ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 05 MAY 2020 7:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ କୋଷ୍ଟାଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି

ଫେବୃଆରୀରେ ପର୍ତ୍ତୁଗାଲ ରାଷ୍ଟ୍ରପତି ମହାମହିମ ମାର୍ସେଲୋ ରେବେଲୋ ଡେ ସୌସାଙ୍କ ଭାରତ ଗସ୍ତକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ  

କୋଭିଡ-19 ମହାମାରୀର ସ୍ଥିତି ଏବଂ ଏହାଦ୍ଵାରା ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟ ଓ ଅର୍ଥନୈତିକ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ଦେଶ ଗ୍ରହଣ କରୁଥିବା ପଦକ୍ଷେପ ଉପରେ ଦୁଇ ନେତା ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ କୋଷ୍ଟା ଏହି ସଙ୍କଟକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ

ଭୂତାଣୁ ସଂକ୍ରମଣକୁ ରୋକିବାରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସକ୍ରିୟ ପଦକ୍ଷେପ ସହାୟକ ହୋଇଛି ବୋଲି ଦୁଇ ନେତା ସୂଚିତ କରିଥିଲେ ପରିସ୍ଥିତିର ମୁକାବିଲା ପାଇଁ ସେମାନେ ପରସ୍ପରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଏବଂ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଥିଲେ

ପର୍ତ୍ତୁଗାଲକୁ ଭାରତୀୟ ଯାତ୍ରୀଙ୍କ ଭିସା ବୈଧତା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତରେ ପର୍ତ୍ତୁଗୀଜ ନାଗରିକଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ସମସ୍ତ ପ୍ରକାରର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ କୋଷ୍ଟା କୃତଜ୍ଞତା ଜଣାଇଥିଲେ

ସଙ୍କଟର ମୁକାବିଲା ଲାଗି ଉଭୟ ଦେଶ ଯୋଗାଯୋଗରେ ରହିବା ଓ ପରସ୍ପର ସହ ପରାମର୍ଶ କରିବାକୁ ସହମତ ହୋଇଥିଲେ

 

**********



(Release ID: 1621677) Visitor Counter : 173