ  ଏବେ ଭାରତୀୟ ଉଦ୍ୟୋଗ ଷ୍ଟାର୍ଟଅପ ସମର୍ଥ ହେଲେଣିଏହି କିଟ ଉତ୍ପାଦନ ବ୍ୟବସ୍ଥାକୁ ବ୍ୟାପକ ଦୀର୍ଘମାଆଦୀ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି

ଏଭଳି ଏକ ଆହ୍ୱାନମୂଳକ ପରିସ୍ଥିତିରେ ଦେଶର ଶୈକ୍ଷିକ କ୍ଷେତ୍ର, ଉଦ୍ୟୋଗ ଜଗତ ସରକାର ଏକାଠି ହୋଇ ମିଳିତ ଭାବେ କାମ କରୁଥିବାରୁ ସମୀକ୍ଷା ବୈଠକରେ ଏନେଇ ସନ୍ତୋଷ ପ୍ରକାଶ ପାଇଛିଏହି କ୍ଷେତ୍ରରେ ନିୟନ୍ତ୍ରକ ପ୍ରକ୍ରିୟାର ତ୍ୱରିତ ଦକ୍ଷ ପ୍ରାୟାସ ମଧ୍ୟ ପ୍ରଶଂସିତ ହୋଇଛିଏଭଳି  ସମନ୍ୱୟ ବେଗର ସମ୍ମିଶ୍ରଣରେ ଏକ ମାନକ କ୍ରିୟାନୁଷ୍ଠାନ ପ୍ରକ୍ରିୟା (SOP) ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତିସଙ୍କଟକାଳରେ ଯାହା କରିବା ସମ୍ଭବ ହେଉଛି ତାହା ଆମର ଧରାବନ୍ଧା ବୈଜ୍ଞାନିକ କାର୍ଯ୍ୟର ଏକ ଅଂଶ ବିଶେଷ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନୂଆ ଔଷଧ ବାହାର କରିବାରେ ଆମର ବୈଜ୍ଞାନିକ ଲୋକଶକ୍ତି, କମ୍ପ୍ୟୁଟର ବିଜ୍ଞାନ, ରସାୟନ ବିଜ୍ଞାନ ଜୈବ ପ୍ରଯୁକ୍ତି ଏକତ୍ର ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଗତ କରିବା ସହ ଏହି ବିଷୟ ଉପରେ ଏକ ହ୍ୟାକାଥନ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତିଏଥିରେ କମ୍ପ୍ୟୁଟର ବିଜ୍ଞାନକୁ ଲାବରେଟୋରୀ ଟେଷ୍ଟିଂ ସମନ୍ୱୟ ସହ ଯୋଡିବାକୁ ସେ କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ହ୍ୟାକଥାନର ସଫଳ ପ୍ରାର୍ଥୀମାନଙ୍କୁ ଷ୍ଟାର୍ଟଅପ ନେଇ ଭେଷଜ ବିକାଶ ଏବଂ ଉନ୍ନୟନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିପାରିବେ

ସେ ଆହୁରି କହିଛନ୍ତି ଯେ ଉଦ୍ୟୋଗ ଜଗତ ସହ ମିଶି ଭାତୀୟ ବୈଜ୍ଞାନିକମାନେ ଯେଉଁ ନବସୃଜନ ମୌଳିକତା ସହିତ ବିଜ୍ଞାନକୁ ପ୍ରୟୋଗାତ୍ମକ ସ୍ତରରେ ଉଚ୍ଚ ସେମାନଙ୍କୁ ଉନ୍ନୀତ କରିଛନ୍ତି ତାହା ଅଭିନନ୍ଦନୀୟଆମର ଭବିଷ୍ୟତର କର୍ମପନ୍ଥାରେ ଏହି ଗୌରବ, ମୌଳିକତା ଲକ୍ଷ୍ୟ ଗୁରୁତ୍ୱ ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତିଏହି ବିଚାର ଅବ୍ୟାହତ ରହିଲେ ବିଜ୍ଞାନ କ୍ଷେତ୍ରରେ ଭାରତ ଅନ୍ୟର ଗୋଡାଣିଆ ନହୋଇ ଶ୍ରେଷ୍ଠ ରାଷ୍ଟ୍ରଙ୍କ ମଧ୍ୟରେ ରହିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି

 

**************

 



(Release ID: 1621832) Visitor Counter : 225