ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଭାରତକୁ ଏବଂ ବାହାରକୁ ବିମାନ ଯାତ୍ରା ଉପରେ ଜାରି କଟକଣା ଉଚ୍ଛେଦ ନହେବା ପର୍ଯ୍ୟନ୍ତ କେତେକ ବର୍ଗକୁ ବାଦ ଦେଲେ ବିଦେଶୀଙ୍କୁ ଜାରି ହୋଇଥିବା ସମସ୍ତ ଭିସା ବାତିଲ ରହିବ

ପୋଷ୍ଟ କରାଯିବା ଦିନାଙ୍କ: 05 MAY 2020 8:00PM by PIB Bhubaneswar

କୋଭିଡ-19 ମହାମାରୀ ସଂକ୍ରମଣ କାରଣରୁ ଦେଶରେ ଦେଖାଦେଇଥିବା ସ୍ଥିତିକୁ ଆଖି ଆଗରେ ରଖି ବିଦେଶୀମାନଙ୍କୁ ଜାରି କରାଯାଇଥିବା ଭିସା ବାତିଲ ଅବଧିକୁ 3 ମେ, 2020 ପର୍ଯ୍ୟନ୍ତ ବଢ଼ାଇବା ନିମନ୍ତେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ 17.04.2020ରେ ନିଷ୍ପତ୍ତି ନେଇଥିଲା। ତେବେ ଏଥିରୁ କୂଟନୈତିକ, ସରକାରୀ, ମିଳିତ ଜାତିସଂଘ/ଅନ୍ତର୍ଜାତୀୟ ସଂଗଠନ, ନିୟୋଜନ ଓ ପ୍ରକଳ୍ପ ବର୍ଗକୁ ବାଦ ଦିଆଯାଇଥିଲା।

(https://pib.gov.in/PressReleseDetail.aspx?PRID=1615500)

ଏହି ପ୍ରସଙ୍ଗକୁ ପୁନଃ ବିବେଚନା କରି ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ ଭାରତ ସରକାରଙ୍କ ଦ୍ବାରା ଭାରତକୁ ଏବଂ ବିଦେଶକୁ ବିମାନ ଚଳାଚଳ କରିବା ଲାଗି ଜାରି ହୋଇଥିବା କଟକଣା ଉଚ୍ଛେଦ ନହେବା ପର୍ଯ୍ୟନ୍ତ କୂଟନୈତିକ, ସରକାରୀ, ମିଳିତ ଜାତିସଂଘ/ଅନ୍ତର୍ଜାତୀୟ ସଂଗଠନ, ନିୟୋଜନ ଓ ପ୍ରକଳ୍ପ ବର୍ଗର ଭିସାକୁ ବାଦ ଦେଲେ ଅନ୍ୟ ସମସ୍ତ ବିଦେଶୀଙ୍କୁ ଜାରି ହୋଇଥିବା ଭିସାକୁ ରଦ୍ଦ କରାଯିବ

 

***********


(ରିଲିଜ ଆଡି: 1621665) ପରିଦର୍ଶକ କାଉଣ୍ଟର : 234